ବଙ୍କିମ୍ ଚାଟାର୍ଜିଙ୍କୁ ସମ୍ମାନିତ କରି ଗୌରବାନ୍ୱିତ ହେବ ଯାଜପୁର

0

ଯାଜପୁର:(ସଂକେତ ଖବର ବ୍ୟୁରୋ)
ଆସନ୍ତା ୧୯ ତାରିଖ ଦିନ ଉଦଘାଟିତ ହେବ ଜିଲା ମହୋତ୍ସବ ଯଯାତି ୨୦୧୮ । ଏହି ଦିନ ଯାଜପୁର ଜିଲା ସହିତ ସଂପର୍କ ରହିଥିବା ଦୁଇ ଜଣଙ୍କୁ ଯଯାତି ସମ୍ମାନରେ ସମ୍ମାନିତ କରାଯିବ । ନିକଟରେ ଏସିଆନ ଗେମ୍ସରେ ଭାରତ ପାଇଁ ଦୁଇ ଦୁଇଟି ରୌପ୍ୟ ପଦକ ଆଣି ଗର୍ବିତ କରିଥିବା ଯାଜପୁରର ଝିଅ ଦୂତୀ ଚାନ୍ଦ ଏହି ସମ୍ମାନରେ ସମ୍ମାନିତ ହେବେ । ଏଥିସହିତ ବନ୍ଦେ ମାତରମ ର ରଚୟିତ ବଙ୍କିମ ଚନ୍ଦ୍ର ଚାର୍ଟାର୍ଜିଙ୍କୁ ମଧ୍ୟ ଏହି ଯଯାତି ସମ୍ମାନରେ ସମ୍ମାନିତ କରାଯିବ । କାରଣ ବଙ୍କିମ୍ 1882ରୁ 1884 ମସିହା ପର୍ଯ୍ୟନ୍ତ ଯାଜପୁରରେ ଡେପୁଟି ମାଜିଷ୍ଟ୍ରେଟ୍ ଭାବେ କାର୍ଯ୍ୟକରି ସମଗ୍ର ଜିଲାକୁ ଗର୍ବିତ କରିଛନ୍ତି । ତାଙ୍କ ଅବର୍ତମାନରେ ଏଭଳି ଏକ ସମ୍ମାନ ପ୍ରଦାନ କରିବା ପଂଳରେ ଉଭୟ ଓଡିଶା ଓ ପଶ୍ଚିମବଂଗ ମଧ୍ୟରେ ସାଂସ୍କୃତିକ ସଂପର୍କକୁ ଆହୁରି ନିବିଡ କରିବ ବୋଲି ଯାଜପୁର ଜିଲାପାଳ ରଂଜନ କୁମାର ଦାସ କହିଛନ୍ତି । ଉଦଘାଟନି ଦିବସ ରେ ବଙ୍କିମ୍ଙ୍କ ନାତି ସଜ୍ଜଳ ବାନାର୍ଜି ଏହି ସମ୍ମାନ ଗ୍ରହଣ କରିବେ । ପୂର୍ବରୁ ଜିଲାର ପ୍ରତିଷ୍ଠିତ ବ୍ୟକ୍ତି ମାନଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଉଥିଲା କିନ୍ତୁ ଚଳିତ ବର୍ଷ ସମ୍ମାନର ଗାରିମାକୁ ବଢ଼ାଇବା ପାଇଁ ସଂସ୍କୃତି ପରିଷଦ ପକ୍ଷରୁ ଏହି ନିଷ୍ପତି ନିଆଯାଇଥିବା ଜିଲାପାଳ ସୂଚନାଦେଇଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page