ଶୁଶ୍ରୁତ ଚିକିତ୍ସାଳୟର ବାର୍ଷିକ ଉତ୍ସବ

0


ଭୁବନେଶ୍ୱର(ସଂକେତ ଖବର) ଭୁବନେଶ୍ୱର ଫରେଷ୍ଟ ପାର୍କସ୍ଥିତ ଶୁଶ୍ରୁତ ଚିକିତ୍ସାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅତିଥି ଭାବେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଶ୍ରୀଜଗନ୍ନାଥ ମନ୍ଦିରର ବରିଷ୍ଠ ଦଇତାପତି ରାମଚନ୍ଦ୍ର ଦାସମହାପାତ୍ର, ଆମେରିକାର ବରିଷ୍ଠ ବୈଜ୍ଞାନିକ ଡ. ଶୀତକଣ୍ଠ ଦାସ, ବିଶ୍ୱ ଓଡ଼ିଶା ସମାଜର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ, ଡା. ନିହାର ରଞ୍ଜନ ରାୟ, ଏସିପି ବିଷ୍ଣୁ ପ୍ରସାଦ ପାତ୍ର, ଚଳଚ୍ଚିତ୍ର ନିର୍ଦେଶକ ସବ୍ୟସାଚୀ ମହାପାତ୍ର ଏବଂ ଅରୁଣ ଚୌଧୁରୀ ପ୍ରମୁଖ ଯୋଗଦେଇଥିଲେ ।

ଏହି ଅବସରରେ କରୋନା ସମୟରେ ଯେଉଁ ଡାକ୍ତରମାନେ ସେବାରେ ନିଜକୁ ସମର୍ପିତ କରିଥିଲେ ସେମାନଙ୍କୁ ସମାଜର ଦେବଦୂତ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଉପସ୍ଥିତ ଅତିଥିମାନେ ‘ହେଲ୍‍ଥ ଆଟ ୟୋର କମାଣ୍ଡ’ ଶିର୍ଷକ ପୁସ୍ତକକୁ ଉନ୍ମୋଚନ କରିଥିଲେ । ଚିକିତ୍ସାଳୟର ପ୍ରତିଷ୍ଠାତା ଡା. ଅକ୍ଷୟ କୁମାର ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ, ପ୍ରଶାସନିକ ମୁଖ୍ୟ ଡା. ଚିଦାତ୍ମିକା ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page