ହାଟିଆ ଏବଂ ବେଙ୍ଗାଲୁରୁ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍: ଏଲଟିଟି ସ୍ପେଶାଲ୍ ଟ୍ରେନ୍ ସାମୟିକ ବାତିଲ

ଭୂବନେଶ୍ୱର (ସଙ୍କେତ ଖବର): ରେଳ ମନ୍ତ୍ରଣାଳୟ ପକ୍ଷରୁ ହାଟିଆ ଏବଂ ବେଙ୍ଗାଲୁରୁ କ୍ୟାଣ୍ଟ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି ।୦୮୬୩୭/୦୮୬୩୮ହାଟିଆ-ବେଙ୍ଗାଲୁରୁ କ୍ୟାଣ୍ଟ.-ହାଟିଆ ବିଶେଷ ଟ୍ରେନ ହାଟିଆରୁ ଜୁନ ମାସ ୧୯ ଓ ୨୬ ତାରିଖ (ଶନିବାର) ଦିନ ମାନଙ୍କରେ ସନ୍ଧ୍ୟା ୬ଘ.୨୫ମି. ରେ ଛାଡିବାକୁ ଥିବାବେଳେ ଏହି ଟ୍ରେନ ବେଙ୍ଗାଲୁରୁ କ୍ୟାଣ୍ଟ.ରୁ ଜୁନ ମାସ ୨୩ ଓ ୩୦ ତାରିଖ ବୁଧବାର ଦିନ ମାନଙ୍କରେ (ମଙ୍ଗଳବାର ମଧ୍ୟ ରାତ୍ରି) ୧୨ଘ.୨୦ମି.ରେ ଛାଡିବ। ଏହି ଟ୍ରେନ ହାଟିଆ ଏବଂ ବେଙ୍ଗାଲୁରୁ କ୍ୟାଣ୍ଟ ମଧ୍ୟରେ ଉଭୟ ଦିଗରୁ ରାଉରକେଲା, ଝାରସୁଗୁଡା, ସମ୍ବଲପୁର, ବରଗଡ ରୋଡ, ବଲାଙ୍ଗୀର, ଟିଟିଲାଗଡ, କେସିଙ୍ଗା, ମୁନିଗୁଡା, ରାୟଗଡା, ପାର୍ବତୀପୁରମ୍, ବବିଲି, ବିଜୟନଗରମ, ବିଶାଖାପାଟନମ୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ରହଣି କରିବ।
ବିଶାଖାପାଟନମ୍-ମୁମ୍ବାଇ ଏଲଟିଟି ବିଶେଷ ଟ୍ରେନ ସାମୟିକ ବାତିଲ ହୋଇଛି । କେନ୍ଦ୍ରୀୟ ରେଳପଥ ପରିସୀମା ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ୦୮୫୧୯/୦୮୫୨୦ବିଶାଖାପାଟନମ୍-ମୁମ୍ବାଇ ଏଲଟିଟି- ବିଶାଖାପାଟନମ୍ ସ୍ପେଶାଲ୍ ୧୫ ରୁ ୩୦ ଜୁନ୍ ମଧ୍ୟରେ ବିଶାଖାପାଟନମ୍ ଏବଂ ମୁମ୍ବାଇ ଏଲଟିଟିରୁ ୧୮ ଜୁନ୍ ରୁ ୨ ଜୁଲାଇ, ୨୦୨୧ମଧ୍ୟରେ ଅସ୍ଥାୟୀ ଭାବରେ ବାତିଲ୍ କରାଯିବ ପାଇଁ ନିଷ୍ପତ୍ତି ନିଆଯାଇଅଛି ।