ସୁଯୋଗ୍ୟ ସନ୍ତାନ ଗୋଲେଖ। ଗୋଟିଏ ଗାଁ ର ବିକାଶ ପାଇଁ ଖର୍ଚ୍ଚ କଲେ କୋଟିଏ।
![](https://www.sanketkhabar.com/wp-content/uploads/2020/08/IMG-20200818-WA0033.jpg)
ସାଲେପୁର(ସଙ୍କେତ ଖବର) ଗାଁର ପୁଅ କରୋନା ଲକ ଡାଉନ୍ ସମୟରେ ଚେନ୍ନାଇ ରୁ ଗାଁକୁ ଫେରି ଅସଜଡା ଗାଁର ଚିତ୍ର ବଦାଳଇବାକୁ କରିଛି ପଣ। ହଜାରେ ନୁହେଁ କି ଲକ୍ଷେ ନୁହେଁ କୋଟିଏ ରୁ ଉର୍ଦ୍ଧ ଟଙ୍କା ସାରି ଦେଲେଣି ଗାଁର ବିକାଶ ପାଇଁ । ସରକାରୀ ସହାୟତା କୁ ଅପେକ୍ଷା ନ କରି ନିଜସ୍ଵ ଉଦ୍ୟମ ରେ ଏଭଳି କରି ଦେଖାଇ ସାରା ରାଜ୍ୟରେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ସେ। ରାସ୍ତାଘାଟ କଥା ହେଉ ବା ଗାଁରେ ମନ୍ଦିର ନିର୍ମାଣ, ଆଲୋକିକରଣ ଠାରୁ ଆରମ୍ଭ କରି ପାନୀୟ ଜଳ , ଗାଁ ଯୁବକ ମାନଙ୍କ ପାଇଁ କ୍ଲବ୍ ଘର , ବୟସ୍କ ମାନଙ୍କ ପାଇଁ ଭାଗବତ ଟୁଙ୍ଗି , କୋଠଘର, ପାର୍କ, ଜିମ୍ ସେଣ୍ଟର ଏମିତି କେତେକଣ। ସବୁଠୁ ବଡକଥା ହେଲା ପକ୍କାଘର ଖଣ୍ଡିକ ପାଇଁ ଯେଉଁମାନେ ସରକାରଙ୍କ ଉପରେ ନିର୍ଭର କରିଆସୁଥିଲେ ସେମାନଙ୍କୁ ମଧ୍ୟ ପକ୍କାଘର ଯୋଗାଇ ଦେଇଛନ୍ତି ସେ।କେବଳ ଗାଁ ଲୋକ ନୁହଁନ୍ତି ସମାଜର ଅନେକ ଅବହେଳିତ ଲୋକଙ୍କ ପାଇଁ ସେ ଦେବଦୂତ ସାଜିଛନ୍ତି ଆଉ ଦୁର୍ଦ୍ଦିନରେ ରହୁଥିବା ଲୋକଙ୍କୁ ସହଯୋଗର ହାତ ବଢାଇ ଚାଲିଛନ୍ତି କଟକ ସାଲେପୁର ଜଳହରୀ ଗାଁର ଚାଟାର୍ଡ ଆକାଉଟାଣ୍ଟ ଗୋଲଖ ପରିଡା।
![](https://www.sanketkhabar.com/wp-content/uploads/2020/08/img-20200824-wa0001-13549455178293023258.jpg)
ଗୋଲଖଙ୍କ ପାଇଁ ଜଳହରୀ ଗାଁ ଏବେ ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। କରୋନା ଅନେକଙ୍କ ଭାଗ୍ୟ କୁ ପଛକୁ ନେଇଯାଇଥିବା ବେଳେ ଜଳହରି ଗାଁ ର ଚିତ୍ର କୁ ସମ୍ପୂର୍ଣ୍ଣ ବଦଳାଇପାରିଛି। ଲକ ଡାଉନ୍ ପୂର୍ବରୁ ଏହି ଗାଁ ର ଚିତ୍ର ଆଉ ଆଜିର ଚିତ୍ର ଭିତରେ ଆକାଶ ପାତ୍ତାଳର ଫରକ୍ ଆସିଛି। ରାସ୍ତାଥିଲା ହେଲେ ଯାତାୟତ ପାଇଁ ଅସୁବିଧା ଭୋଗୁଥିଲେ ଲୋକେ। ବିଜୁଳି ଆଲୁର ବ୍ୟବସ୍ଥାଥିଲା ହେଲେ ଗାଁ ଦାଣ୍ଡ ଥିଲା ଅନ୍ଧାର । ଏବେ ଗାଁର ରାସ୍ତାକଡରେ ନୂଆ ବିଦ୍ୟୁତ୍ ଖୁଣ୍ଟି ପଡିଛି ଓ ସଂଧ୍ୟା ହେଲେ ବିଜୁଳିବତି ଜଳୁଛି। ଗାଁର ବୟସ୍କମାନଙ୍କ ପାଇଁ ନିର୍ମାଣ ହୋଇଛି ଭାଗବତ ଟୁଙ୍ଗି, ଯୁବକ ମାନଙ୍କ ପାଇଁ କ୍ଲବ୍ ଘର ଓ ଜିମ୍ ସେଣ୍ଟର , ଆମୋଦ ପ୍ରମୋଦ ପାଇଁ ବିରାଟକାୟ ପାର୍କ ର କାମ ଯୁଦ୍ଧକାଳିନ ଭିତ୍ତିରେ ବି ନିର୍ମାଣ ଚାଲିଛି।
