ସାମ୍ବାଦିକ ପିନ୍ଧିଲେ କଳାବ୍ୟାଚ,ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଶ୍ୟରେ ପ୍ରଦାନ କଲେ ସ୍ମାରକପତ୍ର

0

ଯାଜପୁର(ସଂକେତ ଖବର ବ୍ୟୁରୋ)

ଗତ କିଛି ଦିନ ଧରି ରାଜ୍ୟରେ ଲାଗିରହିଥିବା ସାମ୍ବାଦିକ ଆକ୍ରମଣ ଘଟଣାକୁ ଯାଜପୁରରେ ଘୋର ବିରୋଧ କରାଯାଇଛି । ଯାଜପୁର ଜିଲାରେ କାର୍ଯ୍ୟରତ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଏହି ଘଟଣାକୁ ନିନ୍ଦା କରି ତୁରନ୍ତ ଆକ୍ରମଣ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ ଗିରପଂ କରିବାକୁ ଦାବୀ କରିଛନ୍ତି । ଆଜି ଏହି ଅବସରରେ ସକାଳେ ଗାନ୍ଧୀଛକ ନିକଟରେ କାର୍ଯ୍ୟରତ ସାମ୍ବାଦିକ ମାନେ ଏକତ୍ର ହୋଇ କଳା ବ୍ୟାଚ ପରିଧାନ କରିଥିଲେ । ଜିଲାର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ରାଜ୍ୟରେ ଯେଉଁଭଳି ଭାବେ ସାମ୍ବାଦିକ ଆକ୍ରମଣ ଘଟଣା ବୃଦ୍ଧି ପାଉଛି ସେଥିପାଇଁ ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ଦାବୀ କରିଥିଲେ ।

ଏଥିସହିତ ନିକଟ ଅତିତରେ ସାମ୍ବାଦିକ ଆକ୍ରମଣ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ ଗିରପଂ ସହ କଠୋର ଦଣ୍ଡ ଦେବାକୁ ଦାବୀ କରିଥିଲେ । ରାଜ୍ୟରେ ସାମ୍ବାଦିକ ମାନଙ୍କୁ ଆକ୍ରମଣ କରି ସେମାନଙ୍କ ମନୋବଳ ଭାଂଗିବା ପାଇଁ ଯେଉଁ ଅପଚେଷ୍ଟା ଚାଲିଛି ତାକୁ ଆଉ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ମତ ରଖିଥିଲେ ସାମ୍ବାଦିକ । ପରେ ଗାନ୍ଧୀଛକରୁ ଏକ ପ୍ରତିବାଦ ଶୋଭାଯାତ୍ରା ଡିଆରଡିଏ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି,ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ,ଡିଆରଡିଏ ପ୍ରକଳ୍ପ ନିର୍ଦ୍ଧେଶକ ବ୍ରଜଗୋପାଳ ଆଚାର୍ଯ୍ୟ ସାମ୍ବାଦିକ ମାନଙ୍କ ସହିତ କିଛି ସମୟ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଦିଆଯାଇଥିବା ସ୍ମାରକପତ୍ରକୁ ଗ୍ରହଣ କରିଥିଲେ ।

ଆଜି ଅନୁଷ୍ଠିତ ଏହି ପ୍ରତିବାଦ ଶୋଭାଯାତ୍ରାରେ ମହେଶ୍ୱର ବଳ,କୈଳାସ ଚନ୍ଦ୍ର ନାୟକ,ବେଣୁଧର ପଣ୍ଡା,ହାରାଧନ ବାନାର୍ଜି,ଆନନ୍ଦ ଚନ୍ଦ୍ର ସାହୁ, କୁମାର ରଣା,ଅଭୟ ପତି,ସମରଜିତ ମହାନ୍ତି,ଶିଶିର ରଂଜନ ମାନ୍ଧାତା,ସୁବାସ ଧଳ,ହର୍ଷବର୍ଦ୍ଧନ ବେହେରା,ଗୁଲାମ ଗସ,ସୁଜିତ୍ ମଲ୍ଲିକ,ସନ୍ଦୀପ୍ତ ରାୟ,ଦେବାଶିଷ ସାହୁ,ସଂଜିବ ନାୟକ,ବିଜୟ ସାହୁ,ଅନିରୁଦ୍ଧ ସାମନ୍ତରାୟ,ବିରଜା ପ୍ରସାଦ ପାଣି,ପ୍ରକାଶ ରାଉତ,ରବିନାରାୟଣ କର,ଡଃ ରବିନ୍ଦ୍ର କୁମାର ରାଉତରାୟ,ଅନୀଲ କୁମାର ପଣ୍ଡା,ଅସୀମକାନ୍ତ କର,ତରୁଣ କୁମାର ନନ୍ଦ,କଳିଙ୍ଗ କେଶରୀ ମହାନ୍ତି,ପ୍ରହଲ୍ଲାଦ ସାହୁ,ଅରୁଣ କୁମାର ରାଉତରାୟ,ଯତିନ୍ଦ୍ର ନାଥ କର,ଅଜୟ ରାଉଳ,ତପନ ମହାନ୍ତି,ଦିପକ ମହାନ୍ତି,ସମର ବିଜୟ ସରଣ,ମାନସ କୁମାର ଜେନା,ଭାସ୍କର ଯେନା,

ଦିଲ୍ଳିପ କୁମାର ଦାସ,ହିମାଂଶୁ କୁମାର ପାଢ଼ି,ସେଖ ମନିରୁଦ୍ଧିନ,ସୁରେନ୍ଦ୍ର କୁମାର ରଣା,କାଶିନାଥ ବାରିକ,ସୁନିଲ ସାଗର ଦାସ,ସନ୍ତୋଷ କୁମାର ପଣ୍ଡା,ବିଶ୍ୱଜିତ ରଣା,ଦିବ୍ୟକାନ୍ତ କର,ହରିହର ସ୍ୱାଇଁ,ବାଂଛାନିଧି ସାହୁ,ଆଲୋକ ପହୀ,ତାରିଣୀ କୁମାର ପଟନାୟକ,ଚିନ୍ମୟ ନାୟକ,ଆଦିତ୍ୟ ମହାନ୍ତି,ଜ୍ଞାନରଂଜନ ଓଝା,ପ୍ରଦ୍ୟୁମ୍ନ ବୋଇତେଇ,ଭରତ ରାଉତ,ପବିତ୍ର ମହାନ୍ତି,ପୂର୍ଣର୍ଚନ୍ଦ୍ର ଶତପଥି,ଅର୍ଜୁନ ମିଶ୍ର,ସମରେନ୍ଦ୍ର ମହାଲା,ମହେଶ୍ୱର ରାଉତ ଙ୍କ ସମେତ ଶତାଧିକ ସାମ୍ବାଦିକ ଏହି ସାମିଲ ହୋଇ ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ଦାବୀ କରିଥିଲେ । ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାକୁ ସରକାର ଗୁରୁତ୍ୱର ସହିତ ବିଚାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଥିଲା ।

Leave a Reply

Your email address will not be published. Required fields are marked *

You cannot copy content of this page