ବିପ୍ଲବ ଙ୍କ ଉପରେ କେବେ ପଡିବ ଦୃଷ୍ଟି?

0

ଯାଜପୁର(ସଂକେତ ଖବର ବ୍ୟୁରୋ)

ଜାତୀୟ ନୁହେଁ ଆନ୍ତର୍ଜାତିୟ ସ୍ତରରେ ଓଡିଆ ଖେଳାଳୀଙ୍କ ସପଂଳତା । ଯାଜପୁର ଛତିଆ ଅଂଚଳର ହ୍ୟାଣ୍ଡବଲ ଖେଳାଳୀ ବିପ୍ଲବ ବିଶ୍ୱାଳ ଭାରତୀୟ ଦଳରେ ସାମିଲ ହୋଇ ୧୦ରୁ ଉର୍ଦ୍ଧ ଆନ୍ତର୍ଜାତିକ ମ୍ୟାଚ ଖେଳି ଘରକୁ ପେଂରିଛନ୍ତି । ନିକଟରେ ଥାଇଲାଣ୍ଡରେ ଅନୁଷ୍ଠିତ ଇଂଟରନ୍ୟାସନାଲ ହ୍ୟାଣ୍ଡବଲ ପେଂଡେରେସନ ଟ୍ରପିଂ ଟୁର୍ଣ୍ଣାମେଂଟରେ କାଜାକିସ୍ଥାନ,ଚାଇନା,କାଜାକିସ୍ଥାନ ଏବଂ ଥାଇଲାଣ୍ଡ ବିପକ୍ଷରେ ଖେଳି ଦେଶ ପାଇଁ ସୁନାମ ଆଣିଛନ୍ତି । ପୂର୍ବରୁ ମଧ୍ୟ ଅନେକ ଅନ୍ତର୍ଜାତିୟ ମ୍ୟାଚ ଖେଳି ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିଥିଲେ । ତେବେ ଓଡିଶାରେ ହ୍ୟାଣ୍ଡବଲ ଖେଳ ପାଇଁ କୌଣସି ତାଲିମ ର ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ନୂଆଦିଲ୍ଲୀରେ ସେ ତାଲିମ ନେଉଛନ୍ତି । ଯାହାକୁ ନେଇ ବିପ୍ଲବ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଯାଜପୁର ଜିଲା ଛତିଆ ଅମରାବତି ଅଂଚଳର ବିପ୍ଳବ ବିଶ୍ୱାଳ ହ୍ୟାଣ୍ଡବଲ ଭାରତୀୟ ଦଳରେ ସାମିଲ ହୋଇ ବିଭିନ୍ନ ଦେଶ ବିପକ୍ଷରେ ଉତମ ଖେଳ ପ୍ରଦର୍ଶନ କରି ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିଛନ୍ତି । ନିକଟରେ ଥାଇଲାଣ୍ଡରେ ଅନୁଷ୍ଠିତ ଇଂଟରନ୍ୟାସନାଲ ହ୍ୟାଣ୍ଡବଲ ପେଂଡେରେସନ ଟ୍ରପିଂ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ ବିପ୍ଲବ । ବିପ୍ଳବ ଥାଇଲାଣ୍ଡ,କାଜାକିସ୍ଥାନ,ଚାଇନା ଆଦି ଦେଶ ବିରୋଧରେ ଭାରତ ପାଇଁ ଖେଳି ୩ୟ ସ୍ଥାନରେ ରହିଥିଲେ । ସେହିପରି ପୂର୍ବରୁ ଜୋର୍ଡାନ ରେ ଅନୁଷ୍ଠିତ ୟୁଥ ଏସିଆନ ଗେମ୍ସରେ କୋରିଆ,ଯୋର୍ଡାନ ଓ ରରାକ ବିରୋଧରେ ଦୃଢ଼ ଖେଳ ପ୍ରଦର୍ଶନ କରିଥିଲେ । ତାଙ୍କର ଏହି ସପଂଳତାର ଶ୍ରେୟ ଯାଜପୁର ହ୍ୟାଣ୍ଡବଲ ଆସୋସିଏସନର ସମସ୍ତ କର୍ମକର୍ତା ଓ କୋଚ ରମେଶ ପୃଷ୍ଟିଙ୍କୁ ଦେଇଛନ୍ତି ।

