କୋରେଇ:ଶବଦାହ ପାଇଁ ନିଃଶୁଳ୍କରେ କାଠ ଯୋଗେଇବ ଜହ୍ନା ର ବଳଦେବ ଜୀଉ ଉନ୍ନୟନ ପରିଷଦ।

0

କୋରେଇ(ସଂକେତ ଖବର)

ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ବଳଦେବଜୀଉ ଉନ୍ନୟନ ପରିଷଦ, ଜହ୍ନା ପକ୍ଷରୁ ଏକ ନିଆରା ତଥା ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଉକ୍ତ ଗ୍ରାମର ଯେକୌଣସି ବ୍ୟକ୍ତିର ଦେହାନ୍ତ ଘଟିବ, ପରିଷଦ ପକ୍ଷରୁ ସମ୍ପୂର୍ଣ୍ଣ ମାଗଣାରେ ୩ କୁଇଣ୍ଟାଲ କାଠ, ଖଣ୍ଡେ ରଥ କାଠ, ଖଣ୍ଡେ ଚନ୍ଦନ କାଠ ଓ ଖଣ୍ଡେ ରୋଷଘର କାଠ ଅମର ଆତ୍ମାର ସଦଗତି ପାଇଁ ଯୋଗାଇ ଦିଆଯିବ । ଏହି ନିଆରା ପ୍ରୟାସକୁ ଆଖପାଖ ଅଞ୍ଚଳର ସମସ୍ତ ବୁଦ୍ଧିଜୀବୀ, ଶିକ୍ଷାବିତ୍ ତଥା ସ୍ଥାନୀୟ ଜନସାଧାରଣ ଉଚ୍ଚ ପ୍ରଶଂସା କରିଛନ୍ତି । ଏଥି ସହିତ ଆଗାମୀ ଦିନରେ ବଳଦେବଜୀଉ ଉନ୍ନୟନ ପରିଷଦ ପକ୍ଷରୁ ଅନେକ କାର୍ଯକ୍ରମ ହାତକୁ ନିଆଯିବ ବୋଲି ସୂଚନା ମିଳିଛି । ଆଜିକାଲି ଆଧୁନିକ ଯୁଗରେ ଏଭଳି ନିଷ୍ପତ୍ତି ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇ ପାରିଛି ।
ସଂଯୋଗକ୍ରମେ ଆଜି ଜହ୍ନା ଗ୍ରାମର ଶୋଷିଲା ହାତୀ(୭୮)ଙ୍କ ଅପରାହ୍ନରେ ଦେହାନ୍ତ ଘଟିଥିଲା । ତେବେ ପରିଷଦ ପକ୍ଷରୁ ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ତାଙ୍କ ପୁତ୍ର ଅଶୋକ ହାତୀଙ୍କୁ ୩ କୁଇଣ୍ଟାଲ କାଠ, ଖଣ୍ଡେ ଚନ୍ଦନ କାଠ, ଖଣ୍ଡେ ରଥ କାଠ ଓ ଖଣ୍ଡେ ରୋଷ ଘର କାଠ ପ୍ରଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ଆଗାମୀ ଅନେକ ଦିନ ଧରି ଚାଲିବ ବୋଲି ସେମାନେ ଆଶାପୋଷଣ କରିଛନ୍ତି । ଏଥିରେ ଟ୍ରଷ୍ଟ ବୋର୍ଡର ପ୍ରଧାନ ଟ୍ରଷ୍ଟି ପ୍ରଫୁଲ୍ଲ ବୋଇତାଇ, ଚିନ୍ତାମଣି ପାଢ଼ୀ, ସଦାନନ୍ଦ ବେହେରା, କାମଦେବ ଦାସ, ବିକ୍ରମ କେଶରୀ ବିଶ୍ଵାଳ, ସ୍ମୃତିରଞ୍ଜନ ପତ୍ରୀ, ଅତନୁ ବିଶ୍ଵାଳ, ହୃଷୀକେଶ ସିଂ, ସଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page