ଯାଜପୁରରେ ୫୯ ତମ ପୋଲିସ ସହୀଦ ଦିବସ ପାଳିତ,ସହୀଦ ଙ୍କୁ ଶ୍ରଦ୍ଧାଞ୍ଜଳି ।

0

ଯାଜପୁର(ସଂକେତ ଖବର ବ୍ୟୁରୋ)

ଯାଜପୁର ଜିଲା ପାଣିକୋଇଲି ରିଜର୍ଭ ପୋଲିସ ପଡିଆରେ ୫୯ ତମ ପୋଲିସ ସହିଦ ଦିବସ ପାଳିତ ହୋଇଯାଇଛି । ଏଥିରେ ଯାଜପୁର ଏସପି ଚରଣ ସିଂ ମିନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସହୀଦ ମାନଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇ ଭାରତର ୪୧୪ ଜଣ ସହୀଦଙ୍କ ନାମ ପାଠ କରିଥିଲେ । ପୋଲିସର ତ୍ୟାଗ ପାଇଁ ସମସ୍ତେ ଶାନ୍ତିରେ ନିଶ୍ୱାସ ନେଉଛନ୍ତି ସେଥିପାଇଁ ସେହି ସହୀଦ ପରିବାରକୁ ସମ୍ମାନ ମିଳିବା ଆବଶ୍ୟକ ବୋଲି ମତ ଦେଇଥିଲେ । ଏହି ଅବସରରେ ସମ୍ମିଳିତ ପ୍ୟାରେଡ ରେ ମୁଖ୍ୟ ଅତିଥି ଅଭିବାଦନ ଗ୍ରହଣ କରିବା ସହିତ ସହୀଦ ସ୍ୃତି ସ୍ତମ୍ଭ ରେ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ । ଏହି ଅବସରରେ ଯାଜପୁର ଜିଲାର ସହୀଦ ମାନଙ୍କ ପରିବାରକୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଜିର ଏହି ସମାରୋହରେ ଯାଜପୁର ଅତିରିକ୍ତ ଜିଲାପାଳ ନାରାୟଣ ଚନ୍ଦ୍ର ଧଳ ଙ୍କ ସମେତ ଅତିରିକ୍ତ ଏସପି ଓ ସମସ୍ତ ଥାନା ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page