ଭାରତ_ଚୀନ ସୀମା ବିବାଦର ଅନ୍ତରାଳେ…

0

ଭାରତୀୟ ଓ ଚୀନ୍‌ର ସେନା ଗାଲଓ୍ୱାନ ଘାଟୀ ନିକଟରେ ମୁହାଁ ମୁହିଁ ହୋଇଛନ୍ତି । ଅନୁପ୍ରବେଶ କରିବାକୁ ନେଇ ଦୁଇ ସେନା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଦେଢମାସ ଧରି ସୀମାରେ ଉତ୍ତେଜନା ଲାଗି ରହିଥିଲେବି ଥମିବାର ନାଁ ଧରୁନାହିଁ। ଗୋଟିଏ ପଟେ ସେନାଧିକାରୀ ସ୍ଥରରେ ଦ୍ବିପାକ୍ଷୀକ ଆଲୋଚନା ଚାଲିଛି ଅଥଚ ସୀମାରେ କିନ୍ତୁ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି।

ସୋମବାର ରାତିରେ ଦୁଇ ସେନା ମୁହାଁମୁହିଁ ହେବା ଦ୍ବାରା ଜଣେ କର୍ଣ୍ଣେଲ୍‌, ଜଣେ ଜେସିଓଙ୍କ ସହ ୩ ଜଣ ସୈନ୍ୟ ସହିଦ୍ ହୋଇଛନ୍ତି। ଜବାବ ଦେବାକୁ ଯାଇ ଭାରତୀୟ ସୈନ୍ୟଙ୍କ ହାତରେ ଚୀନ୍‌ ସେନାର ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି କାହିଁକି ସୀମାରେ ଉତ୍ତେଜନା ଥମୁନାହିଁ ?

#ଭାରତ_ଚୀନର_ସୀମା- ଭାରତ ଓ ଚୀନର ସୀମା ବିବାଦ ଏକ ଜଟିଳ ପ୍ରସଙ୍ଗ ହୋଇଥିବାରୁ ଏହାକୁ ନେଇ ସେତେଟା ଖୋଲା ଚର୍ଚ୍ଚା ହୋଇନଥାଏ। ଏହି ସୀମା ବିବାଦ ସ୍ବାଭାବିକ୍ ଟିକେ ଭିନ୍ନ ପ୍ରକାରର ଯାହା ଅନେକଙ୍କୁ ବି ଜଣାନଥାଏ। ପାକ୍ ଅଧିକୃତ କାଶ୍ମୀର ଓ ଭାରତ ମଧ୍ୟରେ ସୀମାକୁ Line of Control (LOC) କୁହାଯାଉଥିବା ବେଳେ ଚୀନ ଅଧିକୃତ ଲଦାକ୍ ଓ ଭାରତ ମଧ୍ୟରେ ଥିବା ସୀମାକୁ Line of Actual Control(LAC) କୁହା ଯାଇଥାଏ।

LOC ଏବଂ LAC ମଧ୍ୟରେ କିଛିଟା critical difference ଅଛି ଯଥା LOC ସ୍ପଷ୍ଠ ଭାବରେ ସୀମା ଚିହ୍ନଟ ହୋଇଥିବା ବେଳେ LAC ରେ ସ୍ପଷ୍ଠତା କିଛି ନଥାଏ। ଏହି କାରଣରୁ ଗତ ୧୯୬୯ ମସିହା ଠାରୁ ମଝିରେ ମଝିରେ ଏଭଳି ଉତ୍ତେଜନା ଦେଖିବାକୁ ମିଳିଥାଏ। ଏହି ସୀମାନ୍ତ ଅଞ୍ଚଳରେ ଏପରି କିଛି ସ୍ଥାନ ଅଛି ଯାହାକୁ ଉଭୟ ଦେଶ ସେମାନଙ୍କର ବୋଲି ଦାବି କରନ୍ତି, କିନ୍ତୁ ଏହି ଅଞ୍ଚଳକୁ Area of Disputed Perception (ADPA) କୁହା ଯାଇଥାଏ।

ଏହି ଅଞ୍ଚଳର ପରିସୀମା ସର୍ବାଧିକ୧୦ କିମି ମଧ୍ୟରେ ହୋଇଥିବା ବେଳେ ମଝିରେ ମଝିରେ ଉଭୟ ଦେଶ ଏହି ଅଞ୍ଚଳକୁ patrolling ରେ ଆସିଥାନ୍ତି। ବିଗତ କିଛି ବର୍ଷ ମଧ୍ୟରେ ଭାରତ ତାର ଗମନାଗମନ ବୃଦ୍ଧି କରିଥିବାରୁ patrolling ବଢାଇ ଦେଇଛି। ଏହାର ଫଳସ୍ବରୂପ ସୀମାରେ କୌଣସି ପାଚେରୀ ନଥିବାରୁ ଉଭୟ ଦେଶର ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥାଏ।

