ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ୩୭ ତମ ବଳିଦାନ ଦିବସ ପାଳିତ

0

ଯାଜପୁର (ସଙ୍କେତ ଖବର): ବିଶ୍ୱନେତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗୀୟା ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ୩୭ ତମ ବଳିଦାନ ଦିବସରେ ସମଗ୍ର ଭାରତ ରେ ସଂହତି ଦିବସ ରୂପେ ପାଳନ ହେଇଥିବା ବେଳେ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ସିଂହପୁର ଜରୀ ମଧ୍ୟ ସ୍ଥଳୀ ଇନ୍ଦିରା ଛକ ନାଉବାଙ୍କ ଠାରେ ପାଳନ ହୋଇଛି ।
ସର୍ବଧର୍ମ ପ୍ରାର୍ଥନା ସଭା ସଂହତି ଦିବସର ଶପଥ ପାଠ ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଇନ୍ଦିରା ଗାନ୍ଧୀ ସ୍ମୃତି କମିଟି ସଭାପତି ଶ୍ରୀଯୁକ୍ତ ସୁଦାମ ଚରଣ ସାମଲ,ସମ୍ପାଦକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ପାତ୍ରଙ୍କ ଦ୍ଵାରା ସଭା ପରିଚାଳନା କରାଯାଇଥିଲା । ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ପ୍ରତିଭା ସମ୍ପର୍କରେ ଓ ଭାରତ ବର୍ଷ ପାଇଁ ତାଙ୍କର ଅବଦାନ ସମ୍ପର୍କରେ ବକ୍ତା ମାନେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ବିଞ୍ଝାରପୁରର ପୂର୍ବତନ ଅଧକ୍ଷା ଶ୍ରୀମତୀ କନକଲତା ମଲିକ,କଏଣା ରଘୁନାଥପୁରର ପ୍ରାକ୍ତନ ସରପଞ୍ଚ ଶ୍ରୀଯୁକ୍ତ କୁଞ୍ଜ ବିହାରୀ ବେହେରା, ମନୋଜ ସାମଲ, ସୀମାନ୍ତ କୁମାର ପାତ୍ର, ବିଦ୍ୟାଧର ମଲିକ,ଶରତ ମଲିକ,ସନ୍ତୋଷ ସାହୁ, ମହେନ୍ଦ୍ର ମଲିକ,ସେକ୍ ତୋଫିକ ଆଲାମ, ପଙ୍କଜ ବେଉରିଆ, ନବ କିଶୋର ସାମଲ, ସୁଲୋଚନା ଦାସ, ନିରଞ୍ଜନ ଜେନା, ଅଶ୍ୱିନୀ ସାମଲ, ଧନେଶ୍ୱର ଜେନା, ହରେକୃଷ୍ଣ ଜେନା, ଗିରିଧାରୀ ମଲିକ,କଳ୍ପତରୁ ମଲିକ,ସନ୍ତୋଷ ଧଳ, ବାବୁରାମ ମଲିକ,ବିଜୟ ମଲିକ,ପ୍ରସନ୍ନ ନାୟକ,ପ୍ରତାପ ଜେନା, ଶ୍ରୀଧର ଜେନା ପ୍ରଭୁତି ଶତାଧିକ ଇନ୍ଦିରା ପ୍ରେମୀ ଉପସ୍ଥିତ ରହି ଇନ୍ଦିରା ଗାନ୍ଧୀଙ୍କ ଅମ୍ଳାନ ସ୍ମୃତିକୁ ବଖାଣିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page