ଜ୍ଞାନଭାପି ! କାହିଁକି ଏ ବିବାଦ ?
ଅଧ୍ୟାପକ ବିରଞ୍ଚି ଦାସ
ଜ୍ଞାନଭାପି କ’ଣ ?-ବେଶ୍ କିଛିଦିନ ଧରି ସାରା ଦେଶରେ ଏକ ନୂଆ ବିବାଦ ସୁତ୍ରପାତ ହୋଇଛି ତାହା ହେଲା ଜ୍ଞାନଭାପି ବିବାଦ । ଉତ୍ତରପ୍ରଦେଶର ବନାରସରେ ୧୬୬୯ ମସିହାରେ ଏକ ପୁରାତନ ଶିବ ମନ୍ଦିର ଭଙ୍ଗାଯାଇ ତା ଉପରେ ତତ୍କାଳୀନ ମୁସଲମାନ ଶାସକ ଆଉରଙ୍ଗଜେବଙ୍କ ଦ୍ୱାରା ଏକ ମସଜିଦ ନିର୍ମାଣ ହୋଇଥିଲା ଯାହାର ନାମ ଥିଲା ଜ୍ଞାନଭାପି । କାଶି ବିଶ୍ୱନାଥ ମନ୍ଦିର ସଲଘ୍ନ ଏକ ପବିତ୍ର କୁଅ ଯାହାକୁ ଜ୍ଞାନର କୁଅ ଭାବରେ ଲୋକ ବିଶ୍ୱାସ କରୁଥିଲେ ସେହି ନାମ ଅନୁସରାେ ଏହାକୁ ଜ୍ଞାନଭାପି ବୋଲି ଲୋକେ ମୁଖରେ ପରିଚିତ ଥିଲା ।
ଇତିହାସ କ’ଣ କହେ?-ଇତିହାସ କହେ ସେପ୍େଟମ୍ବର ୧୬୬୯ରେ, ଅଉରଙ୍ଗଜେବ ମନ୍ଦିର ଭାଙ୍ଗିବା ସହ ଏହି ଭଗ୍ନାବଶେଷ ଉପରେ ଖୁବ୍ ଶୀଘ୍ର ଏକ ମସଜିଦ ନିର୍ମାଣ ପାଇଁ ନିର୍ଦ୍ଧେଶ ଦେଇଥିଲେ । ମୂଳତ ଏହି ମସଜିଦଟି ଆଲାମଗିରି ମସଜିଦ ଭାବରେ ଜଣାଶୁଣା ଥିଲା କିନ୍ତୁ ସମୟ ସହିତ ବର୍ତ୍ତମାନର ନାମ ଜ୍ଞାନବାପି ନାମରେ ପରିଚୟ ପାଇଛି । କୁହାଯାଏ ଧର୍ମ ଅପେକ୍ଷା ରାଜନୈତିକ ଶତ୍ରୁତାର ପରିଣାମ ସ୍ୱରୂପ ଏଭଳି ଏକ ଇତିହାସକୁ କାଳେ ଲୁଚାଇ ଆଉ ଏକ ଇତିହାସ ରଚନା କରାଯାଇଥିଲା ।
ଜ୍ଞାନଭାପିକୁ ନେଇ ଅଇନ ଯୁଦ୍ଧ-ଏବେ ଏହି ଜ୍ଞାନଭାପୀ ମସଜିଦ ଆଇନଗତ ଯୁଦ୍ଧର ସମ୍ମୁଖୀନ ହୋଇଛି । ବାରାଣାସୀର ଏକ କୋର୍ଟ ଜ୍ଞାନଭାପୀ ି ମସଜିଦର ଗଠନ ଯାଁଚଞ୍ଚପାଇଁ ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆକୁ ନିର୍ଦ୍ଦେଶ ଦେବାପରେ ସତ ପଦାକୁ ଆସିଛି । ଏହା ମଧ୍ୟରେ ଏକ ଶିବ ଲିଙ୍ଗ ଚିହ୍ନଟ ହେବା ପରେ ମାନ୍ୟବର କୋର୍ଟ ଏହାକୁ ନେଇ ଉଭୟ ପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ସହ ଏହାର ସ୍ଥିତାବସ୍ଥା ସହ ଧାର୍ମିକ ଭବାନାକୁ ଦୃଷ୍ଟିରେ ରଖି ଆନ୍ତରିଣ ରାୟ ପ୍ରଦାନ କରିଛନ୍ତି । ଫଳସ୍ୱରୂପ ବର୍ତ୍ତମାନ ପାଇଂ ଉଭୟ ପକ୍ଷ ନିଜ ନିଜର ଉପାସନା କରିପାରିବେ ହେଲେ ଏହାକୁ ନେଇ କେହି ଦାବି କରିପାରିବେ ନାହିଁ ।
