ବିରଜାକ୍ଷେତ୍ର ହେଲା ଶ୍ରୀକ୍ଷେତ୍ର

0

ଯାଜପୁର (ସଂକେତ ଖବର ବ୍ୟୁରୋ)

ବିଶ୍ୱ ଜଗନ୍ନାଥ ଚେତନା ସଂସଦ ଜଗନ୍ନାଥ ଧାମ ପୁରୀ ପକ୍ଷରୁ ଆୟୋଜିତ ୩୭ତମ ଶ୍ରୀ ଜଗନ୍ନାଥ ମହାଧିବେଶନ ଶୁକ୍ରବାର ଦିନ ଆରମ୍ଭ ହୋଇଯାଇଛି । ଏହି ଅଧିବେଶନରେ ଅନ୍ୟୁନ ଲକ୍ଷାଧିକ ଜଗନ୍ନାଥ ସଂସ୍କୃତି ପ୍ରେମୀ ଭକ୍ତଭକ୍ତା, ଆବାଳ ବୃଦ୍ଧ ବନିତା ଏହି ମହୋତ୍ସବରେ ସାମିଲ ହୋଇଛନ୍ତି । ଜଗନ୍ନାଥ ଧାମ ପୁରୀର ମୁଖ୍ୟ ଅଚାର୍ଯ୍ୟ ପଣ୍ଡିତ ଶ୍ରୀ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରୁ ପୂଜାପଣ୍ଡା, ସାମନ୍ତ ଗଣ ମାନେ ଆଜ୍ଞାମାଳ ଓ ମହାପ୍ରସାଦ ଧରି ବିରଜା କ୍ଷେତ୍ରକୁ ଆସିଥିଲେ । ବିରଜା ମନ୍ଦିରରେ ମା’ବିରଜାଙ୍କୁ ପାରମ୍ପରିକ ରୀତିନୀତିରେ ପୂଜାର୍ଘ୍ୟ ବାଢ଼ିବା ପରେ ମନ୍ଦିର ସନ୍ନିକଟସ୍ଥ ଅଲିବାଗ ପଡ଼ିଆ ଠାରୁ ଅନ୍ୟୁନ ୬ଶହରୁ ଉଦ୍ଧ୍ୱର୍ ସଂକୀର୍ତନ ମଣ୍ଡଳିଙ୍କ ସଂକୀର୍ତନ, ହରିବୋଲି ହୁଲହୁଳିରେ ସହର ପରିକ୍ରମା କରି ବାଳାଶ୍ରମ ଠାରେ ସମାବେଶ ହୋଇଥିଲେ । ଏହି ଭଗବତୀ କଲ୍ୟାଣମୟୀ ଶ୍ରୀ ଜଗନ୍ନାଥଙ୍କର ଆଜ୍ଞାମାଳକୁ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳ ରଂଜନ କୁମାର ଦାସ, ପିଡ଼ିଡ଼ିଆରଡ଼ିଏ ବ୍ରଜଗୋପାଳ ଆଚାର୍ଯ୍ୟ, ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ପ୍ରମୁଖ ପ୍ରଶାସନିକ ଅଧିକାରୀ, ପୈାରପାଳ ଭବପ୍ରସାଦ ଦାସ, ପୁର୍ବତନ ଉପାଧ୍ୟକ୍ଷ ବିଜୟ ମହାନ୍ତି, ଶିକ୍ଷାବିତ୍ ବିଶ୍ୱମ୍ବର ମିଶ୍ର, ବଟକୃଷ୍ଣ ମହାପାତ୍ର ଓ ସହରର ବିଭିନ୍ନ ସ୍ଥାନରେ ଆଜ୍ଞାମାଳକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ବିରଜା କ୍ଷେତ୍ର ହେଉଛି ଶକ୍ତି କ୍ଷେତ୍ର, ଏହି କ୍ଷେତ୍ରରେ ଶ୍ରୀ ଜଗନ୍ନାଥ ଓ ମା’ବିରଜାଙ୍କ ମହିମା ମିଶି ମହିମା ମଣ୍ଡିତ ହୋଇଥିବା ଓ ସାରା ଓଡ଼ିଶାର ବିଭିନ୍ନ ପ୍ରାନ୍ତଃରୁ ଭକ୍ତ ମାନଙ୍କର ଯେପରି ଉପସ୍ଥିତି ଲାଗି ରହିଛି ପୁରୀ ଶ୍ରୀଜଗନ୍ନାଥଙ୍କ ବଡ଼ଦାଣ୍ଡ ସହ ସମତୁଲ । ଶ୍ରୀ ଜଗନ୍ନାଥ ଓ ବିରଜାଙ୍କ ଚେତନା ମଧ୍ୟରେ ସମନ୍ୱୟ ସୃଷ୍ଟି ହୋଇଥିବା ଗୈାରବର କଥା ବୋଲି ଜିଲାପାଳ ଶ୍ରୀ ଦାସ ପ୍ରକାଶ କରିଥିଲେ । ଏହି ବିରଜା କ୍ଷେତ୍ର ଆଜି ପାଲଟିଛି ଜଗନ୍ନାଥଙ୍କର