୧୯୯୫ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

0

ଯାଜପୁର(ସଂକେତ ଖବର)ଯାଜପୁର ବ୍ଲକ ଭୁବନେଶ୍ୱରପୁର ପଂଚାୟତ ର ଶେଷଦେବ ବାସନ୍ତୀ ସରକାରୀ ହାଇସ୍କୁଲ ୧୯୯୫ ମାଟ୍ରିକ ବ୍ୟାଚ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ପରିସରରେ ପୁରାତନ ଛାତ୍ର ଛାତ୍ରୀ ଓ
ସେମାନଙ୍କ ପରିବାର ସଦସ୍ୟ ମାନେ ଉପସ୍ଥିତ ହୋଇ ପ୍ରଥମେ ହାଇସ୍କୁଲର ପ୍ରଥମ ପ୍ରଧାନଶିକ୍ଷକ ସ୍ୱର୍ଗତ ଅଶୋକ ବିହାରୀ ଏବଂ ଛାତ୍ରୀ ସୁଜାତା ପ୍ରିୟମ୍ବତା ଙ୍କ ସମାଧୀ ସ୍ଥଳରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏଥିସହିତ ପୁରାତନ ଛାତ୍ରୀ ଜୟନ୍ତି ଘଡେଇ ଙ୍କ ସ୍ୱାମୀ କରୁଣାକର ଜେନାଙ୍କ ଅକାଳ ବିୟୋଗ ରେ ଶୋକ ବ୍ୟକ୍ତ କରିବା ସହିତ ୧ ମିନିଟ ନିରବ ପ୍ରାର୍ଥନା କରିଥିଲେ । ଦୀର୍ଘବର୍ଷ ପରେ ଛାତ୍ର ଛାତ୍ରୀ ଏକାଠି ହୋଇଥିବାର ସୁଯୋଗ ପାଇ ପୁରୁଣା ଦିନର ସ୍ମୃତିକୁ ମନେ ପକାଇଥିଲେ । କୁନି କୁନି ପିଲା ମାନଙ୍କ ମଧ୍ୟରେ ମ୍ୟୁଜିକ ଚେୟାର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । 

ଏହି ଅବସରରେ
ଅନୁଷ୍ଠିତ ସଭାରେ ଛାତ୍ରୀ ସୁଷମା ସୁନ୍ଦରୀ ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ବନୋଜ ଓଝା ଅତିଥି ମାନଙ୍କ ପରିଚୟ ପ୍ରଧାନ କରିଥିଲେ । ସ୍କୁଲର ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ପୁରାତନ ଶିକ୍ଷକ ସୁରେନ୍ଦ୍ର କୁମାର ରାୟ,ରତ୍ନାକର ନାୟକ,ଧିରେଶ
ଦାସ,ରବିନାରାୟଣ ସାହୁ,ନରେନ୍ଦ୍ର ଘଡେଇ ,କର୍ମଚାରୀ ରାମଚନ୍ଦ୍ର ରଣା ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କ ଏଭଳି ଉଦ୍ୟମକୁ ବେଶ ପ୍ରଶଂସା କରିଥିଲେ । ପୁରାତନ ଛାତ୍ର ଅନିଲ ମହାପାତ୍ରଙ୍କ ଉଦ୍ୟମ କ୍ରମେ ହୋଇଥିବା ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ପ୍ରତିବର୍ଷ କରିବା ପାଇଁ ଛାତ୍ରୀ ମମତା ନାୟକ ଏବଂ ରଶ୍ମିରେଖା ଧଳ ପ୍ରସ୍ତାବ ଦେଇଥିଲେ । ଏଥି ସହିତ ବିଦ୍ୟାଳୟର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ନିଷ୍ପତି ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସ୍ମିତା ସାହୁ,କିରଣ ବାଳା ସାହୁ,କୁଶୁମ ବାଳା ସାହୁ,ପ୍ରମିଳା ସାହୁ,ଜାନକୀ ସାହୁ,ଲକ୍ଷ୍ମୀ ସାହୁ,ସୁଚିତ୍ରା ଦାସ,ମନୋରମା ବେହେରା,ଜୟନ୍ତୀ ଘଡେଇ,ଅଭିମନ୍ୟୁ ଯେନା,ଅଜିତ ମହାପାତ୍ର,ପ୍ରତ୍ୟୁଷ ମହାପାତ୍ର,ଅନିରୁଦ୍ଧ ଦାସ,ଗୌରାଙ୍ଗ ନାୟକ,ରଶ୍ମିରେଖା ଧଳ,ସ୍ମିତା ସାହୁ, ଶ୍ରୀକାନ୍ତ ନାୟକ,ବଳରାମ ସାହୁ,ଜଗବନ୍ଧୁ ସାହୁ,କନକଲତା ଜେନା,ସୁବାସ ସାହୁ,ଶରତ ଯେନା,ଭରତ ଯେନା,ରାଜେନ୍ଦ୍ର ଯେନା,ଦୁଃଖିଶ୍ୟାମ ଯେନା,ବ୍ରଜକିଶୋର ରଣା,ଗୌରହରି ସାହୁ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ଶେଷରେ ସମ୍ବିତ ରାୟ ବନ୍ଧୁମିଳନ କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page