ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷଙ୍କ ସ୍ମୃତି ଚାରଣ ସଭା

ଯାଜପୁର(ସଙ୍କେତ ଖବର): ବରୀ ବ୍ଲକ ଅନ୍ତର୍ଗତ ବରୀ ପଂଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଗଗନ ବିହାରୀ ଜେନାଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଶରତ ଚନ୍ଦ୍ର ପଢ଼ିଆରୀ ସଭାପତିତ୍ୱ କରୁଥିବା ବେଳେ ମୁଖ୍ୟ ଅତିଥି ଭାବେ ବରୀ ବିଧାୟିକା ସୁନନ୍ଦା ଦାସ ଯୋଗଦେଇ ଶ୍ରୀ ଜେନାଙ୍କ ଜୀବନ ଚର୍ଯ୍ୟା ଉପରେ ଆଲୋକପାତ କରିଥିଲେ। ପରେ ବରୀ ବ୍ଳକ ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ ଶ୍ରୀ ଜେନାଙ୍କ ବ୍ୟକ୍ତିଗତ ଜୀବନି ସହିତ ଜଡିତ ଥିବା କଥା ଓ ସେ ଜଣେ ସମାଜ ସେବୀ ,ମିଷ୍ଠlଭାସି ଓ ପରୋପକାରୀ ବୋଲି ତାଙ୍କ ବାକ୍ତବ୍ୟରେ ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବରୀ ସରପଂଚ ରମାକାନ୍ତ ମଲ୍ଲିକ,ସନ୍ତୋଷ କୁମର ସାମଲ,ଶିକ୍ଷାବିତ ବୃନ୍ଦାବନ ସାମଲ, ଫକୀର ସିଂ ,ଦେବ ପ୍ରସାଦ ସାମଲ,ନବଘନ ପରିଡା, ସେକ ମିନ୍ନା ତୁଲା,ବଟ ପ୍ରଧାନ,ଚୈତନ ରାୟ ପ୍ରମୁଖ ଉପସ୍ଥିତ ରହି ଗଗନ ଜେନାଙ୍କ ଜୀବନାଦର୍ଶ ଉପରେ ବିବରଣୀ ପାଠ କରିଥିଲେ।