କେରଳରେ ଓଡିଆଙ୍କ ଦ୍ୱାରା ଗଣେଷପୂଜା

1

 

କେରଳ(ସଂକେତ ଖବର) :କେରଳର ଏର୍ଣ୍ଣାକୁଲମରେ ବଡ ଧୁମ ଧାମରେ ଓଡିଆ ମାନେ ପାଳନ କରୁଛନ୍ତି ଗଣେଷ ପୂଜା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆକର୍ଷଣୀୟ ତୋରଣ ସହିତ ରଂଗିନ ଆଲୋକରେ ସଜାଯାଇଛି ପୂଜା ମଣ୍ଡପ । ଓଡିଶାର ବିଭିନ୍ନ ଅଂଚଳରୁ ବସବାସ କରୁଥିବା ଓଡିଆ ମାନେ ଏକାଠି ହୋଇ ପ୍ରତିବର୍ଷ ଏହି ପୂଜା ପାଳନ କରୁଛନ୍ତି । ଚଳିତ ବର୍ଷ ବେଶ ଧୁମ ଧାମରେ ପାଳନ ହେଉଛି ଏହି ଗଣେଷ ପୂଜା । ଏହି ପୂଜା ୫ ଦିନ ଧରି ଚାଲିବ ଏବଂ ଆସନ୍ତା କାଲି ଏର୍ଣ୍ଣାକୁଲମ ସି ବିଚରେ ବସର୍ଜିତ ହେବାର କାର୍ଯ୍ୟକ୍ରମ ରହିଛି । ସଂପୁର୍ଣ୍ଣ ପାରମ୍ପରିକ ଋତିନିତିରେ ପାଳନ ହେଉଥିବା ଏହି ଗଣେଷ ପୂଜାରେ ଓଡିଆ ମାନଙ୍କ ବ୍ୟତିତ ସ୍ଥାନୀୟ ଲୋକେ ମଧ୍ୟ ଏଥିରେ ସାମିଲ  ହୋଇ ଏହାର ମଜା ଉଠାଉଛନ୍ତି ।

ବିଶେଷ କରି ସଂଧ୍ୟାରେ ପୂଜା ମଣ୍ଡପ ନିକଟରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି ।ଚଳିତ ବର୍ଷ ତ୍ରିନାଥ ସ୍ୱାଇଁ ଙ୍କ ଦ୍ୱାରା ଗଣେଷ ମୂର୍ତି ନିର୍ମାଣ ହୋଇଛି । ଗତ ୨୦୧୦ ମସିହାରୁ ଓଡିଆ ପିଲା ମାନଙ୍କ ଦ୍ୱାରା ଏଠାରେ ପୂଜା ଆରମ୍ଭ ହୋଇଛି । ଚଳିତ ବର୍ଷ ରାଜେଶ,ଦିଲ୍ଳିପ,ଅଜୟ,ଯୋଗୀ,ଆଶିଷ ଙ୍କ ସମେତ ବହୁ ଓଡିଆ ଯୁବକଙ୍କ ଉଦ୍ୟମ କ୍ରମେ ଏହି ପୂଜା ସପଂଳ ଭାବେ ଆୟୋଜନ ହୋଇଛି ।

1 thought on “କେରଳରେ ଓଡିଆଙ୍କ ଦ୍ୱାରା ଗଣେଷପୂଜା

Leave a Reply

Your email address will not be published. Required fields are marked *

You cannot copy content of this page