ଦ୍ୱିତୀୟ ଶ୍ରୀକ୍ଷେତ୍ର । ଏହି ବାଳାଶ୍ରମ ପଡ଼ିଆର ଚାରିପଟେ ୪୫୦ଫୁଟ୍ ଦୈର୍ଘ୍ୟ ଓ ୪୫୦ଫୁଟ ଓସାର ବିଶିଷ୍ଠ ମେଘନାଦ ପାଚେରୀ ଡ଼ାଂଚାରେ ଅସ୍ଥାୟୀ ଭାବେ ନିର୍ମାଣ କରାଯାଇ ପୁରୀର ଅବିକଳ ନକଲ ଭାବେ ସିଂହ ଦ୍ୱାର, ଗରୁଡ଼ ସ୍ଥମ୍ବ, ଯଜ୍ଞମଣ୍ଡପ ଓ ପାଶ୍ୱର୍ରେ ଦୁର୍ଗାମୂର୍ତି ନିର୍ମାଣ କରାଯାଇଛି । ଦିର୍ଘ ୧୦ଦିନ ଧରି ଦୁର୍ଗାମାଧବ ଉପାସନା ସହ ମହାଯଜ୍ଞ ଅନୁଷ୍ଠିତ ହେବା ପାଇଁ ଏହି ପରିକଳ୍ପନା ଆଜିଠାରୁ ଆରମ୍ଭ ହୋଇଛି । ଆଜି ଠାରୁ ଆରମ୍ଭ ହୋଇଥିବା ଏହି ଚେତନା ଅଧିବେଶନ ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନ କାଳରେ ପ୍ରତ୍ୟେକ ଦିନ ମହାପ୍ରଭୁଙ୍କ ୩୨ବେଶ, ୫୬ ଭୋଗ, ମହାବିଷ୍ଣୁ ଅବତାର ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି । ଏଥିସହିତ ମହାପ୍ରଭୁଙ୍କ ମହିମା ଓ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଆଲୋଚନା କରାଯିବା ସହ ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ବିିଭିନ୍ନ ସାମଗ୍ରୀ ପ୍ରଦର୍ଶିତ ହେବ । ଜଗନ୍ନାଥଙ୍କ ଚେତନାକୁ ଘରେ ଘରେ ପ୍ରଚାର କରିବା ଉଦ୍ଦେଶ୍ୟରେ ଏଭଳି ଏକ ସମାବେଶ ଆୟୋଜନ କରାଯାଉଥିବା ଜଗନ୍ନାଥ ସଂସ୍କୃତି ପ୍ରଚାରକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥ ଶର୍ମା ପ୍ରକାଶ କରିଛନ୍ତି । ଗୁରୁ ଶଙ୍କରାଚାର୍ଯ୍ୟ ଏହି ପବିତ୍ର କ୍ଷେତରୁ ମହାପ୍ରଭୂଙ୍କର ସନ୍ଧାନ ପାଇଥିବା ସୂଚନା ଦେବା ସହିତ ଜଗନ୍ନାଥଙ୍କ ମହିମା ମଧ୍ୟ ବିସ୍ଥାରିତ ହୋଇଥିବା ପ୍ରକାଶ କରିଥିଲେ । ଏହି ଅଧିବେଶନରେ ବହୁ ସାଧୁ ସନ୍ଥ ଯୋଗ ଦେଇଥିବା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରସାଦ ସେବନ ପରେ ବିଧିମୂତାବକ ଶ୍ରୀ ଜଗନ୍ନାଥଙ୍କର ପୂଜା ଯଜ୍ଞକାର୍ଯ୍ୟ ଆରମ୍ଭ କରାଯାଇଛି । ସାରା ଓଡ଼ିଶା ଓ ବାହାରୁ ଲକ୍ଷାଧିକ ଭକ୍ତ ସମାବେଶ ହୋଇଛନ୍ତି । ଜିଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ପ୍ରକାଶ କରିଛନ୍ତି

Leave a Reply

Your email address will not be published. Required fields are marked *

You cannot copy content of this page