         ବିପ୍ଳବ ପିଲାଟିଦିନରୁ ଏହି ଛତିଆ କଲେଜ ପଡିଆରେ ନିଜର ଅଭ୍ୟାସ ଜାରି ରଖିଥିଲେ । କେବଳ ବିପ୍ଳବ ନୁହେଁ ସ୍ଥାନୀୟ ଅଂଚଳର ଶହ ଶହ ଛାତ୍ର ଛାତ୍ରୀ ଏହି ପଡିଆରେ ନିଜର ଅଭ୍ୟାସ ଜାରି ରଖିଛନ୍ତି । କୋଚ ରମେଶ ପୃଷ୍ଟି ଏମାନଙ୍କୁ ବିିନା ପାରିଶ୍ରମିକରେ ହ୍ୟାଣ୍ଡବଲ ଖେଳ ପାଇଁ କୋଚିଂ ପ୍ରଦାନ କରିଥାନ୍ତି । ତେବେ ବିପ୍ଲବ ଆନ୍ତର୍ଜାତିୟ ସ୍ତରରେ ଖେଳିବା ପରେ ତାଙ୍କ ସାଂଗ ସାଥୀ ମାନେ ବେଶ ଖୁସି । ତେବେ ସ୍ଥାନୀୟ ଅଂଚଳରେ କୌଣସି ଖେଳପଡିଆ କିମ୍ବା ଷ୍ଟାଡିୟମ ନଥିବାରୁ ଛାତ୍ର ଛାତ୍ରୀ ଅଭ୍ୟାସ କରିବାରେ ଅସୁବିଧା ଭୋଗ କରୁଛନ୍ତି । ଏପରିକି ସାରା ରାଜ୍ୟରେ ହ୍ୟାଣ୍ଡବଲ ପାଇଁ କୌଣସି ସରକାରୀ କୋଚ ନଥିବାରୁ ଛାତ୍ର ଛାତ୍ରୀ ମାନେ ନୂତନ କୌଶଳ ସଂପର୍କରେ ଜାଣିପାରୁନାହାଁନ୍ତି । ତେଣୁ ସରକାର ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହୋଇଛି ।ବିପ୍ଲବ ଙ୍କ ଉପରେ କେବେ ପଡିବ ଦୃଷ୍ଟି?
ବିପ୍ଲବ ହ୍ୟାଣ୍ଡବଲ ଖେଳରେ ଭାରତୀୟ ଦଳ ରେ ସାମିଲ ହୋଇ ୧୦ରୁ ଉର୍ଦ୍ଧ ଆନ୍ତର୍ଜାତିୟ ମ୍ୟାଚ ଖେଳି ଯାଜପୁର ଜିଲା ତଥା ଓଡିଶା ପାଇଁ ସୁନାମ ଆଣିଛନ୍ତି । କିନ୍ତୁ ଦୁଃଖ ପରିତାପ ର ବିଷୟ ଯେ ଆଜି ଯାଏଁ ବିପ୍ଲବଙ୍କୁ ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ପୁଂଲ ତୋଡା ଟିଏ ମଧ୍ୟ ପ୍ରଦାନ କରାଯାଇନାହିଁ । ନିଜସ୍ୱ ଉଦ୍ୟମରେ ବିପ୍ଲବ ଆଜି ଏଭଳି ସ୍ତରରେ ପହଂଚିଥିଲେ ସରକାର କିମ୍ବା ପ୍ରଶାସନ ପକ୍ଷରୁ ପ୍ରୋତ୍ସାହନ ଦିଆନଯିବାକୁ ନେଇ ହ୍ୟାଣ୍ଡବଲ ଖେଳାଳୀ ମାନେ କ୍ଷୋଭ ପ୍ରକାଶ କରିଛନ୍ତି । ପ୍ରଶାସନ ଓ ସରକାର ସବୁବେଳେ କ୍ରିକେଟ ଭଳି ଖେଳକୁ ଅଧିକ ଗୁରୁତ୍ୱ ଦେଉଥିବାରୁ ଏଭଳି ଖେଳାଳୀ ଆଗକୁ ଯାଇପାରୁନାହାଁନ୍ତି । ବିପ୍ଲବଙ୍କ ଭଳି ଖେଳାଳୀଙ୍କୁ ସରକାର ଅଧିକ ପ୍ରୋତ୍ସାହନ ଦେଲେ ଅଧିକରୁ ଅଧିକ ହ୍ୟାଣ୍ଡବଲ ଖେଳାଳୀ ବାହାରିପାରନ୍ତେ ବୋଲି ମତପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *

You cannot copy content of this page