ଆବେଦନକାରୀ କିଏ?-ପ୍ରଥମେ ଏହି ବିବାଦ ସମ୍ପର୍କରେ ୧୯୯୧ ମସିହାରେ ବାରାଣାସୀ କୋର୍ଟରେ ଏକ ଆବେଦନ କରା ଯାଇଥିଲା ଯେଉଁଠାରେ ଆବେଦନକାରୀ, ସ୍ଥାନୀୟ ପୁରୋହିତମାନେ ଜ୍ଞାନଭାପି ମସଜିଦ ଅଁଚଳରେ ପୂଜାପାଠ ପାଇଁ ଅନୁମତି ମାଗିଥିଲେ । ଆବେଦନକାରୀମାନେ କହିଥିଲେ କି ଆଉରଙ୍ଗଜେବଙ୍କ ଶାସନ କାଳରେ କାଶୀ ବିଶ୍ୱନାଥ ମନ୍ଦିରର ଏକ ଅଂଶ ଭାଙ୍ଗି ଏହି ମସଜିଦ ନିର୍ମାଣ କରାଯାଇଥିଲା । ବାରାଣାସୀର ଜଣେ ଓକିଲ ବିଜୟ ଶଙ୍କର ରାଷ୍ଟୋଗୀ ଜ୍ଞାନଭାପୀ ମସଜିଦ ନିର୍ମାଣରେ ବେଆଇନ ଦାବି କରି ନିମ୍ନ ଅଦାଲତରେ ଏକ ପିଟିସନ ଦାଖଲ କରି ମସଜିଦର ପ୍ରତ୍ନତାତ୍ତ୍ୱିକ ସର୍ଭେ ପାଇଁ ଆବେଦନ କରିଥିଲେ । ଅଯୋଧ୍ୟାଙ୍କ ବାବ୍ରୀ ମସଜିଦ୍ ରାମଜନ୍ମଭୂମୀ ଟାଇଟଲ୍ ବିବାଦରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଏହା ଡିସେମ୍ବର ୨୦୧୯ ରେ ପଦାକୁ ଆସିଥିଲା ।
ସମାଧାନର ରାସ୍ତା-ତେବେ ଜ୍ଞାନଭାପି ମସଜିଦ ଥିଲା କି ମନ୍ଦିର ଥିଲା ଆଉ କିଛି ଦିନର ଅପେକ୍ଷା ପରେ ସ୍ପଷ୍ଠ ହୋଇଯିବ କିନ୍ତୁ ଏହାକୁ ନେଇ ଦେସବ୍ୟାପି ଯେଉଁ ସାମ୍ପ୍ରଦାୟିକ କ୍ରିୟା ପ୍ରତିକ୍ରିୟା ଦେଖିବାକୁ ମିଳୁଛି ତାହା ଚିନ୍ତାର ବିଷୟ । କିଛି କହୁଛନ୍ତି ଦେଶ ଯେତବେଳେ ଭୟଙ୍କର ଆର୍ôଥକ ସଙ୍କଟ ଦେଇ ଗତିକରୁଛି, ସାଧାରଣ ଖାଉଟିଟିଏ ମହଙ୍ଗା ମାଡରେ ଚେଫା ହୋଇ ଯାଉଛି ସେତବେଳେ ଏ ମନ୍ଦିର ମସଜିଦର ବିବାଦ ଜାଣିଶୁଣି ଚର୍ଚ୍ଚାର ପରିଧି ମଧ୍ୟକୁ ଅଣାଯାଉଛି ।
ଅବଶ୍ୟ ଏକଥା ସତ କାହାରି ଧର୍ମୀୟ ଭବାନାକୁ ଆଘାତ ଦେବାକୁ କାହାକୁ ଆମ ସମ୍ବିଧାନ ଅଧିକାର ଦେଇନାହିଁ ହେଲେ ଏ ସମସ୍ତ ଘଟଣା ଦୁର୍ଘଟଣା ୪ଶହ ବର୍ଷ ତଳର ଯେତବେଳେ ଆଜିର ଗଣତନ୍ତ୍ର ବା ଆଇନକାନୁନର ଭୟ ନଥିଲା । ରାଜା ମହାରାଜାଙ୍କ ଚିନ୍ତା ଚେତନାର ଫଳ ଏ ସବୁକିଛି ଆଉ ଏହାର ସୁସ୍ଥ ସମାଧାନ ହେଉଛି ମାନ୍ୟବର କୋର୍ଟଙ୍କ ବିଚାରକୁ ସମ୍ମାନ ଦେଇ ସମସ୍ତେ ସହଜରେ ମୂଳ ଇତିହାସକୁ ଗ୍ରହଣ କରିନେବା । ଏବେ ସମସ୍ତଙ୍କର ଅପେକ୍ଷା ମାନୟବର କୋର୍ଟଙ୍କ ଚୁଡାନ୍ତ ରାୟକୁ ।
ଏହା ଲେଖକ ଙ୍କର ନିଜସ୍ୱ ମତ,ଏଥିରେ ସଂକେତ ଖବର ସମ୍ପାଦନା ମଣ୍ଡଳୀର କୌଣସି ମତ ନାହିଁ।