ଭାରିଯାନ ମହିଳା ଡ୍ରାଇଭର ସୃଷ୍ଟି କରୁଛି ଛତିଆ ଡ୍ରାଇଭିଂ ତାଲିମ କେନ୍ଦ୍ର

0

ଯାଜପୁର (ସଙ୍କେତ ଖବର): ମହିଳା ମାନେ ପୁରୁଷ ଠାରୁ କିଛି ଗୁଣରେ କମ ନୁହଁନ୍ତି । ମହିଳା ସଶକ୍ତିକରଣ ପାଇଁ ସରକାରୀ ସ୍ତରରେ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । ଯାହା ପଂଳରେ ଆଜିର ମହିଳା ଘରୁ ଗୋଡ କାଢ଼ି ସରକାରୀ ଓ ବେସରକାରୀ ଅନୁଷ୍ଠାନ ରେ କାର୍ଯ୍ୟକରିବା ସହିତ ଆକାଶରେ ଉଡିପାରୁଛି । ଦୁଇ ଚକିଆ ଗାଡି ଠାରୁ ଆରମ୍ଭ କରି ଚାରି ଚକିଆ ଗାଡି ଚଳାଇ ଆସୁଥିଲେ ମହିଳା । କିନ୍ତୁ ଯାଜପୁର ଜିଲ୍ଲା ଛତିଆ ଠାରେ ରାଜ୍ୟ ପରିବହନ ବିଭାଗ ଓ ଅଶୋକ ଲେଲ୍ୟାଣ୍ଡର ମିଳିତ ଉଦ୍ୟମରେ ପ୍ରତିଷ୍ଠା ହୋଇଥିବା ଭାରତ ର ସର୍ବବୃହତ ଡ୍ରାଇଭିଂ ସେଂଟର ରେ ଏବେ ମହିଳାଙ୍କୁ ଭାରିଯାନ ଅର୍ଥାତ୍ ଟ୍ରକ,ଟ୍ରଲର ଓ ବସ ଚଳାଇବା ପାଇଁ ଦିଆଯାଉଛି ମାଗଣା ତାଲିମ । ଏଠାରୁ ତାଲିମ ନେବା ପରେ ମହିଳା ମାନଙ୍କୁ ସରକାରୀ ନିଯୁକ୍ତି କ୍ଷେତ୍ରରେ ମିଳୁଛି ସ୍ୱତନ୍ତ୍ର ସୁବିଧା ।

ଯାଜପୁର ବଡଚଣା ବ୍ଲକ ବରପଦା ଗାଁର ଦୁଇ ଭଉଣୀ ସୁପ୍ରଭା ଯେନା ଏବଂ ଶୁଭଦର୍ଶିନି ଯେନା । ପାରିବାରିକ ଆର୍ଥିକ ଦୁରାବସ୍ଥା ଯୋଗୁଁ କୌଣସି ଧନ୍ଦାମୁଳକ ଶିକ୍ଷା ଗ୍ରହଣ କରିପାରିନଥିଲେ ଏହି ଦୁଇ ଭଉଣୀ । କେବଳ ସ୍ନାତକ ଶେଷ କରି ବିଭିନ୍ନ ପ୍ରତିଯୋଗୀତା ମୁଳକ ପରିକ୍ଷା ପାଇଁ ନିଜକୁ ପ୍ରସ୍ତୁତ ହେଉଛନ୍ତି । ଏଥିସହିତ ଛତିଆ ଠାରେ ଥିବା ଭାରିଯାନ ଡ୍ରାଇଭିଂ ତାଲିମ କେନ୍ଦ୍ରରେ ତାଲିମ ଗ୍ରହଣ କରିଛନ୍ତି ଏହି ଦୁଇ ଭଉଣୀ ।

