ମନରେଗା ଯୋଜନାରେ ମିଳଛିୁ କାମ, ମିଳୁ ନାହିଁ ପ୍ରାପ୍ୟ ।

0

ବାଲିଗୁଡା(ସଙ୍କେତ ଖବର): କନ୍ଧମାଳ ଜିଲ୍ଲାରେ ମନରେଗା ଯୋଜନା ଆଣ୍ଠେଇ ପଡିଛିକହିଲେ ଭୁଲ ହେବନି । ମନରେଗା ଜବକାର୍ଡ଼ ଧାରୀମାନେ କାମ କରି ବର୍ଷ ବର୍ଷ ଧରି ନିଜ ନିଜର ପ୍ରାପ୍ୟ ପାଉନାହାନ୍ତି । ଏ ନେଇ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି। ପ୍ରକାଶ ଯେ, ସରକାରୀ ନିୟମ ପ୍ରକାରେ ଜବକାର୍ଡ଼ ଧାରୀମାନଙ୍କୁ କାମ କରିବାର ୧୫ ଦିନ ମଧ୍ୟରେ ପ୍ରାପ୍ୟ ଦେବାର ନିୟମ ରହିଛି । ହେଲେ ଏଠାରେ ବର୍ଷବର୍ଷ ପରେ ମଧ୍ୟ ମନରେଗା ପ୍ରାପ୍ୟ ମିଳୁନ ଥିବାରୁ ଜବକାର୍ଡ଼ ଧାରୀମାନେ ପଞ୍ଚାୟତରୁ ଆରମ୍ଭ କରି ବ୍ଳକ ଯାଏ ଦଉଡିଦଉଡି ହତାଶ ହେଉଥିବା ଅଭିଯୋଗ ହେଉଛି । ମନରେଗା ଯୋଜନାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଳକର ରଟିଙ୍ଗିଆ ପଞ୍ଚାୟତର ତୁମୁସିଙ୍ଗିଆ ଗ୍ରାମର ବହୁ ହିତାଧିକାରୀ କାମ କରି ପାଖାପାଖି ବର୍ଷେ ହେବ ପାଉଣା ନପାଇ ହନ୍ତସନ୍ତ ହେଉଥିବା କହିଛନ୍ତି । ସେମାନେ କରୋନା ମହାମାରୀ ସମୟରେ ଗତ ବର୍ଷ ନିକଟସ୍ଥ ମାହାଡ଼ିମାହା ଗ୍ରାମରେ କାମ କରିଥିଲେ, ହେଲେ ବାରମ୍ଵାର ଅଭିଯୋଗ ପରେ କିଛି କିଛି ପାଉଣା ପାଇଥିବାବେଳେ ଆହୁରି ଲକ୍ଷାଧିକ ଟଙ୍କା ପାଉଣା ବାକି ଥିବା କହୁଛନ୍ତି । ତେବେ ବର୍ତ୍ତମାନ ପୁଣି କରୋନା ପାଇଁ ସରକାର ଲକ୍ ଡାଉନ ଘୋଷଣା କରିଛନ୍ତି ।କାମ ଧନ୍ଦା ବି ମିଳୁନି। ଏଣୁ ଚଳିବା ମଧ୍ୟ ମୁସ୍କିଲ ହୋଇ ପଡୁଛି । ଏଣୁ ବକେୟା ପାଉଣା ମିଳିଲେ ସେମାନେ ଭଲରେ ଚଳିପାରନ୍ତେ ବୋଲି ହିତାଧିକାରି ନିରଞ୍ଜନ ଦିଗାଲ ଓ ସୁମିତ୍ରା ନାୟକ ପ୍ରକାଶ କରିଛନ୍ତି । ଏଥିପ୍ରତି ବିଭାଗୀୟ ପ୍ରକଳ୍ପ ନିର୍ଦ୍ଦେଶକ, ଡିଆରଡିଏ, ଜିଲ୍ଲାପାଳ ଓ ବିଡ଼ିଓ ଦୃଷ୍ଟି ଦେବାକୁ ଦାବୀ କରିଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page