ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ
![](https://www.sanketkhabar.com/wp-content/uploads/2021/06/WhatsApp-Image-2021-06-15-at-9.59.25-PM.jpeg)
ଯାଜପୁର (ସଙ୍କେତ ଖବର): ଯାଜପୁର ସଦର ଥାନା ଛତିଶଦେବିଲ ପଂଚାୟତ ମହମ୍ମଦ ଜମାପୁର ଗାଁ ରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ। କିଛି ଦିନ ପୂର୍ବରୁ ଜଣେ ଯୁଵକଙ୍କ ସନ୍ଦେହଜନକ ମୃତ୍ୟୁକୁ କେନ୍ଦ୍ର କରି ଖୁଣ୍ଟିଆ ସାହି ଓ ଦଳେଇ ସାହି ମଧ୍ୟ୍ୟରେ ବିବାଦ ଲାଗି ରହିଥିଲା। ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ଉଭୟ ଗୋଷ୍ଠୀ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆଜି ଉଭୟ ସାହି ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଏପରିକି ଗୋଟିଏ ଗୋଷ୍ଠୀର କେତେକଙ୍କ ଘରକୁ ନିଆଁ ଲଗାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଗୋଷ୍ଠୀ ସଂଘର୍ଷ ରେ ଉଭୟ ପକ୍ଷରୁ ପାଞ୍ଚ ଜଣ ଆହତ ହୋଇଥିବା ବେଳେ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପରିସ୍ଥିତି ଉତ୍ତେଜନା ମୂଳକ ରହିଥିବାରୁ ଘଟଣା ସ୍ଥଲରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି ।