ସୁକିନ୍ଦା ରେ ବଢୁଛି ବିଜେଡି,ଧରାଶାୟୀ ବିରୋଧୀ

0

ସୁକିନ୍ଦା(ସଂକେତ ଖବର) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନ ମାହୋଲ ସେତିକି ସରଗରମ ହେବା ସହିତ ଦଳ ବଦଳ ମଧ୍ୟ ବ୍ୟାପକ ହେଉଛି।ସୁକିନ୍ଦା ରେ ଏହାର ପ୍ରଭାବରେ ବିଜେଡି ଅଧିକରୁ ଅଧିକ ଶକ୍ତିଶାଳୀ ହେଉଛି।ଗତ କିଛିଦିନ ଧରି ବିଜେପି ଓ ଅନ୍ୟ ଦଳରୁ ବହୁ ସଂଖ୍ୟକ ନେତା ଓ କର୍ମୀ ଆସି ବିଜେଡି ଦଳରେ ଯୋଗ ଦେଉଛନ୍ତି।

ସେହି କ୍ରମ ରେ ଆଜି ବିଜେପି ଛାଡି ପୂର୍ବତନ ନାଏବ ସରପଞ୍ଚ ଓ ସମବାୟ ସମିତି ସଭାପତି ସୋମନାଥ କାନୁନଗୋ ,ନାରୀ ନେତ୍ରୀ ଲକ୍ଷ୍ମୀପ୍ରିୟା ଦାସ,ସତ୍ୟାନନ୍ଦ ଦାସ,୭ ନଂୱାର୍ଡର ବିଜେପି ସମର୍ଥିତ ପ୍ରାର୍ଥୀ ସଞ୍ଜୟ ବେହେରା ପ୍ରଫୁଲ୍ଲ ଘଡେଇଙ୍କ ଉପସ୍ଥିତିରେ ବିଜେଡି ଦଳରେ ଯୋଗ ଦେଇଛନ୍ତି।ଶ୍ରୀ ଘଡେଇ ସେମାନଙ୍କୁ ବିଜେଡି ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ।ବିଜେଡିର ନୀତି ଓ ଦଳର ମୁଖ୍ୟ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିଚାର ଧାରା ଏବଂ ବିଧାୟକ ପ୍ରୀତି ରଂଜନ ଘଡେଇଙ୍କ ଦୃଢ଼ ନେତୃତ୍ୱ ପ୍ରତି ଆକୃଷ୍ଟ ହୋଇ ସେମାନେ ବିଜେଡି ରେ ଯୋଗଦେଇଥିବାର କହିଛନ୍ତି।

Leave a Reply

Your email address will not be published. Required fields are marked *

You cannot copy content of this page