ବୈତରଣୀରେ ବନ୍ୟା ଦ୍ୱାରା ସୃଷ୍ଟି ହେଲା ଘାଇ : ଶହଶହ ଏକର ଚାଷ ଜମି ଜଳମଗ୍ନ

0

ଯାଜପୁର (ସଙ୍କେତ ଖବର): ବୈତରଣୀ ଓ ତାର ଶାଖା କାଣି ନଦୀର ଜଳସ୍ଥର କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଏହି ବୈତରଣୀ ନଦୀରେ ଦତ୍ତପୁର ଓ କାଣି ନଦୀର କଣ୍ଟପଡ଼ା ନିକଟରେ ଘାଇ ସୃଷ୍ଟି ହେବା ଫଳରେ ସେହି ଅଂଚଳର ଲୋକ ମାନେ ଘୋର ବିପଦର ସମ୍ମୁଖିନ ହେଉଛନ୍ତି । ବ୍ରହ୍ମଚାରୀ ପାଟଣା ଠାରୁ କୟାଁଗୋଲା ପର୍ଯ୍ୟନ୍ତ ବୈତରଣୀ ନଦୀ ବନ୍ଧର ବିଭିନ୍ନ ସ୍ଥାନରେ ମରାମତି କାର୍ଯ୍ୟ ଚାଲୁଥିଲା ବେଳେ ଏହା ସମ୍ପୁର୍ଣ୍ଣ ହୋଇନଥିବା ଯୋଗୁଁ ବନ୍ୟା ଦ୍ୱାରା ଲୋକମାନେ ପ୍ରଭାବିତ ହୋଇଛନ୍ତି । ଦଶରଥପୁର ବ୍ଲକର ଶହଶହ ଏକର ଚାଷ ଜମି ଜଳମଗ୍ନ ହୋଇପଡ଼ିଛି ।

ସେହିଭଳି ଯାଜପୁର ବ୍ଲକର ମଧ୍ୟ ବନ୍ୟା ଯୋଗୁଁ ଶହଶହ ଏକର ଚାଷ ଜମି ଜଳମଗ୍ନ ହୋଇଥିବା ବେଳେ ୯୦୭ଟି ବାସଗୃହ ଆଂସିକ କ୍ଷତି ହୋଇଥିବା ବେଳେ ୧୩୬୨ଟି କଚାଘର ବିପର୍ଯ୍ୟସ୍ତ ହୋଇଛି । ବହୁ ସଂଖ୍ୟକ ଗୁହାଳଘର ନଷ୍ଟ ହୋଇଥିବା ଯୋଗୁଁ ଗୃହପାଳିତ ପଶୁ ମାନେ ମଧ୍ୟ ବିପର୍ଯ୍ୟସ୍ତ ହୋଇପଡ଼ିଛନ୍ତି । ପନିପରିବା ଓ ଧାନ ଚାଷ ମଧ୍ୟ ପାଣିରେ ବୁଡ଼ି ରହିଥିବା ବେଳେ ପ୍ରଶାସନ ପକ୍ଷରୁ ସଠିକ୍ ଆକଳନ କରାଯାଇନଥିବା ସମ୍ପ୍ରତି ବୈତରଣୀର ଜଳସ୍ତର କ୍ରମଶଃ ହ୍ରାସ ପାଉଥିବା ବେଳେ ଏହି ଜିଲାର ୪ଗୋଟି ଯାଜପୁର, ବିଞ୍ଝାରପୁର, ଦଶରଥପୁର ଓ କୋରେଇ ବ୍ଲକର ୩୯ଟି ପଂଚାୟତର ୧୦୧ ଗାଁ ପ୍ରଭାବିତ ହୋଇଛି । ସେହିପରି ୨୫୦୩୩ ଲୋକମାନେ ପ୍ରଭାବିତ ହୋଇଥିବା ବେଳେ ୭୬ଟି ଗ୍ରାମର ୧୩.୭୦୫ଲୋକ ଜଳବନ୍ଦୀ ରହିଥିବାର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଅପର ପକ୍ଷରେ ୧୩ଟି ଗ୍ରାମର ୧୪୫୩ଲୋକଙ୍କୁ ଉଦ୍ଧାର କରାଯାଇ ୯ଗୋଟି ରିଲିଫ କେନ୍ଦ୍ରରେ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି । ଏଥିରେ ୩ଗୋଟି ଏନ୍‌ଡ଼ିଆରଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ୧୪ଶହ ପଶୁ ସମ୍ପଦ ପ୍ରଭାବିତ ହୋଇଥିବା ବେଳେ ୮୧୯ହେକ୍ଟର ଜମିରେ ଫସଲ କ୍ଷତିଗ୍ରସ୍ଥ ହୋଇଥିବା ପ୍ରାଥମିକ ଆକଳନରୁ ପ୍ରଶାସନ ଜଣାଇଛି । ୪ଗୋଟି ମେଡ଼ିକାଲ ଟିମ୍ ଓ ୫ଗୋଟି ଭ୍ରାମ୍ୟମାଣ ଟିମ୍ ମାଧ୍ୟମରେ ପଶୁପକ୍ଷୀ ମାନଙ୍କର ଚିକିତ୍ସା କରାଯାଇଛି ।

Leave a Reply

Your email address will not be published. Required fields are marked *

You cannot copy content of this page