![](https://www.sanketkhabar.com/wp-content/uploads/2020/08/img_20200824_091157-16705160624178412940.jpg)
ଗାଁରେ କ୍ରୀଡାର ବିକାଶ ପାଇଁ ମିନିଷ୍ଟାଡିୟମ ନିର୍ମାଣ ହେଉଛି. ଏସବୁ କ୍ଷେତ୍ରର ବିକାଶ ପାଇଁ କୋଟିଏ ଟଙ୍କାରୁ ଉର୍ଦ୍ଧ ବ୍ୟୟ କରି ଗାଁର ଲୋକଙ୍କ ମନରେ ଖୁସି ଆଣିଦେଇଛନ୍ତି ସେହି ଗାଁର ପୁଅ ଗୋଲଖ। ଗୋଲଖ ଙ୍କ ପାଇଁ ଆଜି ଗାଁ ହସୁଛି। ସମସ୍ତଙ୍କ ମନରେ ଖୁସି ଆଉ ଆନନ୍ଦର ଲହଡି। ଦିନଥିଲା ଗୋଲଖ ଦରିଦ୍ରର କଷାଘାତ ଦେଇ ଗତିକରୁଥିଲେ। କିନ୍ତୁ ନିଜସ୍ଵ ଉଦ୍ୟମ ରେ ସେ ବହୁ ସଂଘର୍ଷ କରି ଏବେ ସଫଳତାର ଶିର୍ଷରେ ପହଁଚିପାରିଛନ୍ତି। ଗାଁ ପାଇଁ ଏ ସମାଜପାଇଁ କିଛି କରିବାର ପଣ ତାଙ୍କୁ ସମାଜସେବା ପାଇଁ ଅନୁପ୍ରାଣିତ କରିଥିଲା। ଏସବୁ ସମ୍ଭବ ଆଉ ସୂଯୋଗ ଆଣିଦେଇଥିଲା କରୋନା ଲକ ଡାଉନ୍ । ଗାଁକୁ ଆସିବା ସମୟ ରେ କୋରୋନା ଲକଡାଇନ୍ ଆରମ୍ବ ହୋଇଥିଲା। ଫଳରେ ସେ ନିଜ କର୍ମସ୍ଥଳ ଚେନ୍ନାଇ ଯାଇପାରିନଥିଲେ। ଗାଁ ମଳିନ ଚିତ୍ର ଦେଖି ଅତ୍ୟନ୍ତ ବ୍ୟଥିତ ହୋଇଥିଲେ। ଆଉ ଗାଁ ଚିତ୍ରକୁ ସମ୍ପୂର୍ଣ୍ଣ ବଦଳେଇବାର ଶପଥ ନେଇଥିଲେ। କାଲି ଯିଏ ଭଙ୍ଗା ଚାଳ ଛପର ଘରେ ରହୁଥିଲା ଆଜି ମୁଣ୍ଡ ଗୁଞ୍ଜିବା ପାଇଁ ତାକୁ ପକ୍କାଘରଟିଏ କରିଦେଲେ। ସରକାର ଙ୍କ ଯୋଜନାରେ ଠାରୁ ଅଧିକ କରି ଦେଖାଇଲେ ଗୋଲଖ। କେବଳ ଗାଁ ଲୋକ ନୁହନ୍ତି ସ୍ଥାନିୟ ଅଂଚଳର ଲୋକଙ୍କ ମୁହଁରେ ଆଜି ଗୋଲଖଙ୍କ ପାଇଁ ପ୍ରଶଂସା ।
![](https://www.sanketkhabar.com/wp-content/uploads/2020/08/img_20200824_091211-11062421258749641087.jpg)
ଏଭଳି ପ୍ରତି ଗାଁର ଯୁବକଙ୍କ ମନରେ ସେବା ମନୋଭାବ ଆସିଲେ ଏ ଗାଁ ଓ ସମାଜରେ ନିଶ୍ଚିନ୍ତ ପରିବର୍ତ୍ତନ ଆସିପାରିବ । ଗୋଲଖ ଙ୍କ କହିବା କଥା ମୁଁ ସମାଜର ରୁଣ ସୁଜୁଛି। ଏ ସମାଜ ମୋତେ ଯାହା ଆଜି ଦେଇଛି । ମୋର ଶେଷ ନିଶ୍ୱାସ ଥିବା ପ୍ରର୍ଯ୍ୟନ୍ତ ଏଭଳି ସମାଜ ପାଇଁ କାମକରି ରୁଣ ସୁଝି ଚାଲିବି। ଅନ୍ୟପଟେ ଗୋଲଖଙ୍କ ପତ୍ନି ମଧ୍ୟ ସ୍ୱାମୀଙ୍କ ଏଭଳି ସେବା ମନୋଭାବ ପାଇଁ ନିଜକୁ ଗର୍ବିତ ଅନୁଭବ କରନ୍ତି। ଗାଁ ଲୋକଙ୍କ ମନରେ ଖୁସି ଦେଖିଲେ ତାଙ୍କୁ ଆତ୍ମତୃପ୍ତି ମିଳିଥାଏ ବୋଲି କୁହନ୍ତି।
ମୁଁ ମୋ ଋଣ ସୁଝୁଛି:ଗୋଲେଖ