#ବର୍ତ୍ତମାନର_ସ୍ଥିତି- ବର୍ତ୍ତମାନର ଯେଉଁ ଉତ୍ତେଜନା ଦେଖିବାକୁ ମିଳିଛି ତାହା ଆରମ୍ଭ ହୋଇଥିଲା ମେଁ ୫ ତାରିଖରେ। ପାଙ୍ଗମ ହ୍ରଦ ଯାହାର ଚିତ୍ର ଆମେ ଲୋକପ୍ରିୟ ଚଳଚ୍ଚିତ୍ର ଥ୍ରୀ ଇଡିୟଟରେ ଦେଖିବାକୁ ପାଇଛନ୍ତି। ଏହା ଏକ ବିଶାଳ ହ୍ରଦ ଯାହାର ପରିସୀମା ଏତେ ବ୍ୟାପକ ଯେ LAC ର ସୀମା ଏହା ମଧ୍ୟ ଦେଇ ଯାଇଛି। କିଛିଦିନ ତଳେ ଏହି Pangam Lakeକୁ ନେଇ ଆରମ୍ଭ ହୋଇଥିବା ବେଳେ ଏବେ Gilwan River Valley ଏବଂ Kongka Pass ନିକଟସ୍ଥ ଏକ Hot Spring କୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି। ଚୀନ ସୈନ୍ୟ ଏ ତିନୋଟି ସ୍ଥାନରେ ଏକକାଳୀନ ଅନୁପ୍ରବେଶ କରିବାକୁ ନେଇ ଦ୍ବନ୍ଦ ସୃଷ୍ଠି ହୋଇଛି।

#କାହିଁକି_ଚୀନ_ଏହା_କରୁଛି ? ଚୀନର ଭାରତରେ ଏପରି ଅନୁପ୍ରବେଶ ପଛର ସାମ୍ଭାବ୍ୟ କାରଣ ମଧ୍ୟରୁ କରୋନା ମହାମାରୀ ପରେ ଦେଶର ଦୁର୍ବଳ ଅର୍ଥନୀତି ଉପରୁ ଲୋକଙ୍କ ନଜର ହଟାଇବା ପାଇଁ ଏହା ଏକ ଚାଲ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଦ୍ବିତୀୟତଃ ଚୀନ ସୀମାରେ ଭାରତର ନୂଆ ରାସ୍ତା ନିର୍ମାଣକୁ ବିରୋଧ କରିବାକୁ ଯାଇ ଏଭଳି ଆକ୍ରମଣ ହୋଇପାରେ। ୨୦୧୯ ଅଗଷ୍ଟ ୫ରେ କାଶ୍ମୀର ଉପତ୍ୟକାରେ ଭାରତ ସରକାରଙ୍କ ନୂଆ ଅଭିଯାନ ବିଶେଷକରି ଲଦାକକୁ କେନ୍ଦ୍ରଶାସିତ ଅଞ୍ଚଳ ଭାବରେ ଘୋଷଣା ପରେ ଚୀନ ଏହାକୁ ସହଜ ଭାବରେ ନେଇନଥିଲା।

କିନ୍ତୁ ଏକଥା ସ୍ମରଣ ରଖିବାକୁ ପଡିବ କରୋନା ମହାମାରୀ ପରେ ସାରା ବିଶ୍ବ ଏବେ ଚୀନ ବିରୋଧରେ ଏକତ୍ରିତ ହୋଇଛନ୍ତି। କୌଣସି ପରିସ୍ଥିତିରେ ଚୀନ ଚାହିଁବ ନାହିଁ ସମସ୍ତଙ୍କର ଶତ୍ରୁ ହେଉ ବୋଲି। ଚୀନର ଅହଂକାରୀ ମନୋଭାବ ତିବତ୍ତ ପରି ଦେଶକୁ ଏବେ କବଳିତ କରି ରଖିଛି। ବାହାରକୁ ଭିନ୍ନ ରୂପ ଦେଖାଉଥିବା ଚୀନ ଗୋଟିଏ ପଟେ ଭାରତ ସହ ଆଲୋଚନା ଜାରୀ ରଖିଥିବା ବେଳେ ସେପଟରେ ଆକ୍ରମଣ ମଧ୍ୟ ଜାରୀ ରଖିଛି।

ଗତକାଲି ଠାରୁ ଆଜି ମଧ୍ୟରେ ANI ସୁତ୍ରରୁ ମିଳିଥିବା ତଥ୍ୟାନୁସାରେ ଚୀନର ୪୦ରୁ ଉର୍ଦ୍ଧ ସୈନ୍ୟ ମୃତୁବରଣ କରିଥିବା ବେଳେ ଭାରତର ୨୦ରୁ ଉର୍ଦ୍ଧ ମୃତ୍ୟୁବରଣ କରିଛନ୍ତି। ଭାରତ ଚୀନ ସୀମା ବିବାଦର ଅନ୍ତରାଳେ ଥିବା ଏହି କାରଣର ଚିରସ୍ଥାୟୀ ସାମାଧାନ ନହେବା ଯାଏ ଏହା ଲାଗି ରହିବ ବୋଲି ଅନୁମାନ କରାଯାଉଛି।

-ବିରଞ୍ଚି ନାରାୟଣ ଦାସ

Leave a Reply

Your email address will not be published. Required fields are marked *

You cannot copy content of this page