ବନ୍ୟା ବିପନ୍ନଙ୍କ ପାଖରେ ପହଁଚିଲା ଆଇସିଆଇସିଆଇ ବ୍ୟାଙ୍କ
ଯାଜପୁର (ସଙ୍କେତ ଖବର): ଗତ କିଛି ଦିନ ତଳେ ବାତ୍ୟା ସହ ବର୍ଷା ହେବା ଫଳରେ ବନ୍ୟା ଆସିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ । ଯାହାକୁ ଦୃଷ୍ଟିରେ ରଖି ଯାଜପୁର ବ୍ଳକ ପଣସା ପଂଚାୟତର ବିଭିନ୍ନ ବନ୍ୟାଞ୍ଚଳ ଅସହାୟଙ୍କ ପାଖରେ ପହଞ୍ଚିଲା ଆଇସିଆଇସିଆଇ ବ୍ୟାଙ୍କ । ଆଜି ଯାଜପୁର ଆଇସିଆଇସିଆଇ ବ୍ୟାଙ୍କ ମ୍ୟାନେଜର ବିଶ୍ୱନାଥ ଗାନାଙ୍କ ପ୍ରୟାସରେ ଯାଜପୁର ବ୍ଳକ ବିଡ଼ିଓ ସୌରଭ ଚକ୍ରବର୍ତ୍ତୀ, ଯାଜପୁର ପୌରପାଳିକାର ପୂର୍ବତନ ପୌରାଧକ୍ଷ ଭଵ ପ୍ରସାଦ ଦାସ ଏବଂ ଆରଏମ ବିଚିତ୍ର ପଣ୍ଡା ପଣସା ପଂଚାୟତରେ ବନ୍ୟା ବିପନ୍ନଙ୍କ ପାଖରେ ପହଂଚି ଶୁଖିଲା ଖାଦ୍ୟ, ମାସ୍କ ଏବଂ ସାନିଟାଇଜର ବଣ୍ଟନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କର କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ପଂଚାୟତର ୩୦୦ଜଣଙ୍କୁ ଏହି ରିଲିଫ ପ୍ରଦାନ କରାଯିବା ସହ କୋଭିଡ ନୟମ ମାନି ଜଳିବାକୁ ଲୋକଙ୍କୁ ବୁଝାଇଥିଲେ । ବ୍ୟାଙ୍କର ଏଭଳି କାର୍ଯ୍ୟକ୍ରମକୁ ସରପଞ୍ଚ ମନାଲିସା ପତି ବେଶ ପ୍ରଶଂସା କରିଛନ୍ତି ।