ଚିନକୁ ମୁକାବିଲା ପାଇଁ ଭାରତୀୟ ବାୟୁସେନା ପ୍ରସ୍ତୁତ୍।
![](https://www.sanketkhabar.com/wp-content/uploads/2020/07/FB_IMG_1595082123954.jpg)
ପୂର୍ବ ଲଦାଖରେ ଭାରତ ଓ ଚିନ୍ ମଧ୍ୟରେ ସୃଷ୍ଠି ହୋଇଥିବା ଉତ୍ତେଜନା ଆଉ ଏହାର ପରବର୍ତ୍ତୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ବାୟୁସେନା ପୁରାପୁରି ପ୍ରସ୍ତୁତ୍ ଥିବାକଥା ଆଜି ବାୟୁସେନା ମୁଖ୍ୟ RKS Bhaduria କହିଛନ୍ତି। ହାଇଦ୍ରାବାଦ ନିକଟସ୍ଥ ଦୁଣ୍ଡିଗାଲ ଏୟାର ଫୋର୍ସ ଏକାଡେମୀର ପାସ୍ ଆଉଟ ପରେଡରେ ଯୋଗଦେବା ଅବସରରେ ସେ ଏକଥା କହିଛନ୍ତି। ଶ୍ରୀ ଭଦୁରିଆ ଗଣମାଧ୍ୟମକୁ ସୂଚନା ଦେବାକୁ ଯାଇ କହିଛନ୍ତିକି ଗତ କିଛି ମାସ ମଧ୍ୟରେ କୌଣସି ଚୀନ୍ ବିମାନ ଭାରତୀୟ ଆକାଶ ମାର୍ଗରେ ଉଡିବାର ଦେଖିବାକୁ ମିଳିନାହିଁ।
ଯଦି ଆବଶ୍ୟକ ପଡେ ଭାରତ ତାର ସୁରକ୍ଷା ପାଇଁ ସବୁ ଅଞ୍ଚଳ ଉପରେ ଚକ୍କର କାଟିବା ସହ ଶତ୍ରୁକୁ ଆକ୍ରମଣ କରିବାକୁବି ପଛାଇବ ନାହିଁ। ଭାରତୀୟ ବାୟୁସେନା କେବଳ ତିବତ୍ ଉପରେ ନଜର ରଖିନାହିଁ ବରଂ ଲଦାଖର ସମସ୍ତ ଅଞ୍ଚଳ ଉପରେ ମଧ୍ୟ ନିୟମିତ ପଇଁତରା ମାରୁଛି। ବାୟୁସେନା ମୁଖ୍ୟ ଭଦୁରିଆ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର ଦୁଇଦିନ ପୂର୍ବରୁ ଲଦାଖ୍ ଗସ୍ତକରି ଫେରିଥିଲେ। ଭାରତୀୟ ବାୟୁସେନା ମିଗ୍ ୧୯ ହେଲିକାପ୍ଟର ସହ ବହୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବହନକାରୀ ଫାଇଟର୍ ଜାହାଜକୁ ଚୀନ ସୀମାରେ ମହଜୁଦ୍ କରିସାରିଛି।
ତେବେ ଏ ସବୁ ମଧ୍ୟରେ ଶ୍ରୀ ଭଦୁରିଆ ଦେଶବାସୀଙ୍କୁ ଆଶ୍ବାସନା ଦେଇ କହିଛନ୍ତି କୌଣସି ପରିସ୍ଥିତିକୁ ସମ୍ମୁଖୀନ ହେବାପାଇଁ ଭାରତୀୟ ବାୟୁସେନା ପୂର୍ଣ୍ଣ ଶକ୍ତିରେ ପ୍ରସ୍ତୁତ ଥିବା କହିଛନ୍ତି।
-ବିରଞ୍ଚି ନାରାୟଣ ଦାସ