ଯାଜପୁର କଳିଙ୍ଗନଗର ପୋଲିସ ଦ୍ୱାରା ଜୁଆ ଆଡ୍ଡା ଉପରେ ବଡ ଧରଣର ଚଢ଼ାଉ ।

0

ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ବାରାଗାଡିଆ ଗାଁ ହରିଜନସାହିର ଏକ କ୍ଲବ୍ ଘର ପଛପଟେ ଜୁଆ ଆଡ୍ଡା ଉପରେ ପୋଲିସର ଅତର୍କିତ ଚଢାଉ । ଘଟଣାସ୍ଥଳରୁ 14ଜଣ ଜୁଆଡିଙ୍କୁ ଗିରଫ୍ କରାଯାଇଛି । ଗିରଫ୍ ଜୁଆଡି ମାନେ ସ୍ଥାନୀୟ ଡୁବୁରୀ, ବାରାଗାଡିଆ, ଯାଜପୁର ରୋଡ, କୋରାଇ ଓ ଶଙ୍ଖଚିଲା ଅଞ୍ଚଳର ବୋଲି ଜଣାପଡିଛି । ଗତକାଲି ବିଳମ୍ବିତ ରାତ୍ରିରେ ହୋଇଥିଲା ଏହି ଚଢାଉ । ଗିରଫ୍ ଜୁଆଡି ମାନଙ୍କ ନିକଟରୁ ସେମାନେ ବ୍ୟବହାର କରୁଥିବା 2ଟି କାର୍, 9ଟି ବାଇକ୍, 18ଟି ମୋବାଇଲ୍ ଫୋନ ଓ 2ଟି ସେଟ୍ ତାସ୍ ପତା ଜବତ୍ କରାଯାଇଛି । ଏଥିସହିତ ଜୁଆଡି ମାନଙ୍କ ପାଖରୁ 2ଲକ୍ଷ 31ହଜାର 250ଟଙ୍କା ପୋଲିସ୍ ଜବତ୍ କରିଛି । କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୋଲିସ ଏହି ଜୁଆ ଆଡ୍ଡା ଉପରେ ଚଢାଉ କରିଥିବା ଜଣାପଡିଛି । ଗିରଫ୍ ଜୁଆଡି ମାନଙ୍କୁ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରାଯିବ । ତେବେ ଆଗକୁ ନୂତନ ବର୍ଷ ପାଳନ ହେବାକୁ ଯାଉଥିବାରୁ ବିଭିନ୍ନ ଜୁଆ ଆଡ୍ଡା, ଚୋରାମଦ କାରବାର ଓ ଅସାମାଜିକ ତତ୍ତ୍ବଙ୍କ ଉପରେ ପୋଲିସର ତୀକ୍ଷ୍ଣ ନଜର ରହିଥିବା କଳିଙ୍ଗନଗର ଥାନା ଅଧିକାରୀ କହିଛନ୍ତି । ଏହିମତେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page