ଓଡ଼ିଶାରେ ପ୍ରଥମଥର ପାଇଁ ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ

0

ଭୂବନେଶ୍ୱର (ସଙ୍କେତ ଖବର): କୋଭିଡ଼ ମହାମାରୀରେ ଅମ୍ଳଜାନର ଆବଶ୍ୟକତାକୁ ନଜରରେ ରଖି ସ୍ମାଇଲ୍ ପ୍ଲିଜ୍, ସ୍ପର୍ଶ ହସ୍ପିଟାଲ୍ ଏବଂ ଦ ଓଡ଼ିଶା ସୋସାଇଟ୍ ଅଫ୍ ଦ ଆମେରିକାସ୍ ହେଲ୍ଥ ଏଣ୍ଡ ୱଲ୍ନେସ୍ ଗ୍ରୁପ୍ (OSA-HWG) ମିଶି “ଅମୃତ ଧାରା” ନାମରେ ଏକ ନିଶୁଳ୍କ ଅମ୍ଳଜାନ ଆଶ୍ରୟ ସ୍ଥଳି ଭଳି ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି। ଆଜି ଏହାର ଉନ୍ମୋଚନ ଅବସରରେ ବିଧାୟକ ଭୁବନେଶ୍ଵର-ଉତ୍ତର ସୁଶାନ୍ତ କୁମାର ରାଉତ, ସ୍ପର୍ଶ ହସ୍ପିଟାଲ ମୁଖ୍ୟ ପରିଚାଳକ ଡ଼ା. ପ୍ରିୟବ୍ରତ ଧିର, ଅଭିନେତା ତଥା ସମାଜସେବୀ ସବ୍ୟସାଚୀ ମିଶ୍ର , ଏମ୍ପ୍ରିଓ ଗୃପର ମୁଖ୍ୟ ଡ଼ା. ଅବିନାଶ ସାମଲ, ପ୍ରଫେସର୍ ହାଇଟେକ ମେଡିକାଲ ଡ଼ା ଅମ୍ରିତ ପାଟ୍ଟଯୋଶୀ,ପ୍ରଭିନ୍ ଅଗରୱାଲ୍, ସମାଜସେବୀ ଏବଂ ଯୋନାଲ୍ ଡେପୁଟି କମିଶନର ପୁରନ୍ଦର୍ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରଥମଥର ପାଇଁ ବିଏମସି ଅନୁମୋଦନରେ ଓଡ଼ିଶାରେ ଏଭଳି ଏକ ନିଶୁଳ୍କ ଅକ୍ସିଜେନ୍ ସେଲଟର୍ ପଟିଆ ବିଗବଜାର ସ୍ଥିତ Trishna Banquet ଠାରେ ଆରମ୍ଭ କରାଯାଇଛି । ଅକ୍ସିଜେନ ଅବଶ୍ୟକତା ଥିବା କୋଭିଡ଼ ରୋଗୀଙ୍କୁ ଏକ ଅନୁମୋଦିତ କୋଭିଡ୍ ହସ୍ପିଟାଲ୍ ରେ ବେଡ଼୍ ମିଳିବା ପର୍ଯ୍ୟନ୍ତ ଏହି ଆଶ୍ରୟସ୍ଥଳରେ ଅମ୍ଳଜାନ ଯୋଗାଇଦେଇ ତାଙ୍କୁ ହାଇପୋକ୍ସିୟା ରୁ (ବ୍ଲଡ୍ ଅମ୍ଳଜାନ ସ୍ତରରେ ଡ୍ରପ୍) ରୁ ବଞ୍ଚାଯାଇ ପାରିବ। ଏହା କୋଭିଡ୍ ଜନିତ ଚିକିତ୍ସା କେନ୍ଦ୍ର ନହେଲେ ମଧ୍ୟ ଡ଼ାକ୍ତର ଏବଂ ନର୍ସଙ୍କ ଉପସ୍ଥିତି ଓ ପରାମର୍ଶରେ ଏକ ରୁ ଦୁଇ ଘଣ୍ଟା ଯାଏ ରୋଗୀଙ୍କୁ ଅମ୍ଳଜାନ ଦିଆଯିବ । ଏହି ଆଶ୍ରୟ ସ୍ଥଳରେ ଅମ୍ଳଜାନ ସହ ଖାଦ୍ୟ, ଆବଶ୍ୟକ ସ୍ଥଳେ ସାଇକୋଲୋଜିକାଲ୍ ପରାମର୍ଶ ଏବଂ ହସ୍ପିଟାଲ୍ ସ୍ଥାନନ୍ତର ପାଇଁ ଜୀବନ ଜ୍ୟୋତି ଆମ୍ବୁଲାନ୍ସ ସେବା ଯୋଗାଇଦିଆଯିବ। ଆଗାମୀଦିନରେ ପୋଷ୍ଟ କୋଭିଡ୍ ସେଣ୍ଟର ଭାବରେ ଏହା ପ୍ରଶଂସନିୟ ହେବ ବୋଲି ଆଶା ପ୍ରକାଶ କରାଯାଉଛି।
ଏହି ସେଣ୍ଟର୍ ସହ ଯୋଗାଯୋଗ କରିବାପାଇଁ ଦୁଇଟି ନମ୍ୱର୍ ୭୮୯୪୪୩୩୮୨୯ ଓ ୮୦୯୩୮୨୨୩୨୨ ଜାରି ହୋଇଛି। ଏହି କେନ୍ଦ୍ର ମାଧ୍ୟମରେ ଅନେକ ଲୋକ ଉପକୃତ ହେବେ ବୋଲି ପ୍ରକାଶ କରି ଅଭିନେତା ସବ୍ୟସାଚୀ OSA-HWG,ସ୍ପର୍ଶ ହସ୍ପିଟାଲର କର୍ତ୍ତୁପକ୍ଷ ଓ BMC କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page