1 ମିନିଟରେ ୧୭ ଶ୍ଳୋକ ଗାଇ ସର୍ବ ଭାରତୀୟ ସ୍ତରରେ ପ୍ରଥମ ହେଲେ ଆଦ୍ୟାଜ୍ୟୋତି

0

ଯାଜପୁର(ସଂକେତ ଖବର) ଯାଜପୁର ସହରସ୍ଥ ବିବିସରାଇ ଗ୍ରାମର ଆଦିତ୍ୟ କୁମାର ଦାଶଙ୍କ ୧୦ ବର୍ଷର ଝିଅ ତଥା ସହରସ୍ଥ ଡିଏଭି ସ୍କୁଲର ୫ମ ଶ୍ରେଣୀର ଛାତ୍ରୀ ଆଦ୍ୟାଜ୍ୟୋତି ୧ମିନିଟିରେ ଶ୍ରୀମଦ୍‌ ଭଗବତ ଗୀତାର ୧୭ଟି ଶ୍ଳୋକ ଗାଇ ସର୍ବଗାରତୀୟ ସ୍ତରରେ ପ୍ରଥମ ହୋଇ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡ଼ରେ ସ୍ଥାନ ପାଇଛନ୍ତି। ହେଲେ ଆଦ୍ୟା ଯେଉଁ ବୟସରେ ଖେଳିବା ସହ ପ୍ରାଥମିକ ସ୍କୁଲରେ ପାଠ ଆରମ୍ଭ କରିବା କଥା ସେ ସେମୟରେ ସେ ଗୀତା, ଭାଗବତ, ରାମାୟଣ ଓ ରାମଚରିତ ମାନସ ପରିବେଷଣ କରି ସାରା ରାଜ୍ୟରେ ନିପୁଣ ହୋଇଛନ୍ତି। ତେବେ ଆଦ୍ୟା ସାରା ରାଜ୍ୟରେ ଉପରୋକ୍ତ ବିଷୟ ମାନଙ୍କରେ ନିପୁଣ ଭାବରେ ପ୍ରବଚନ ଦେଇ ସମସ୍ତଙ୍କର ପ୍ରିୟ ଭାଜନ ହୋଇଛନ୍ତି। ହେଲେ ଆଦ୍ୟା ନେଟ୍‌ରୁ ସର୍ବଭାରତୀୟ ସ୍ତରରେ ଗୀତା ପ୍ରତିଯୋଗୀତା ଜାଣି ସେ ଇଣ୍ଡିଆ ବୁକ୍‌ ଅଫ୍ ରେକଡ଼‌କୁ ଗତ ଡିସେମ୍ବର ମାସରେ ପ୍ରତିଯୋଗୀତା ପାଇଁ ଆବେଦନ କରିଥିଲେ।ତେବେ ଆଦ୍ୟା ଗୀତାର ଦ୍ବାଦଶ ଅଧ୍ୟାୟ ଭକ୍ତି ଯୋଗର ପ୍ରଥମରୁ ୧୭ଟି ଶ୍ଳୋକ ୧ମିନିଟିରେ ଏହି ପ୍ରତିଯୋଗୀତାରେ ଗାଇ ସର୍ବ ଭାରତୀୟ ସ୍ତରରେ ପ୍ରଥମ ହୋଇ ରାଜ୍ୟ ତଥା ଭାରତରେ ଗୌରବ ଆଣିଛନ୍ତି।

ପରିବାରବର୍ଗ ଓ ଆତ୍ମୀୟ ମାନଙ୍କ ସହିତ ଆଦ୍ୟାଜ୍ୟୋତି

ଏହି ପ୍ରତିଯୋଗୀତାରେ ଗତ ବର୍ଷରେ ବ୍ରହ୍ମପୁରର ଜଣେ ନାବାଳକ ୧ମିନିଟିରେ ୧୩ଟି ଶ୍ଳୋକ ଗାଇ ପ୍ରଥମ ହୋଇଥିଲେ। ହେଲେ ଆଦ୍ୟା ଚଳିତ ବର୍ଷ ୧୭ ଟି ଶ୍ଳୋକ ଗାଇ ସର୍ବ ଭାରତୀୟ ସ୍ତରରେ ପ୍ରଥମ ହୋଇଛନ୍ତି। ସୂଚନା ଯୋଗ୍ୟ ଆଦ୍ୟା ବାଲ୍ୟ କାଳରୁ ଜଗତ୍‌ଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କର ଚରଣାଶ୍ରୀତ ହୋଇ ନିଜର ଜେଜେବାପା ସ୍ବର୍ଗତ ଅକ୍ଷୟ କୁମାର ଦାଶଙ୍କ ପ୍ରେରଣାରେ ଗୀତା ଓ ଭାଗବତ ଆଦି ପାଠ ଆରମ୍ଭ କରିଥିଲେ। ହେଲେ ଆଦ୍ୟାର ବଡ଼ବାପା ଅଦୈତ କୁମାର ଦାଶଙ୍କ ପରାମର୍ଶରେ ଏହି ପ୍ରତିଯୋଗୀତାରେ ଭାଗନେଇ ପ୍ରଥମ ହୋଇ ପାରିଛନ୍ତି। ତେବେ ଆଦ୍ୟାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କୁ ସ୍ବାଗତ କରିବା ସହିତ ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *

You cannot copy content of this page