ଇଣ୍ଡିଆ ବୁକ ଅଫ ରେକଡ଼ରେ ସ୍ଥାନ ପାଇଲେ ସୌମ୍ୟରଞ୍ଜନ

ଦଶରଥପୁର (ସଂକେତ ଖବର): ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ପାଲଟପୁର ପଂଚାୟତ ମୁରାରୀପୁର ଗ୍ରାମର ମନୋରଞ୍ଜନ ରାଉତ ମାତା ରଂଜିତା ରାଉତଙ୍କ ଏକମାତ୍ର ପୁତ୍ର ସୌମ୍ୟରଂଜନ ରାଉତ (୨୪) ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ।ସେ ଦୀର୍ଘ ସମୟ ଧରି ନିଜ ଶରୀରରେ ତିରିଶ କିଲୋଗ୍ରାମ ଓଜନ ବହନ କରି ଦୀର୍ଘ ସମୟ ଚକ୍ରାୟନ କରିଥିଲେ । ଏଥି ପାଈଁ ଶ୍ରୀ ରାଉତ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ।
ଏଠାରେ ପ୍ରକାଶ ଥାଉକି ଶ୍ରୀ ରାଉତ ସବୁଦିନ ଘରେ ରହି ଯୋଗ,ବ୍ୟମ,ଚକ୍ରାୟନ ଭଳି ବିଭିନ୍ନ ବ୍ୟୟାମ କରିଥାନ୍ତି । ସୌମ୍ୟ କଲେଜ ପଢା ସମୟରେ ଛାତ୍ର ରାଜନୀତିରେ ସକ୍ରିୟ ଅଂଶ ଗ୍ରହଣ କରୁଥିବାବେଳେ ପଢା ସାରିବା ପରେ ଏବେ ସେ ବିଭିନ୍ନ ସାମାଜିକ ସଂଗଠନ ସହ ନିଜକୁ ନିୟୋଜିତ କରିଥିବା ବେଳେ ବର୍ତମାନ ସେ ସାମାଜିକ ସଂଗଠନ ଉଦ୍ଧାର ଫାଉଣ୍ଡେସନ ଯାଜପୁର ଜିଲ୍ଲା ଶାଖାର ସଭାପତି ଭାବେ କାର୍ଯ୍ୟ କରୁଛନ୍ତି ।ସେ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ନିଜର ଦୃଢ ମନବଳ ପାଇଁ ସେ ଆଜି ଏହି ସ୍ଥାନରେ ପହଂଚି ପାରିଛନ୍ତି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।
ସୌମ୍ୟ ରଞ୍ଜନ ରାଉତ ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଲା ପରେ ଯାଜପୁର ଜିଲ୍ଲା ସମେତ ସମଗ୍ର ଦଶରଥପୁର ବ୍ଲକରେ ଆନନ୍ଦର ଲହରୀ ଖେଳି ଯାଇଛି ।ଏହି ଅବସରରେ ବିଂଝାରପୁର ବିଧାୟିକା ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟିକାଙ୍କ ଜିଲ୍ଲା ପ୍ରତିନିଧି ପ୍ରଦୀପ କୁମାର ମହାନ୍ତି , କୟାଁ ପୂର୍ବାଞ୍ଚଳ ବିକାଶମଞ୍ଚର ସଭାପତି ଜୟପ୍ରକାଶ ନାୟକ, ଛାତ୍ର ସଂଗଠକ ବିଶ୍ୱଜିତ ପଣ୍ଡା, ଗଙ୍ଗାଧର ଜେନା, ସୌମ୍ୟରଂଜନ ଦାସ, ଜଗନ ପଣ୍ଡା, ମନୋଜ କୁମାର ସାହୁ, ନିରଞ୍ଜନ ବାରିକ, ସରୋଜ ବାରିକ, ସୁଶାନ୍ତ ଜେନା, ଶୁଭମ ପଣ୍ଡା, ବିଶ୍ୱଜିତ ଦାସ ପ୍ରମୁଖ ଅଭିନନ୍ଦନ ଜଣାଇବା ସହ ସୌମ୍ୟାଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।