ଯେତେବେଳେ ମହିଳା ମାନେ ନିଜକୁ ଦୁର୍ବଳ ମନେ କରି ପାଠ ପଢ଼ା ଶେଷ ପରେ ଘରେ ରହି ରୋଷେଇ କରନ୍ତି ସେତେବେଳେ ଏହି ଦୁଇ ଭଉଣୀ କିଭଳି ବସ,ଟ୍ରକ ଏବଂ ଟ୍ରଲର ଭଳି ଟନ ଟନ ଓଜନର ଗାଡି ଚଳାଉଛନ୍ତି ଟିକେ ନଜର ପକାନ୍ତୁ । ଏଠାରୁ ତାଲିମ ନେବା ପରେ ସରକାରୀ ନିଯୁକ୍ତି କ୍ଷେତ୍ରରେ ଏମାନଙ୍କୁ ସ୍ୱତନ୍ତ୍ର ସୁବିଧା ମିିଳିବା ନେଇ ଆଶା ରଖିଛନ୍ତି । ଭାରିଯାନ ଚଳାଇବା କ୍ଷେତ୍ରରେ ଏହି ଦୁଇ ଭଉଣୀଙ୍କ ସପଂଳତା ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ଦେଶରେ ସଡକ ଦୁର୍ଘଟଣାର ମୁଖ୍ୟ କାରଣ ହେଉଛି ତୃଟିପୂର୍ଣ୍ଣ ଗାଡିଚାଳନା । ତେଣୁ ତାଲିମ ପ୍ରାପ୍ତ ଡ୍ରାଇଭର ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏବଂ ଅଶୋକ ଲେଲ୍ୟାଣ୍ଡର ମିଳିତ ଉଦ୍ୟମରେ ଛତିଆରେ ୨୦୧୩ ମିସିହାରୁ ପ୍ରତିଷ୍ଠା ହୋଇଛି ଏହି ତାଲିମ କେନ୍ଦ୍ର ।

ଓଡିଶାର ବେକାର ଛାତ୍ର ଛାତ୍ରୀ ମାନଙ୍କୁ ଭାରିଯାନ ତାଲିମ ସଂପୁର୍ଣ୍ଣ ମାଗଣାରେ ଦେବା ସହିତ ମାଗଣା ରେ ହଷ୍ଟେଲର ସୁବିଧା ଯୋଗାଇଦେଉଛନ୍ତି ସରକାର । ଏହି କେନ୍ଦ୍ରରେ ଏବେ ମହିଳାଙ୍କୁ ତାଲିମ ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମହିଳା ତାଲିମଦାତା ଙ୍କ ସହିତ ରହିବା ପାଇଁ ହଷ୍ଟେଲର ସୁବିଧା କରାଯାଇଛି ।

ତାଲିମ ଶେଷ ହେବା ପରେ ବିଭିନ୍ନ ଘରୋଇ ଓ ସରକାରୀ ସଂସ୍ଥା ମାନଙ୍କରେ ନିଯୁକ୍ତିର ସୁଯୋଗ ଦେଉଛି ଏହି ତାଲିମ କେନ୍ଦ୍ର । ସେଥିପାଇଁ ମହିଳା ମାନେ ଘରେ ନ ବସି ସୁପ୍ରଭା ଏବଂ ଶୁଭଦର୍ଶିନିଙ୍କ ଭଳି ଆସି ମାଗଣାରେ ତାଲିମ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ତାଲିମ କେନ୍ଦ୍ରର ଅଧ୍ୟକ୍ଷ ।
ଭାରିଯାନ ତାଲିମ ପ୍ରାୟ ୧ ମାସ ଚାଲୁଛି ଯେଉଁଥିରେ ଥିଓରି ଓ ପ୍ରାକ୍ଟିକାଲ ବିଷୟରେ ତାଲିମ ଦିଆଯାଉଛି । ତାଲିମ ଶେଷ ପରେ ଛାତ୍ର ଛାତ୍ରୀ ମାନଙ୍କୁ ସରକାରଙ୍କ ପକ୍ଷରୁ ମାଗଣାରେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ଯୋଗାଇ ଦିଆଯାଉଛି ।

Leave a Reply

Your email address will not be published. Required fields are marked *

You cannot copy content of this page