ଏହି ଭାରତୀୟ ବଂଶୋଦ୍ଭବ ହୋଇପାରନ୍ତି ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଋଷି ସୁନକ ହୋଇପାରନ୍ତି ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ। ଋଷି ସୁନକ ବର୍ତ୍ତମାନ ବ୍ରିଟେନର ଅର୍ଥମନ୍ତ୍ରୀ ଅଛନ୍ତି। ଋଷିଙ୍କ ଭାରତ ସହ ଦୃଢ ସମ୍ପର୍କ ଅଛି। ସେ ଇନ୍ଫୋସିସର ସହପ୍ରତିଷ୍ଠାତା ନାରାଣୟ ମୂର୍ତ୍ତିଙ୍କ ଝିଅ ଅକ୍ଷତାଙ୍କୁ ବିବାହ କରିଛନ୍ତି। ଋଷି ଓ ଅକ୍ଷତା ୨୦୦୯ରେ ବିବାହ କରିଥିଲେ। ଏହି ଦମ୍ପତିଙ୍କ ଦୁଇଜଣ ଝିଅ ଅଛନ୍ତି। ଦୁଇଝିଅଙ୍କ ନାମ କୃଷ୍ଣା ଓ ଅନୁଷ୍କା।

୨୦୧୫ ରେ ପ୍ରଥମ ଥର ପାଇଁ ସଂସଦକୁ ନିର୍ବାଚିତ ହୋଇଥିବା ଋଷି ବ୍ରେକ୍ଜିଟକୁ ପ୍ରବଳ ବିରୋଧ କରିଥିଲେ। ୨୦୧୯ରେ ତାଙ୍କୁ ଟ୍ରେଜେରୀର ମୁଖ୍ୟ ସଚିବ ଦାୟିତ୍ଵ ଦିଆଯାଇଥିଲା। ଅନେକ ସମୟରେ ସେ ଟେଲିଭିଜନ ବିତର୍କରେ ବୋରିସ୍ ଜନ୍ସନଙ୍କ ସ୍ଥାନରେ ଉପସ୍ଥିତ ରହିଥାନ୍ତି । ସେ ୟୁରୋପୀୟ ସଙ୍ଘରୁ ବ୍ରିଟେନର ବାହାର ଯିବାକୁ ବୋରିସ୍ ଜନ୍ସନଙ୍କ ରଣନୀତିକୁ ସମର୍ଥନ କରିଥିଲେ। ବୋରିସ୍ ଜନ୍ସନଙ୍କ ନିର୍ବାଚନୀ ପ୍ରଚାରରେ ସେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ବ୍ରିଟେନର କନ୍ଜରଭେଟିଭ୍ ପାର୍ଟିର ସଦସ୍ୟ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ମସଙ୍କ ଇସ୍ତଫା କରୁଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବା ପାଇଁ ଋଷି ସୁନକଙ୍କ ନାମ ସବୁଠାରୁ ଅଧିକ ଆଗରେ ଅଛି।

ଋଷି ସୁନକଙ୍କ ପିତାମାତା ପଞ୍ଜାବରେ ରହୁଥିଲେ, ପରେ ସେମାନେ ବିଦେଶରେ ଯାଇ ରହିଥିଲେ। ଋଷିଙ୍କ ଜନ୍ମ ବ୍ରିଟେନର ହାମ୍ପସାୟାରରେ ହୋଇଥିଲ। ଋଷି ଆମେରିକାର ଷ୍ଟାନଫୋର୍ଡ୍ ବିଶ୍ଵବିଦ୍ୟାଳୟରୁ ଏମବିଏ କରିଛନ୍ତି। ସେ ଅକ୍ସଫୋର୍ଡ୍ ବିଶ୍ଵବିଦ୍ୟାଳୟରୁ ରାଜନୀତି, ଦର୍ଶନ ଓ ଅର୍ଥଶାସ୍ତ୍ର ପଢିଛନ୍ତି। ରାଜନୀତିକୁ ଆସିବା ପୂର୍ବରୁ ସେ ଇନ୍ଭେଷ୍ଟମେଣ୍ଟ ବ୍ୟାଙ୍କ୍ ଗୋଲ୍ଡମ୍ୟାନ୍ ସେସ୍ ଓ ହେଜ୍ ଫଣ୍ଡରେ କାମ କରିଛନ୍ତି। ଏହାପରେ ସେ ଇନ୍ଭେଷ୍ଟମେଣ୍ଟ ଫାର୍ମର ପ୍ରତିଷ୍ଠା କରିଥିଲେ। ତାଙ୍କ ମା ଜଣେ ଫାର୍ମାସିଷ୍ଟ ଥିଲେ, ସେ ରାଷ୍ଟ୍ରୀୟ ସ୍ଵାସ୍ଥ୍ୟ ସେବା(ଏନଏଚଏସ) ରେ କାମ କରନ୍ତି। ଋଷିଙ୍କ ବାପା ଅକ୍ସଫୋର୍ଡ୍ ଓ ଷ୍ଟାନଫୋର୍ଡ୍ ବିଶ୍ଵବିଦ୍ୟାଳୟରୁ ସ୍ନାତକ କରିଛନ୍ତି।

Leave a Reply

Your email address will not be published. Required fields are marked *

You cannot copy content of this page