ଯାଜପୁର ଜିଲା ମହୋତ୍ସବ “ଯଯାତି “ ୨୦୧୮

0

                     ଜମିବ ମହୋତ୍ସବ,ଦେଖିବ ଓଡିଶା
ଯାଜପୁର ଜିଲା ପ୍ରଥମ ଥର ପାଇଁ ରାଜ୍ୟ ସ୍ତରୀୟ ଯୁବ ଊତ୍ସବ ଆୟୋଜନର ସୁଯୋଗ ପାଇଚ୍ଥି । ୨୪ ତମ ରାଜ୍ୟ ସ୍ତରୀୟ ଯୁବ ଊତ୍ସବ ଚଳିତ ମାସ ୧୫ ରୁ ୧୮ ତାରିଖ ପର୍ଯ୍ୟନ୍ତ ବାଳାଶ୍ରମ ପଡିଆ ଠାରେ ଅନୁଷ୍ଠିତ ହେବ । ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ଓ ଜିଲା ପ୍ରଶାସନ, ଯାଜପୁର, ପୈାର ପ୍ରଶାସନ, ଯାଜପୁରର ମିଳିତ ସହଯୋଗରେ ଏହି ଊତ୍ସବ ଅନୁଷ୍ଠିତ ହେବାକୁ ଯାଊଚ୍ଥି । ସେହିପରି ଯାଜପୁର ଜିଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ନଭେମ୍ୱର ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଯାଜପୁର ଜିଲା ମହୋତ୍ସବ “ଯଯାତି “ ୨୦୧୮ ଯାଜପୁର ସହର ସ୍ଥିତ ବାଳାଶ୍ରମ ପଡିଆ ଠାରେ ଅନୁଷ୍ଠିତ ହେବାକୁ ଯାଊଚ୍ଥି । ମହୋତ୍ସବ ସହ ଯୋଡାଯାଇଚ୍ଥି ଡି.ଏସ୍.ଏମ୍.ଏସ୍. (ଓରମାସ୍) ଆନୁକୂଲ୍ୟରେ ଏକ ରାଜ୍ୟ ସ୍ତରୀୟ ପଲ୍୍ଳିଶ୍ରୀ ମେଳା । ଯାହା ଚଳିତ ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ବାଳାଶ୍ରମ ପଡିଆ ଠାରେ ଅନୁଷ୍ଠିତ ହେବ । ଯୁବ ଊତ୍ସବର ଊଦ୍ଘାଟନ ନଭେମ୍ୱର ୧୫ ତାରିଖ ସଂଧ୍ୟା ୬ ଘଟିକାରେ ବାଳାଶ୍ରମ ପଡିଆ ଠାରେ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସରକାରୀ ମୁଖ୍ୟ ସଚେତକ, ଓଡିଶା, ଶ୍ରୀଯୁକ୍ତ ଅମର ପ୍ରସାଦ ଶତପଥୀ, ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ସୁବ୍ରତୋ ବାଗଚୀ, ମାନ୍ୟବର ଅଧ୍ୟକ୍ଷ ଦକ୍ଷତା ବିକାଶ କର୍ତ୍ତୃପକ୍ଷ, ଓଡିଶା, ଜିଲାର ମାନ୍ୟବର ସାଂସଦ ଓ ସମସ୍ତ ମାନ୍ୟବର ବିଧାୟକ ଏବଂ ଜିଲ୍ଳ୍ା ପରିଷଦ ସଭାପତି ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ।
ସେହିପରି ଚଳିତ “ଯଯାତି” ମହୋତ୍ସବ ତା ୧୯ା୧୧ା୧୮ ରିଖରେ ମାନ୍ୟବର ମନ୍ତ୍ରୀ, ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଦ୍ୱାରା ଊଦ୍ଘାଟିତ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ମୁଖ୍ୟ ବକ୍ତା ଭାବେ ମାନ୍ୟବର ସରକାରୀ ମୁଖ୍ୟ ସଚେତକ ଶ୍ରୀଯୁକ୍ତ ଅମର ପ୍ରସାଦ ଶତପଥୀ ଓ ସମ୍ମାନିତ ଅତିଥି ଭାବେ ଜିଲ୍ଳ୍ାର ମାନ୍ୟବର ସାଂସଦ, ସମସ୍ତ ମାନ୍ୟବର ବିଧାୟକ ଏବଂ ଜିଲା ପରିଷଦ ସଭାପତି ଯୋଗଦେବାର କାର୍ଯ୍ୟକ୍ରମ ରହିଚ୍ଥି । ଏ ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଳ୍ାପାଳ ସଭାପତିତ୍ୱ କରିବେ । ଯୁବ ଊତ୍ସବରେ ଓଡିଶୀ ସଂଗୀତ, ଲୋକନୃତ୍ୟ, ଲୋକ ସଂଗୀତ, ବକ୍ତୃତା, ନାଟକ, ଶାସ୍ତ୍ରୀୟ ସଂଗୀତ, ଶାସ୍ତ୍ରୀୟ ବାଦ୍ୟ ଇତ୍ୟାଦି ୧୮ ଗୋଟି ବିଭାଗରେ ୩୦ ଟି ଯାକ ଜିଲ୍ଳ୍ାର ପ୍ରତିଯୋଗୀଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହେବ । ବାଳାଶ୍ରମ ପଡିଆ, ଗୈାତମ ବୁଦ୍ଧ ସଂସ୍କୃତି ଭବନ, ନରସିଂହ ଚୈାଧୁରୀ ମହାବିଦ୍ୟାଳୟ, ଜିଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥା ସମ୍ମିଳନୀ ଗୃହ, ବୈଷ୍ଣବ ଦତ୍ତ ଊଚ୍ଚ ବିଦ୍ୟାଳୟ ଠାରେ ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ । ପ୍ରତ୍ୟେକ ସଂଧ୍ୟାରେ ଯୁବ ପ୍ରତିଯୋଗୀଙ୍କ ମାଧ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ବାଳାଶ୍ରମ ସାଂସ୍କୃତିକ ମଞ୍ଚରେ ପରିବେଷିତ ହେବ ।
ଊଦ୍ଘାଟନୀ ଦିବସରେ ବିଭିନ୍ନ କ୍ଷେତ୍ରରେ ଊଲ୍ଲେଖନୀୟ ଅବଦାନ ରଖିଥିବା ଜିଲାର ଓ ଜିଲା ବାହାରର କୃତି ସନ୍ତାନଙ୍କୁ “ଯଯାତି” ସମ୍ମାନରେ ସମ୍ମାନିତ କରାଯିବ । ଚଳିତ ବର୍ଷ ଜିଲା ସଂସ୍କୃତି ପରିଷଦର ନିଷ୍ପତ୍ତି ମୁତାବକ ରାଜ୍ୟ ବାହାରର ଜଣେ ବ୍ୟକ୍ତିଙ୍କୁ ସମ୍ୱର୍ଦ୍ଧିତ କରାଯିବ ଯିଏକି, ଯାଜପୁରର ଗୈାରବ ବୃଦ୍ଧି କରିଥିବେ ଓ ଯାଜପୁର ଜିଲ୍ଳ୍ାରୁ ଜଣେ ବ୍ୟକ୍ତିତ୍ୱଙ୍କୁ ସମ୍ୱର୍ଦ୍ଧିତ କରାଯିବ ଯିଏ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଜିଲାକୁ ପରିଚିତ କରାଇଥିବେ । ଚଳିତ ବର୍ଷ ବିଶିଷ୍ଟ ଲେଖକ ତଥା ବନ୍ଦେ ମା ତରମ୍ର ସ୍ରଷ୍ଟା ଯାଜପୁରର ପ୍ରାକ୍ତନ ଡେପୁଟୀ କଲେକ୍ଟର ବଙ୍କିମ ଚନ୍ଦ୍ର ଚାଟାର୍ଜୀ ଓ ବିଶିଷ୍ଟ କ୍ରୀଡାବିତ୍ ସୁଶ୍ରୀ ଦୂତୀ ଚାନ୍ଦଙ୍କୁ ଯଥାକ୍ରମେଏହି “ଯଯାତି” ସମ୍ମାନ ପ୍ରଦାନ କରାଯିବ ।

