ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ନିମନ୍ତେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

0

ବାଲିଗୁଡା (ସଙ୍କେତ ଖବର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମ୍ୟାଲେରିଆ ନିରାକରଣ ନିମନ୍ତେ ଦୁର୍ଗମ ଅଞ୍ଚଳରେ ସଚେତନତା ସହ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ଔଷଧ ବଣ୍ଟନ କରାଯାଇଛି । କେ. ନୂଆଗାଁ ବ୍ଲକର ସାଇନ୍‌ପଡା ପଞ୍ଚାୟତ ଦୁର୍ଗମ ଗ୍ରାମ ରଣ୍ଡାବାଲିରେ ଡାକ୍ତର ଟିମ୍‌ ପାହଡ ଚଢି ସ୍ୱାସ୍ଥ୍ୟ ସମ୍ପର୍କରେ ଆଲୋଚନା କରିବା ସହ ବିଭିନ୍ନ ରୋଗର ଉପଚାର, ମ୍ୟାଲେରିଆ ନିରାକରଣ, କରୋନା ରୋଗ ଉପରେ ସଚେତନତା କରିଥିଲେ । ଉକ୍ତ ଶିବିରକୁ ମ୍ୟାଲେରିଆ ଟେକ୍ନେସିଆନ ସୁପର ଭାଇଜର ସଂଯୋଜନା କରିଥିବା ବେଳେ ଏମଏଚୟୁ ଡାକ୍ତର ସତ୍ୟ ନାରାୟଣ ପଟ୍ଟନାୟକ, ଫାର୍ମାସିଷ୍ଟ ସରୋଜ ପଣ୍ଡା, ପୁରୁଷ ସ୍ୱାସ୍ଥ୍ୟ କର୍ମୀ ପ୍ରଶାନ୍ତ ପ୍ରଧାନ,ମହିଳା କର୍ମୀ ଫେମିଦା ଖାଟୁନ ଓ ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ ପ୍ରମୁଖ ଯୋଗ ଦେଇ ଚିକିତ୍ସା, ପରୀକ୍ଷା କରି ମାଗଣା ଔଷଧ ବଣ୍ଟନ କରିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page