ସୁକିନ୍ଦା ରେ ବାଲ୍ୟ ଵିଵାହକୁ ରୋକିବା ସହିତ ନାରୀ ଶିକ୍ଷାକୁ ଗୁରୁତ୍ୱ ଦିଆଯିବ:ପ୍ରିତିରଞ୍ଜନ ଘଡେଇ
![](https://www.sanketkhabar.com/wp-content/uploads/2021/06/WhatsApp-Image-2021-06-16-at-6.43.55-PM.jpeg)
ସୁକିନ୍ଦା (ସଙ୍କେତ ଖବର): ସୁକିନ୍ଦା ରେ ଚାଲିଥିବା ବାଲ୍ୟ ବିବାହ କୁ ବନ୍ଦ କରି ନାରୀ ଶିକ୍ଷାକୁ ଗୁରୁତ୍ୱ ଦେବାକୁ ବିଧାୟକ ପ୍ରିତିରଞ୍ଜନ ଘଡେଇ ପ୍ରତିଶ୍ରୁତି ଦେଇଛନ୍ତି। କେତେକ ଅଂଚଳରେ ଚାଲିଥିବା କୁ ସଂସ୍କାର ଓ ଅନ୍ଧବିଶ୍ୱାସ ଯୋଗୁଁ ନଗଡ଼ା ବା ମାହନ୍ତ ସଂପ୍ରଦାୟରେ ଜାରି ରହିଥିବା ବାଲ୍ୟ ବିବାହ ଜାରୀରହିଛି। ଝିଅମାନଙ୍କ ଶିକ୍ଷାକୁ ଅଗ୍ରାଧିକାର ମିଳୁନାହିଁ । ତେବେ କୁମାରୀ ଝିଅଙ୍କ ପର୍ବ ତଥା ପବିତ୍ର ରଜ ଉତ୍ସବରେ ନାରୀମାନଙ୍କ ବିକାଶ ଦିଗରେ କାର୍ଯ୍ୟ କରିବାକୁ ସୁକିନ୍ଦା-ଦାନଗଦୀର ଯୁବବର୍ଗ ଶପଥ ନେଇଛନ୍ତି।
ବିଶ୍ୱ ସାଇକେଲ ଦିବସ(ଜୁନ 3)ରୁ ଲଗାତର 2 ସପ୍ତାହ, ସାଇକେଲେରେ ପ୍ରତ୍ୟେକ ଗାଁକୁ ଯାଇ ମାସ୍କ ବାଣ୍ଟିବା ସହ କରୋନା ସଂପର୍କରେ ସଚେତନ କରାଉଥିବା ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି, ଏବେ ନାରୀ ସଶକ୍ତ କରଣ କରିବା ଦିଗରେ ଅଣ୍ଟା ଭିଡ଼ିଛନ୍ତି। ସାମାଜିକ ବ୍ୟାଧି ବ୍ୟବସ୍ଥାକୁ ଉଚ୍ଛେଦ କରିବା ତଥା ନିଶାମୁକ୍ତ ସମାଜ ଗଠନ ପାଇଁ ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ ‘ସୁକିନ୍ଦା ଲିଡସ୍ ବ୍ୟାନର’ରେ ଯୁବକମାନେ ଶପଥ ନେଇଛନ୍ତି ।
![](https://www.sanketkhabar.com/wp-content/uploads/2021/06/WhatsApp-Image-2021-06-16-at-6.43.52-PM-1-1024x550.jpeg)
କରୋନା ସଂକ୍ରମିତ ସନ୍ଧିଗ୍ଧ ମଙ୍ଗରାଜପୁରର ସାବିତ୍ରୀ ସ୍ୱାଇଁଙ୍କ ଶବଦାହ କରି ସୁକିନ୍ଦାର ନରେନ୍ଦ୍ର ନାୟକ ଏବଂ ତାଙ୍କର 4 ସାଥି ଉଦାହାରଣ ସୃଷ୍ଟି କରିଛନ୍ତି। ବାତ୍ୟା ୟସ ସମୟରେ ଏ ଅଞ୍ଚଳର ଯୁବକ-ଛାତ୍ରମାନେ ବିପଦରେ ପଡିବାକୁ ଯାଉଥିବା ଲୋକଙ୍କୁ ସାହାଯ୍ୟ କରିଥିଲେ । ସେହି ସେବା କରିବାର ଆନ୍ତରିକତା ଭାବକୁ ଜାଗରଣ ରୂପେ ଗଢ଼ି ତୋଳିବା ପାଇଁ ବିଧାୟକ ଘଡ଼ାଇଙ୍କ ଦାନଗଦି ବାସଭବନରେ ନିଷ୍ପତ୍ତି ହୋଇଛି । ରତ୍ନଗର୍ଭା ସୁକିନ୍ଦାକୁ ବିପଥଗାମୀ କରିବା ଲାଗି କିଛି ଅସାଧୁ ନିଶାବେପାରୀ ଉଦ୍ୟମ କରୁଛନ୍ତି । ଦିନକୁ ଦିନ ସୁକିନ୍ଦା-ଦାନଗଦୀରେ ଗଞ୍ଚେଇ ମାଫିଆଙ୍କ ଦୌରତ୍ମ୍ୟ ବଢ଼ିବାରେ ଲାଗିଛି। ଏ ଅଞ୍ଚଳର ଯୁବକଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ସେହି ନିଶା ବେପାରୀଙ୍କ ବିରୋଧରେ ଲଢ଼େଇ କରିବାକୁ ଯୁବ ବିଜେଡିର କର୍ମକର୍ତ୍ତା ନେଇଛନ୍ତି ବଜ୍ର ଶପଥ।
ସେହିପରି ପରପିଢ଼ୀ ପାଇଁ ଖଣିଜ ସଂପଦକୁ ବଞ୍ଚାଇ ରଖିବା ସହ ପରିବେଶକୁ ସୁରକ୍ଷିତ କରିବା ଦିଗରେ ବୃକ୍ଷରୋପଣକୁ ମିଶନ ଭାବେ ଗ୍ରହଣ କରିଛି । ସେଥିପାଇଁ ଗାଁ ଗାଁରେ ଖାଲି ପଡ଼ିଥିବା ଜଙ୍ଗଲ ଜମିରେ ଗଛ ଲଗାଇ ଦାନଗଦୀ ଏବଂ ସୁକିନ୍ଦାକୁ ସବୁଜିମାରେ ଭରିଦେବାକୁ ଶେଷ ରଜରେ ନିଷ୍ପତ୍ତି ଯୁବ ବିଜୁ ଜନତା ଦଳ କୁ ବିଧାୟକ ପରାମର୍ଶ ଦେଇଛନ୍ତି।