ଡାକ୍ତରଙ୍କ ଜନ୍ମ ଦିନ ରେ ସ୍ୱାସ୍ଥ୍ୟ ଶିବିର ଓ କମ୍ବଳ ବଣ୍ଟନ

0

ଧର୍ମଶାଳା(ସଂକେତ ଖବର) ଯାଜପୁର ର ଜଣାଶୁଣା ଧର୍ମଶାଳା ଅଞ୍ଚଳର ଯୁବ ଡାକ୍ତର ନିହାର ରଞ୍ଜନ କରଙ୍କ ଜନ୍ମ ଦିନ ଅବସରରେ ଆଜି ଧର୍ମଶାଳା ବ୍ଲକ ଅନ୍ତର୍ଗତ ଚହଟା ପଞ୍ଚାୟତ ମା ଥାନପତି ମନ୍ଦିର ପ୍ରାଙ୍ଗଣରେ ଏକ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି ।
ଏହି ଅଞ୍ଚଳର ଯୁବ ସାମାଜିକ କର୍ମୀ ଶ୍ରୀ ପ୍ରଫୁଲ କୁମାର ରାଉତ ଙ୍କ ଉଦ୍ୟମରେ ଏକ ବିଶାଳ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ଶତାଧିକ ଲୋକେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ମାଗଣାରେ ଔଷଧ ମଧ୍ୟ ନେଇଛନ୍ତି ।
ଏହି ସ୍ୱାସ୍ଥ୍ୟ ଶିବିର କୁ ଧର୍ମାଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ ଡା ସୁଧୀର ସାହୁ , ଧର୍ମଶାଳା ର ଜଣାଶୁଣା ସାମାଜିକ କର୍ମୀ ,ଶିକ୍ଷାବିତ ଡା. ଚିତରଞ୍ଜନ ମହାନ୍ତି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ , ପରେ ପରେ ଡା. ସାହୁ ଓ ଡା.କର ଉଭୟ ଲୋକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାସ୍କ ମଧ୍ୟ ପ୍ରଦାନ କରିଥିଲେ ।
କରୋନା ର ତୃତୀୟ ଲହର ପାଇଁ ଆମେ ସମସ୍ତେ କୋବିଡ଼ କଟକଣା ମାନିବା , ଟୀକା ନେବା ଓ ମାସ୍କ କୁ ସର୍ବଦା ବ୍ୟବହାର କରିବା ପାଇଁ ଡା ସାହୁ ଓ କର ଶିବିର କୁ ଆସୁଥିବା ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।


ପରେ ପରେ ଡା .କରଙ୍କ ଜନ୍ମ ଦିନ ଉପଲକ୍ଷେ ସ୍ଥାନୀୟ ମନ୍ଦିର ରେ କିଛି ଫଳ ଓ ଫୁଲ ଗଛ ଲଗାଯାଇଥିଲା , ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଏହି ଅଞ୍ଚଳରୁ ବହୁ ବୁଦ୍ଧିଜୀବୀ ଯୋଗ ଦେଇ ଡାକ୍ତରଙ୍କ ଏଭଳି ମହାନିୟତା କୁ ଭୁରିୟସୀ ପ୍ରଶଂସା କରିଥିଲେ ।
ପରେ ପରେ ୨୦ ରୁ ଉର୍ଦ୍ଧ୍ଵ ଗରିବ ପରିବାରକୁ ଶ୍ରୀ ଜଗନ୍ନାଥ ମେଡିକାଲ ଷ୍ଟୋର ,ବାରବାଟୀ ପକ୍ଷରୁ କମ୍ବଳ ପ୍ରଦାନ କରାଯାଇଥିଲା , ଏହି ବଣ୍ଟନ କାର୍ଯ୍ୟକ୍ରମ କୁ ନୂତନ ରାଉତ ତ୍ବରାନ୍ବିତ କରିଥିଲେ ।
ଏତ୍ତତବ୍ୟତୀତ ଜାଗ୍ରତ ଭାରତ ସ୍ୱାଭିମାନ ଟ୍ରଷ୍ଟ ପକ୍ଷରୁ ମହିଳା ସଦସ୍ୟା ମାନଙ୍କୁ ସ୍ୟାନିରାରୀ ନ୍ୟାପକିନ ଅନୁଷ୍ଠାନ ର ସଭାପତି ଶ୍ରୀ ଜ୍ଞାନରଞ୍ଜନ ସ୍ବାଇଁ ଙ୍କ ମାର୍ଫ୍ଟତରେ ଏହି ଅଞ୍ଚଳର ସମାଜସେବି ଲକ୍ଷ୍ମୀ ଖମାରି ଓ ଅନ୍ୱେଷଣ ର ସହ କୋଷାଧଖ୍ୟା ଇଛାମୟୀ ଧଳ ଙ୍କ ଦ୍ଵାରା ବଣ୍ଟନ କରାଯାଇଥିଲା , ଓ ଏହି ନ୍ୟାପକିନ ସମ୍ଭଧରେ ମହିଳାଙ୍କୁ ଅବଗତ ମଧ୍ୟ କରାଯାଇଥିଲା ।
ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ସଚେତନ ମଞ୍ଚର ଆବାହକ ସରୋଜ କୁମାର ବେହେରା ସଂଚାଳନ କରୁଥିବା ବେଳେ ଅନ୍ୱେଷଣ ଥିଏଟର ଯାଜପୁର ପକ୍ଷରୁ ସଭାପତି ବୃନ୍ଦାବନ ମିଶ୍ର , ସମ୍ପାଦକ ଅଭିମନ୍ୟୁ ମିଶ୍ର , ମିଡ଼ିଆ ସେଲ ଅଧ୍ୟକ୍ଷ ସାମ୍ବାଦିକ ସୁରେଶ କର , ଉପସଭାପତି ଉପେନ୍ଦ୍ର ଜେନା , ମୃତ୍ୟୁଞ୍ଜୟ ସାହୁ, ବଣମଲ୍ଲି ସାହିତ୍ୟ ଓ ସେବା ସଂଗଠନ ପକ୍ଷରୁ ସଭାପତି ନିର୍ମାଲ୍ୟ ପ୍ରଧାନ , ଉପସଭାପତି ଲାଲମୋହନ ଶତପଥି ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ କୁ ସହଯୋଗ କରିଥିଲେ ।
ଡାକ୍ତର ଙ୍କ ଏଭିଳି ଚିନ୍ତାଧାରା କୁ ସ୍ଥାନୀୟ ଅଞ୍ଚଳରେ ସ୍ୱାଗତ କରାଯିବା ସହ ତାଙ୍କର ଉତ୍ତୋରତର ଉନ୍ନତି କାମନା ମଧ୍ୟ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

You cannot copy content of this page