ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସାର କାରଖାନା ର ଶିଳାନ୍ୟାସ

0

ଅନୁଗୁଳ ଜିଲ୍ଲା ତାଳଚେର ଠାରେ କୋଇଲା ଭିତ୍ତିକ ସାର କାରଖାନାର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାକୁ ୩୬ ମାସ ମଧ୍ୟରେ କାର‌୍ୟ୍ୟକ୍ଷମ କରିବାକୁ ଓଡ଼ିଶାବାସୀଙ୍କୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ମୋଦି । ଏହି ପ୍ରକଳ୍ପର ଶିଳାନ୍ୟାସ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆଗାମି ୩ବର୍ଷ ମଧ୍ୟରେ ପ୍ରକଳ୍ପର କାର‌୍ୟ୍ୟ ଶେଷ କରାଯିବ । ତେଣୁ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ସେ ପୁଣି ଥରେ ଓଡ଼ିଶା ଆସି ଏହାର ଶୁଭାରମ୍ଭ କରିବେ ।
ଦିର୍ଘ ଦିନ ଧରି ଅଚଳ ହୋଇ ପଡି ରହିଥିବା ତାଳଚେର ସାର କାରଖାନାକୁ ନୂତନ ଜ୍ଞାନକୌଶଳ ମାଧ୍ୟମରେ ପୁନଃ କାର‌୍ୟ୍ୟକ୍ଷମ କରାଯିବ । ଏହା ହେଉଛି ଦେଶର ପ୍ରଥମ କୋଇଲାରୁ ଗ୍ୟାସ୍ ଆଧାରିତ ସାର କାରଖାନା ।

ଏହି ଅବସରରେ ମୋଦି କହିଛନ୍ତି ଯେ ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟ ତଥା ଦେଶର କୃଷକ ମାନଙ୍କ ପାଇଁ ଏକ ଅମୂଲ୍ୟ ଭଣ୍ଡାରପାଲଟିବ । ୧୩ହଜାର କୋଟି ଟଙ୍କା ବିନିମୟରେ ନିର୍ମିତ ହେବାକୁଥିବା ଏହି ପ୍ରକଳ୍ପ ମାଧ୍ୟମରେ ପ୍ରାୟ ସାଢେ ୪ହଜାର ଯୁବ ବର୍ଗଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେପଟେ ବହୁ ଦିନର ଦାବି ପୁରଣ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାର କାରଖାନା କାର‌୍ୟ୍ୟକ୍ଷମ ହେଲେ କୃଷକମାନେ ଅଧିକ ଉପକୃତ ହେବା ସହ ପାଖାପାଖି ୫୦ ପ୍ରତିଶତ ୟୁରିଆ ପାଇପାରିବେ ବୋଲି ନବୀନ କହିଛନ୍ତି । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉପସ୍ଥିତ ରହିଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳ ୮ଟା ୫୫ ମିନିଟରେ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନବନ୍ଦରରେ ପହଂଚିବା ପରେ ହେଲିପ୍ୟାଡରେ ତାଳଚେର ଗସ୍ତ କରିଥିଲେ । ତାଳଚେରରେ ପହଂଚିବା ପରେ ସାର କାରଖାନର ଶିଳାନ୍ୟାସ କରିଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page