ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ପାଇଁ ଆବେଦନ

0

ଯାଜପୁର (ସଙ୍କେତ ଖବର): ରାଜ୍ୟ ସରକାରଙ୍କର ଅନୁମୋଦିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କର ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପଞ୍ଜିକରଣ ପାଇଁ ଆବେଦନ ଗ୍ରହଣ କରାଯାଉଚ୍ଥି । ରାଜ୍ୟ ସରକାରଙ୍କର ସୂଚନା ଓ ଲୋକ ସଂପର୍କ ବିଭାଗ ପତ୍ର ସଂଖ୍ୟା ୫୬୭୦ ତା ୨୮.୫.୨୦୨୧ ରିଖ ଅନୁସାରେ ଉପଯୁକ୍ତ ଫର୍ମାଟରେ ଚଳିତ ବର୍ଷ ଜୁନ୍ ୧୨ ତାରିଖ ମଧ୍ୟରେ ଏହି ଆବେଦନ ଗୁଡିକ ସୂଚନା ଓ ଲୋକ ସଂପର୍କ ନିର୍ଦ୍ଦେଶାଳୟରେ ପହଞ୍ଚିବା ଜରୁରୀ । ସେଥିପାଇଁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ, ଯାଜପୁର ଠାରେ ୯.୬.୨୦୨୧ ରିଖ ସୁଦ୍ଧା ଆଗ୍ରହୀ ଗଣମାଧ୍ୟମ ବନ୍ଧୁ ମାନଙ୍କର ଆବେଦନ ପ୍ରେରଣ କରିବାକୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୂଚନା ଦେଇଚ୍ଥନ୍ତି । ପୂର୍ବରୁ ଯେଉଁ ମାନଙ୍କର ସ୍ୱାସ୍ଥ୍ୟ ବୀମା କାର୍ଡ ରହିଚ୍ଥି ସେମାନେ ମଧ୍ୟ ନୂତନ ଭାବେ ସେମାନଙ୍କର ଅବଧି ଥିବା ମିଡିଆ ହାଉସର ପରିଚୟ ପତ୍ର ବା ଅଥରିଟି ଲେଟର ସହ ଆବେଦନ କରିବେ । ଏହି ଆବେଦନରେ କ୍ରମିକ ସଂଖ୍ୟା ଗଣମାଧ୍ୟମ ପ୍ରତିନିଧିଙ୍କ ନାମ, ମିଡିଆ ହାଉସର ନାମ, କି ପ୍ରକାର ମିଡିଆ ହାଉସ, ସଂପର୍କୀୟ ମାନଙ୍କ ନାମ, ସଂପର୍କ, ଲିଙ୍ଗ, ଜନ୍ମ ତାରିଖ, ମୋବାଇଲ ନମ୍ୱର, ଜିଲ୍ଲା, ସବ୍-ଡିଭିଜନ ଓ ଠିକଣା ରହିବା ଜରୁରୀ । ତେଣୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ ହେବାକୁ ଥିବା ଅନୁମୋଦିତ ଗଣ ମାଧ୍ୟମର ଆଗ୍ରହୀ ପ୍ରତିନିଧିମାନେ ଯଥାଶିଘ୍ର ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର‌୍ୟ୍ୟାଳୟରେ ସେମାନଙ୍କର ଆବେଦନ ପ୍ରଦାନ ପାଇଁ ଅନୁରୋଧ କରାଯାଇଚ୍ଥି ।

Leave a Reply

Your email address will not be published. Required fields are marked *

You cannot copy content of this page