ଯାଜପୁର ରେ ଜିଲ୍ଲାସ୍ତରୀୟ ମାନବାଧିକାର ତାଲିମ ଶିବିର ଅନୁଷ୍ଠିତ

0

ଯାଜପୁର(ସଂକେତ ଖବର)
ଓଡ଼ିଶାରେ ମାନବାଧିକାର ଉଲଂଘନ ମାତ୍ରା ଦିନକୁ ଦିନ ବଢି ବଢି ଚାଲିଛି । ରାଜ୍ୟ ସରକାର ଶାସନର ସୁଫଳ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ମୋ ସରକାର ଓ ୫ ଟି ଯୋଜନା ପ୍ରଣୟନ କରୁଥିବା ସ୍ଥଳେ କିଛି ଅମାନିଆ ଅଧିକାରୀଙ୍କର ମେରୀରାୟ ସ୍ଵଭାଵ ଯୋଗୁଁ ସାଧାରଣ ଲୋକଟି ମୌଳିକ ଅଧିକାରରୁ ବଞ୍ଚିତ ହେଉଛି । ତୃଣମୂଳ ସ୍ତରରେ ଆଇନିର ଶାସନ ହେଉ ବା ସମ୍ବିଧାନ ପ୍ରଦତ୍ତ ଅଧିକାର ଗୁଡିକୁ କିଭଳି ସାଧାରଣ ଲୋକଟିଏ ସୁରୁଖୁରୁରେ ଉପଭୋଗ କରିପାରିବ ପ୍ରତ୍ୟେକ ଗଣତାନ୍ତ୍ରିକ ସରକାରଙ୍କ ଗୁରୁଦାୟିତ୍ୱ ଅଟେ । ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏକଦିବସୀୟ ଜିଲ୍ଲାସ୍ତରୀୟ ମାନବାଧିକାର ତାଲିମ ଶିବିର ଯାଜପୁର ରୋଡ଼ ସ୍ଥିତ ହୋଟେଲ ରୟାଲ କଳିଙ୍ଗର ସଭାଗୃହରେ ଠାରେ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ଜାତୀୟ ମାନବାଧିକାର କୋର ସଦସ୍ୟ ଶ୍ରୀ ମନୋଜ ଜେନା ଯୋଗ ଦେଇ ମାନବାଧିକାର କର୍ମୀମାନେ କଣ କଲେ ଲୋକମାନେ ଅଧିକ ସରକାରୀ ସହାୟତା ଓ ସହଯୋଗ ପାଇପାରିବେ ସେହି ବିଷୟରେ ପରାମର୍ଶ ଦେଇଥିଲେ। । ମାନବାଧିକାର ରାଜ୍ୟ ଆବାହକ ରାଜୀବ ପଟ୍ଟନାୟକ ମାର୍ଗ ଦର୍ଶନ କରି କହିଥିଲେ ଯେ,
ଓଡିଶାର ମାନବାଧିକାର ସ୍ଥିତି ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହ ମାନବାଧିକାର କର୍ମୀମାନେ କିପରି ମାନବାଧିକାର ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ ତାହା ଉପସ୍ଥାପନ କରିଥିଲେ । ଅନ୍ୟତମ ଅତିଥି ଭାବେ ଆଇନଜୀବି ମୋନାଲିସା ସାହୁ ଯୋଗ ଦେଇ ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଆର୍ଥିକ ଅନଗ୍ରସର ପିଲାମାନଙ୍କୁ ୨୫ ପ୍ରତିଶତ ସଂରକ୍ଷଣ ଉପରେ ଆଲୋକପାତ କରିବା ସହିତ ସଂଗଠନ କିପରି ଆଗକୁ ବଢ଼ିବ ସେ ବିଷୟରେ ଆଲୋଚନା କରିଥିଲେ।ତତସହିତ ଜିଲ୍ଲା ର କର୍ମୀ ମାନଙ୍କ ଉପସ୍ଥିତ ର ସମୀକ୍ଷା କରିଥିଲେ।

ସଂଗଠନ ର ଜିଲ୍ଲା ସଂଯୋଜିକା ନିରୁପମା ମଲ୍ଲିକ ଯୋଗ ଦେଇ କିଭଳି ଭାବରେ ମାନବାଧିକାର କର୍ମୀମାନେ ରାଜ୍ୟ ଓ କେନ୍ଦ୍ରୀୟ ଆୟୋଗ ନିକଟରେ କେଶ ଦରଜ କରିପାରିବେ, କିଭଳି ଭାବେ ଶୋଷିତଙ୍କ ବିରୋଧରେ ଦୃଢ ପଦକ୍ଷେପ ନେଇ ହେବ ସେ ବିଷୟରେ ଆଲୋଚନା କରିଥିଲେ।ଏଥିରେ ବିଶିଷ୍ଟ ଅତିଥି ରୂପେ ଜିଲ୍ଲା ଏକତାମଞ୍ଚ ର ସଭାପତି ଗୟାଧର ମଲ୍ଲିକ ଏବଂ ସାମ୍ବାଦିକ ବନ୍ଧୁମନେ ଯୋଗ ଦେଇ କିଭଳି ଭାବେ ବିଭିନ୍ନ ସମୟରେ ମାନବାଧିକାର ଉଲଂଘନ ହେଉଛି, ସେ ବିଷୟରେ ତଥ୍ୟ ରଖିଥିଲେ।ମଞ୍ଚରେ ସମସ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ମାନବାଧିକାର ସଦସ୍ୟ ଲଷ୍ମୀପ୍ରିୟା ସାହୁ ପରିଚାଳନା କରିଥିବାବେଳେ ଅନ୍ୟତମ ସଦସ୍ୟ କାଳନ୍ଦୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।ଯୋଗ ଗୁରୁ ବନମାଳୀ ରଥ, ଆଇନଜୀବି ସସ୍ମିତା ସାହୁ, ନିରୁପମା ମଲ୍ଲିକ, ପରୀକ୍ଷିତ ମଲ୍ଲିକ, ପ୍ରସନ୍ନ ସ୍ୱାଇଁ, ପ୍ରସନ୍ନ ପେରେଇ, ପିତାମ୍ବର ପେରେଇ, ଗଣେଶ ରାଓ, ଶୁକଦେବ ପୃଷ୍ଟି, ଚନ୍ଦନ ପେରେଇ, ମମତା ସିଂ, ଗଗନ ଜେନା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।ଆଜିର ଏହି ତାଲିମ ଶିବିରକୁ ଅଭିଯୋଗ ନେଇ ଆସିଥିବା କିଛି ଅଭିଯୋଗକାରୀଙ୍କ ଅଭିଯୋଗକୁ ମାନବାଧିକାର ସଂଗଠନ ର ଅଧ୍ୟକ୍ଷ ଶ୍ରୀ ଜେନା ଗ୍ରହଣ କରି ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶୃତି ଦେଇ ଥିଲେ।

Leave a Reply

Your email address will not be published. Required fields are marked *

You cannot copy content of this page