୪୫ ବର୍ଷ ପରେ ଏକାଠି ହେଲେ ପୁରୁଣା ବନ୍ଧୁ ,ମନେ ପକାଇ ଅତୀତ କୁ କଲେ ରୋମନ୍ଥନ ।

0

ଯାଜପୁର (ସଂକେତ ଖବର ବ୍ୟୁରୋ)

ଯାଜପୁର ବ୍ଲକ ଦେବିଲ ହନୁମାନ ବାଟିକା ପରିସରରେ ନକ୍ଷତ୍ର ମାଳିନୀ ଉଚ୍ଚ ବିଦ୍ୟାଳୟର ୧୯୭୪ ମସିହା ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତକ୍ରାଳିନ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ନିତ୍ୟାନନ୍ଦ ଜେନାଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବାଣିଜ୍ୟକର ବିଭାଗର ବରିଷ୍ଠ ଅଧିକାରୀ ତଥା ସ୍ୱେଚ୍ଛାସେବୀ ପିୟୁସକାନ୍ତ ପାଣି ମୁଖ୍ୟ ଅତିଥି ଓ ଡକ୍ଟର ଦାମୋଦର ବେହେରା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବନ୍ଧୁ ମିଳନ ର ତାତ୍ପର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । ଏଭଳି ଏକ ଆୟୋଜନ ପରପିଢ଼ିକୁ ବନ୍ଧୁତ୍ୱର ବାର୍ତ ଦେବ ବୋଲି ମତ ଦେଇଥିଲେ । ଏହି ଅବସରରେ ଗୁରୁ ରାଘବ ଚନ୍ଦ୍ର ମଲ୍ଲିକ,ଆନନ୍ଦ ଚନ୍ଦ୍ର ବିଶ୍ୱାଳ,ସୁବାସ ଚନ୍ଦ୍ର ମହାନ୍ତି,ଗିରିଧାରୀ ବିଶ୍ୱାଳ,ଯଜେ୍ଞଶ୍ୱର ମିଶ୍ର,ସୁଧିର କୁମାର ମିଶ୍ର ଓ ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ସାମ୍ବାଦିକତା କ୍ଷେତ୍ରରେ ଉକ୍ରର୍ଷ ଲାଭ କରିଥିବା ଜୀ କଳିଙ୍ଗ ପ୍ରତିନିଧି ସନ୍ଦୀପ୍ତ ରାୟଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ବନ୍ଧୁମିଳନ ରେ ସର୍ବଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାନ୍ତି,କେଶବ ଚନ୍ଦ୍ର ବେହେରା,ଲକ୍ଷ୍ମୀଧର ସେଠୀ,ମନ୍ମଥ ବିଶ୍ୱାଳ,ମନ୍ମଥ ପଲେଇ,ମୁକୁନ୍ଦ ଚନ୍ଦ୍ର ବିଶ୍ୱାଳ,ନିମାଇଁ ଚନ୍ଦ୍ର ବିଶ୍ୱାଳ,ନିତ୍ୟାନନ୍ଦ ଜେନା,ପ୍ରଦୀପ କୁମାର ବିଶ୍ୱାଳ,ପ୍ରପୁଂଲ୍ଲ କୁମାର ବିଶ୍ୱାଳ,ପ୍ରମିଳା ଦାସ,ପିତାମ୍ବର ବିଶ୍ୱାଳ,ପ୍ରେମଲତା ବିଶ୍ୱାଳ,ପଦ୍ମନାଭ ପାଣି,ପ୍ରବୋଧ ବିଶ୍ୱାଳ,ରାଧାକାନ୍ତ ବିଶ୍ୱାଳ,ରଜତ କୁମାର ବିଶ୍ୱାଳ,ସ୍ନେହଲତା ବିଶ୍ୱାଳ,ସନାତନ ବେହେରା,ଶରତ ଚନ୍ଦ୍ର ଧଳ,ତାରାକାନ୍ତ ବିଶ୍ୱାଳ,ଉର୍ମିଳା ଆଇଚ,ଅକ୍ଷୟ କୁମାର ବିଶ୍ୱାଳ,ଅନିରୁଦ୍ଧ ରାଉଳ,ଅରୁଣ କୁମାର ଦାସ,ବିରକିଶୋର ବିଶ୍ୱାଳ,ବେଣୁଧର ବିଶ୍ୱାଳ,ବିଷ୍ଣୁ ଚରଣ ବିଶ୍ୱାଳ,ଗୋପାଳ ବିଶ୍ୱାଳ,ଜଣେଶ ଚନ୍ଦ୍ର ସାମଲ,ଗୋବର୍ଦ୍ଧନ ନାଥ,ଗୋପିନାଥ ସାହୁ,ଗୌରାଂଗ ବିଶ୍ୱାଳ,ହେମଲତା ସ୍ୱାଇଁ,ଜଳଧର ରାଉତ,ଜତିନ୍ଦ୍ର ନାଥ ଦଳାଇ,ଖିରୋଦିନି ବିଶ୍ୱାଳ,କୃପାସିନ୍ଧୁ ରାଉତ ଙ୍କ ସମେତ ବହୁ ପୁରାତନ ଛାତ୍ର ଛାତ୍ରୀ ଯୋଗ ଦେଇ ପୁରୁଣା ସ୍ମୃତିକୁ ମନେ ପକାଇଥିଲେ । ପ୍ରଥମେ ମୃତ୍ୟୁବରଣ କରିଥିବା ଛାତ୍ର ଛାତ୍ରୀଙ୍କ ସ୍ମୃତିରେ ୧ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ସ୍ଥାନୀୟ ବଜରଂଗ ଦଳ କାର୍ଯ୍ୟକର୍ତା ଦିବ୍ୟଭୁଷଣ ମହାନ୍ତିଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page