ମୋଦୀ ରଚିବେ ଇତିହାସ ।

0

ନୂଆଦିଲ୍ଲୀ (ସଂକେତ ଖବର ବ୍ୟୁରୋ)

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ନୂଆ ଇତିହାସ ଋଚନା କରିବାକୁ ଯାଉଛନ୍ତି । ଯାହାକି ଭାରତ ନୁହେଁ ସମଗ୍ର ବିଶ୍ୱରେ ଏକ ନୂଆ ରେକର୍ଡ ସୃଷ୍ଟି କରିବ ।ଦେଶର ପ୍ରଥମ ଗୃହମନ୍ତ୍ରୀ ଓ ଉପପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଚଳିତ ମାସ ୩୧ ତାରିଖରେ ଜନ୍ମଦିନ । ପଟେଲଙ୍କ ୧୪୩ ତମ ଜନ୍ମଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତୀ ଉଦଘାଟନ କରିବେ । ଏହା ଏକତାର ପ୍ରତୀକ’ ବା ’Statue of Unity’ ଭାବେ ଏହା ସୂଚାଇବ ବୋଲି କୁହାଯାଉଛି।

ଗୁଜରାଟର ନର୍ମଦା ଜିଲ୍ଲାର ସର୍ଦ୍ଦାର ସରୋଭର ଡ୍ୟାମରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତୀ ପ୍ରତିମୂର୍ତ୍ତୀ ତିଆରି ହୋଇଛି । ଅହମଦାବାଦରୁ ୨୦୦କ କି.ମି ଦୂରରେ ରହିଛି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତୀ ।୧୮୨ ମିଟର (୫୯୭ଫୁଟ) ବିଶିଷ୍ଟ ଏହି ପ୍ରତିମୂର୍ତ୍ତି ବିଶ୍ୱର ସବୁଠାରୁ ବଡ ପ୍ରତିମୂର୍ତ୍ତୀ। ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ନରେନ୍ଦ୍ର ମୋଦି ଏହି ପ୍ରତିମୂର୍ତ୍ତୀ ନିର୍ମାଣ ପାଇଁ ଘୋଷଣା କରିଥିଲେ । ୨୦୧୩ରେ ଅକ୍ଟୋବର ମାସରେ ଏହାର ଶିଳାନ୍ୟାସ କରିଥିଲେ । ୨ହଜାର ୯୮୯ କୋଟି ଟଙ୍କା ବିନିମୟରେ ଏହି ପ୍ରତିମୂର୍ତ୍ତୀ ତିଆରି ହୋଇଛି କିନ୍ତୁ ଏବେ ଏହାର ଖର୍ଚ୍ଚ ୩ ହଜାର କୋଟିଏ ଟଙ୍କା ହୋଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *

You cannot copy content of this page