ବ୍ୟାସନଗର:ଗୋପୀନାଥ ମହାନ୍ତିଙ୍କ ବିୟୋଗରେ ସିଭିଲ ସୋସାଇଟି ତରଫରୁ ଅନଲାଇନ ମାଧ୍ୟମରେ ଶୋକସଭା

0

ବ୍ୟାସନଗର(ସଙ୍କେତ ଖବର): ଯାଜପୁରରୋଡ ସିଭିଲ ସୋସାଇଟି ତରଫରୁ ବିଶିଷ୍ଟ ସାହିତ୍ୟିକ,ପ୍ରାକ୍ତନ ବରିଷ୍ଠ ପ୍ରଶାସକ, ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାରର ଅଗ୍ରଦୂତ ସ୍ବର୍ଗତ ଗୋପୀନାଥ ମହାନ୍ତିଙ୍କ ଆକସ୍ମିକ ବିୟୋଗରେ ଜୁମ ଆପ ଜରିଆରେ ଏକ ସ୍ମୃତିସଭା ମଙ୍ଗଳବାର ରେ ହେଇଯାଇଛି। ସିଭିଲ ସୋସାଇଟିର ଆବାହକ ଆଇନିଜବୀ ବିବେକାନନ୍ଦ ମହାନ୍ତିଙ୍କ ଆବାହକତ୍ୱ ରେ ଅନୁଷ୍ଠିତ ଏଇ ବୈଠକରେ ବରିଷ୍ଠ ଓକିଲ ଚନ୍ଦ୍ରଶେଖର ପଣ୍ଡା ସଭାପତିତ୍ୱ କରିଥିଲେ। ପ୍ରଥମେ ସ୍ବର୍ଗତ ଆତ୍ମାର ସଦ୍ଗତି ନିମନ୍ତେ ଏକ ମିନିଟ ନିରବ ପ୍ରାର୍ଥନା ସହିତ ଉପସ୍ଥିତ ଅତିଥି ଗଣ ସ୍ବର୍ଗତ ମହାନ୍ତିଙ୍କ ସ୍ମୃତି ଚାରଣ କରି ଗୋପୀ ବାବୁ ଜଣେ ଅତି ଉତ୍ତମ ପ୍ରଶାସକ ସହିତ ସାହିତ୍ୟ ସଂସ୍କୃତି ସମ୍ପନ୍ନ ବ୍ୟକ୍ତି ଥିଲେ ଏବଂ ଯାଜପୁର ପ୍ରତି ତାଙ୍କର ଦୁର୍ବଳତା ଥିଲା ବୋଲି କହିଥିଲେ।


ବିଶିଷ୍ଟ ଅତିଥି ଓ ସ୍ମୃତି ଚାରକ ଗଣଙ୍କ ମଧ୍ୟରେ ଶ୍ରୀଯୁକ୍ତ ଆକାଶ ଦାସ ନାୟକ, ଅଧକ୍ଷ, ମୋ କଲେଜ, ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ, ସଂସ୍କୃତି ନିର୍ଦେଶକ,ଓଡିଶା ସରକାର, ଶ୍ରୀଯୁକ୍ତ ସନ୍ତୋଷ କୁମାର ମିଶ୍ର,ଏଡିଏମ କଳିଙ୍ଗନଗର ତଥା ପ୍ରଶାସକ ,ବ୍ୟାସନଗର ପୌରପରିଷଦ ଶ୍ରୀଯୁକ୍ତ ସନ୍ତୋଷ କୁମାର ସେଠୀ, ସୂଚନା ଲୋକ ସମ୍ପର୍କ ଅଧିକାରୀ,ଯାଜପୁର ,ବିଦ୍ୟାଧର ମହାନ୍ତି ,ସଭାପତି ,କଳିଙ୍ଗନଗର ପୁସ୍ତକ ମେଳା କମିଟି ଓ ବିଶିଷ୍ଟ ଶ୍ରମିକ ନେତା, ବରିଷ୍ଠ ସାମ୍ବାଦିକ ଚିନ୍ତାମଣି ପାଢ଼ୀ, ରବିନାରାୟଣ କର,ଚିତ୍ତରଞ୍ଜନ ବେହେରା,ବିଶିଷ୍ଟ ଓକିଲ ବିଭୁ ପ୍ରସାଦ ତ୍ରିପାଠୀ, ଅମରେଶ ମିଶ୍ର, ଅକ୍ଷୟ ବାରିକ, ସସ୍ମିତା ସ୍ୱାଇଁ, ବିଶିଷ୍ଟ ଶିକ୍ଷାବିତ ଦୁଷ୍ମନ୍ତ ନାୟକ, ପ୍ରଫୁଲ୍ଲ କୁମାର ବୋଇତେଇ, ଦେବେନ୍ଦ୍ର କୁମାର ସାହୁ ,ପବିତ୍ର କୁମାର ଦାସ ,ନିତ୍ୟାନନ୍ଦ ମହାଳିକ,ନିରଞ୍ଜନ ଘଡେଇ,ଓ ବ୍ୟାସନଗର କଲେଜର ଅଧକ୍ଷ ଶିବ ଚରଣ ମାଝୀ,ସୁଦୀପ୍ତ ପଣ୍ଡା, ଚଗଲୁ ସାହୁ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଏହି ଶୋକ ସଭାରେ ଅଭିଳାଷ ବୋଇତେଇ ,ଅତିଥି ପରିଚୟ କରିଥିଲେ ଓ ଶେଷରେ ସଂଘମିତ୍ରା ଜେନା ଧନ୍ୟବାଦ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *

You cannot copy content of this page