ଶିଳ୍ପୀ ମହାସଙ୍ଘ ପକ୍ଷରୁ ନିଶୁଳ୍କ ଭୋଜନ ବଣ୍ଟନ

0

ଭୁବନେଶ୍ୱର (ସଙ୍କେତ ଖବର): ଭୁବନେଶ୍ୱର ସ୍ଥିତ ଏକାମ୍ରହାଟ ପରିସରରେ ଗତ ୧୬ ତାରିଖରୁ ଆରମ୍ଭ ହୋଇଛି ଟେରାକୋଟା ହସ୍ତକଳାର ସ୍ୱତନ୍ତ୍ର ପ୍ରଦର୍ଶନୀ । ଯାହାକି ଆସନ୍ତା ୩୧ ଅକ୍ଟୋବର ୨୦୨୧ ଯାଏଁ ଚାଲିବ । ଏହି ପ୍ରଦର୍ଶନୀରେ ଦୁଇ ପର୍ଯ୍ୟାୟରେ ରାଜ୍ୟର ୨୬୦ରୁ ଉର୍ଦ୍ଧ ଟେରାକୋଟା ଶିଳ୍ପୀ ଅଂଶଗ୍ରହଣ କରୁଛନ୍ତି । ରାତି ୮ଟା ପରେ କରୋନା ଜନିତ ରାତ୍ରିକାଳିନ କର୍ଫ୍ୟୁ କାରଣରୁ ଦର୍ଶକଙ୍କ ଗହଳି ଦେଖିବାକୁ ମିଳି ନଥିଲା । ତେଣୁ ବିକ୍ରିବଟା ମଧ୍ୟ ଠିକ ସେ ହୋଇନଥିଲା। ବାହାର ହୋଟେଲରୁ ଖାଦ୍ୟ କିଣି ଖାଇବା ଏଠାକୁ ଆସିଥିବା ଅନେକ ଟେରାକୋଟା ଶିଳ୍ପୀ ଭାଇଭଉଣୀଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ଥିଲା ।

ପରିସ୍ଥିତିର ଆହ୍ୱାନକୁ ଅନୁଭବ କରି ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ଅକ୍ଷୟ ପାତ୍ର ଫାଉଣ୍ଡେସନ ସହ ଯୋଗାଯୋଗ  କରାଯାଇଥିଲା । ଅକ୍ଷୟ ପାତ୍ର ଫାଉଣ୍ଡେସନର ସହଯୋଗ କ୍ରମେ ଗତ ୨୦ ତାରିଖ, ବୁଧବାର ରାତିରୁ ଏକାମ୍ର ହାଟ ପରିସରରେ ଷ୍ଟଲ ଖୋଲିଥିବା ଟେରାକୋଟା ଶିଳ୍ପୀ ଓ ବୁଣାକାର ଭାଇଭଉଣୀ ମାନଙ୍କୁ ବିନା ଦେୟରେ ଶୁଦ୍ଧ ଶାକାହାରୀ ଭୋଜନ ଯୋଗାଇ ଦିଆଯାଉଛି । ଓଡିଶା ଶିଳ୍ପୀ ମହାସଂଘର ଉପଦେଷ୍ଟା ତଥା ଶିଳ୍ପୀ ସଂଗଠକ ବିପିନି ବିହାରୀ ସାହୁଙ୍କ ନେତୃତ୍ୱରେ ପରିଚାଳିତ ହେଉଥିବା ଏହି କାର୍ଯ୍ୟକ୍ରମକୁ ସହଯୋଗ କରୁଛନ୍ତି ତାଳବସ୍ତ ଶାଖା ସଭାପତି ଲକ୍ଷ୍ମୀଧର ମୁଦୁଲି ଓ ଖୋର୍ଦ୍ଧା ଜିଲ୍ଲା ସଭାପତି ଗଗନ ମହାରଣା ।

ଏହି ଅବସରରେ ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ଶିଳ୍ପୀସଖା ସମ୍ନାନରେ ସମ୍ବର୍ଦ୍ଧିତ ଶ୍ରୀ ବିପିନ ବିହାରୀ ସାହୁ  ୫ରୁ ଉର୍ଦ୍ଧ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଏହି ଖାଦ୍ୟ ବଂଟନ ବ୍ୟବସ୍ଥାକୁ ସୁଚାରୁ ରୂପରେ ପରିଚାଳିତ କରି ଆସୁଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page