ଜରୀ ପଂଚାୟତ ରେ ହୋଇଥିବା ଦୁର୍ନୀତି କୁ ଧରିଲେ ଜିଲ୍ଲାପାଳ, ୩ ସରକାରୀ କର୍ମଚାରୀ ନିଲମ୍ବିତ

0

ବିଂଝାରପୁର (ସଙ୍କେତ ଖବର) – ଦୁର୍ନିତି ଅଭିଯୋଗରେ ୩ ସରକାରୀ କର୍ମଚାରୀଙ୍କୁ ନିଲମ୍ବିତ କଲେ ଜିଲାପାଳ । ଯାଜପୁର ବିଂଝାରପୁର ବ୍ଲକ ଜରି ପଂଚାୟତରେ ବିଭିନ୍ନ ସରକାରୀ ଯୋଜନାରେ ଅବହେଳା କରିବା ଅଭିଯୋଗରେ ଜିଲାପାଳ ଚକ୍ରବର୍ତି ସିଂ ରାଠୋର ପଂଚାୟତର ପିଇଓ ପ୍ରକାଶ ଯେନା,ଜିଆରଏସ ପାର୍ଥ ଥାଟୋଇ ଏବଂ କନିଷ୍ଠ ଯନ୍ତ୍ରୀ ତୁଷାର ପାତ୍ରଙ୍କୁ ନିଲମ୍ବିତ କରିଛନ୍ତି । ଏହି ପଂଚାୟତରେ କାର୍ଯ୍ୟକାରୀ ହେଉଥିବା ଯୋଜନାକୁ ବାଟମାରଣା କରାଯାଉଥିବା ଅଭିଯୋଗ ନେଇ ସମିତି ସଭ୍ୟ ଭୁବନାନନ୍ଦ ସାମଲ ଧାରଣା ଦେବା ସହିତ ଜିଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ । ଜିଲାପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରିବା ପରେ ଜିଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଜିଲାପାଳଙ୍କ ଏପରି ପଦକ୍ଷେପ କୁ ସ୍ୱାଗତ କରିଛନ୍ତି ପଂଚାୟତର ସମିତି ସଭ୍ୟ ଭୁବନାନନ୍ଦ ସାମଲ। ଏଭଳି ପଦକ୍ଷେପ ଫଳରେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କ ମଧ୍ୟରେ ଭୟ ସୃଷ୍ଟି ହେବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *

You cannot copy content of this page