ତା ୧୫ା୧୧ା୧୮ ରିଖରେ ଯୁବ ଊତ୍ସବ ଓ ଜିଲା ମହୋତ୍ସବର ସଚେତନତା ସୃଷ୍ଟି ଊ୍ଦ୍ଦେଶ୍ୟରେ ମା’ ବିରଜାଙ୍କ ପୂଜାର୍ଚ୍ଚନା ପରେ ଅପରାହ୍ନ ୩ ଘଟିକାରୁ ବିରଜା ମନ୍ଦିର ଠାରୁ ଏକ ଶୋଭାଯାତ୍ରା ବାହାରି ବାଳାଶ୍ରମ ପଡିଆ ସ୍ଥଳରେ ପହଞ୍ଚିବ । ତେବେ ୧୮ ତାରିଖ ସଂଧ୍ୟାରେ ମଞ୍ଚକୁ ଜିଲା ମହୋତ୍ସବ ପାଇଁ ପ୍ରସ୍ତୁତ କରାଯାଊଥିବାରୁ କୈାଣସି କାର୍ଯ୍ୟକ୍ରମ କରାଯିବ ନାହିଁ ।
ନଭେମ୍ୱର ୧୫ ରୁ ୨୧ ତାରିଖ ପର୍ଯ୍ୟନ୍ତ ୧୮ ତାରିଖ ବ୍ୟତୀତ ପ୍ରତ୍ୟେକ ସନ୍ଧ୍ୟାରେ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ । ୧୫ ତାରିଖରେ ରାଜ୍ୟର ପ୍ରତିଷ୍ଠିତ କଳାକାର ମାନଙ୍କ ଦ୍ୱାରା ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ୧୬ ଓ ୧୭ ତାରିଖରେ ବିଭିନ୍ନ ଜିଲାର ଯୁବ ବର୍ଗ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ୧୭ ରେ ମଧ୍ୟ ବିଶିଷ୍ଟ ଗାୟିକା ସୁନିଥିି ଚୈାହାନଙ୍କ ଦ୍ୱାରା, ୧୯ ରେ ଶ୍ରୀ ଊଦିତ ନାରାୟଣଙ୍କ ଦ୍ୱାରା, ୨୦ ରେ କୈଳାସ ଖେର ଓ ୨୧ ତାରିଖ ବା ଶେଷ ଦିନରେ ଯୁବ କଣ୍ଠଶିଳ୍ପୀ ବେନି ଦୟାଲଙ୍କ ଦ୍ୱାରା କାର୍ଯ୍ୟକ୍ରମ ପରିବେଷଣ କରାଯିବାର ବ୍ୟବସ୍ଥା କରାଯାଇଚ୍ଥି । ଏତଦ୍ ବ୍ୟତୀତ ମହୋତ୍ସବରେ ପ୍ରଥମ ଦିନ ଗୁରୁ ପୁଷ୍ପ ରଂଜନ ମଙ୍ଗରାଜ ଓ ସାଥୀଙ୍କ ଦ୍ୱାରା ଓଡିଶୀ ନୃତ୍ୟ, ୨ୟ ଦିନ ପରମାନନ୍ଦ ସ୍ୱାଇଁ ଓ ସାଥୀଙ୍କ ଦ୍ୱାରା ସମ୍ୱଲପୁରୀ ନୃତ୍ୟ ଓ ତୃତୀୟ ଦିନ ଗୁରୁ ଆଶିଷ ଦାସଙ୍କ ନୃତ୍ୟ ଦଳ ଓଡିଶୀ ନୃତ୍ୟ ପରିବେଷଣ କରିବେ ।

