ବାତ୍ୟା ମୁକାବିଲା ପାଇଁ ଶକ୍ତି ବିଭାଗର ଉଚ୍ଚ ସ୍ଥରୀୟ ବୈଠକ

0

ଭୂବନେଶ୍ୱର(ସଙ୍କେତ ଖବର): ବାତ୍ୟା ମୁକାବିଲା ପାଇଁ ଆଜି ଗ୍ରୀଡ଼କୋ ରେ ଶକ୍ତି ବିଭାଗର ଉଚ୍ଚ ସ୍ତରୀୟ ବୈଠକ । ବୈଠକ ରେ ଶକ୍ତି ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ଏଥିରେ ସାମିଲ ଥିଲେ । ବୈଠକ ସମୀକ୍ଷା କରିଛନ୍ତି ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ବୈଠକ ରେ ଗ୍ରୀଡ଼କୋ , ଓପିଡିସିଏଲ , ଟାଟା ପାୱାର ର ଅଧିକାରୀ ମାନେ ସାମିଲ ଥିଲେ । ସମୀକ୍ଷା ପରେ ପ୍ରତିକ୍ରିୟା ରଖିଛନ୍ତି ଶକ୍ତିମନ୍ତ୍ରୀ । ସମସ୍ତ କୋଭିଡ କେଆର ସେଣ୍ଟର,କୋଭିଡ ହସ୍ପିଟାଲ ଓ ଡାକ୍ତରଖାନାକୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ କରାଯିବ । ବିଦ୍ୟୁତ କଟିଲେ ଷ୍ଟାଣ୍ଡ ବାଏ ବ୍ୟବସ୍ଥା କରାଯାଇଛି । ବାତ୍ୟା ମୁକାବିଲା ପାଇଁ ବିଦ୍ୟୁତ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି । ପାୱାର ଫେଲୁଅର ର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ପରେ ବିଦ୍ୟୁତ ପରିବହନ ବ୍ୟବସ୍ଥା ସୁରୁଖୁରୁରେ କରିବା ପାଇଁ ସ୍ଵତନ୍ତ୍ର ଟିମ ଗଠନ କରାଯାଇଛି । ବିଦ୍ୟୁତ କରିଡ଼ର ଫ୍ରି କରିବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ଏହି ଟିମ ପାଖରେ ରହିବ ଓ ସେମାନେ ରାସ୍ତା ସଫାକରି ବିଦ୍ୟୁତ ସରାବରାହକୁ ଠିକ କରିବେ । ବାତ୍ୟା ସମୟରେ ଗ୍ରାଉଣ୍ଡ ଲେଭଲ ରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ କିଭଳି ଖାଦ୍ୟ ଓ ପାନୀୟ ଠିକ ଭାବେ ମିଳିବ ସେନେଇ ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *

You cannot copy content of this page