୨୦ ତାରିଖ ଦିବା ୧୦ ଘଟିକା ସମୟରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ କୃଷି ଓ କୃଷକ ସମାବେଶ ଅନୁଷ୍ଠିତ ହେବ । ୨୧ ତାରିଖ ଦିବା ୧୦ ଘଟିକାରେ ରାଜ୍ୟ ସ୍ତରୀୟ ସାହିତ୍ୟ ଆଲୋଚନା ଚକ୍ର ଓ ଦିବା ୧୧ ଘଟିକାରେ ଜିଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ନାରୀ ସଶକ୍ତିକରଣ ସଂପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ପଲ୍ଲିଶ୍ରୀ ମେଳାରେ ୧୪୦ ରୁ ଊଦ୍ଧ୍ୱର୍ ଷ୍ଟଲର ବ୍ୟବସ୍ଥା କରାଯାଇଚ୍ଥି । ଏଥି ମଧ୍ୟରେ ଆମ ଜିଲ୍ଳ୍ା ସହ ବିଭିନ୍ନ ଜିଲାର ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ଷ୍ଟଲ, ବିଭିନ୍ନ ବିଭାଗ ଓ ଶିଳ୍ପାନୁଷ୍ଠାନ ଷ୍ଟଲମାନ ସ୍ଥାନୀତ ହେବ । ମହୋତ୍ସବ ସ୍ଥଳରେ ପାନୀୟ ଜଳ, ପରିମଳ, ଆଲୋକ ବ୍ୟବସ୍ଥା, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ ବ୍ୟବସ୍ଥା, ଗମନାଗମନ ଇତ୍ୟାଦିର ସୁବ୍ୟବସ୍ଥା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ଥିବା ଅନୁଷ୍ଠାନର କଳାକାର ମାନଙ୍କ ସୁବିଧା ପ୍ରତି ଦୃଷ୍ଟି ଦିଆଯାଇଚ୍ଥି ।

Leave a Reply

Your email address will not be published. Required fields are marked *

You cannot copy content of this page