ମନସ୍ୱିନୀ ସାହୁ ପ୍ରୋ କବାଡି ପାଇଁ ଟେକନିସିଆନ ଅପିଂସିଆଲ ଭାବେ ମନୋନୀତ

0

ସାବାସ ମନସ୍ୱିନୀ

ଯାଜପୁର:ସଂକେତ ଖବର ବ୍ୟୁରୋ
ଯାଜପୁର କବାଡି ଆସୋସିଏସନର ପୂର୍ବତନ ଖେଳାଳୀ ମନସ୍ୱିନୀ ସାହୁ ପ୍ରୋ କବାଡି ପାଇଁ ଟେକନିସିଆନ ଅପିଂସିଆଲ ଭାବେ ମନୋନୀତ ହୋଇଛନ୍ତି । ଆସନ୍ତା ୧୪ ତରୁ ୨୦ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ଅପିଂସିଆଲ ଟ୍ରେନିଂ କ୍ୟାମ୍ପରେ ଯୋଗ ଦେବା ପାଇଁ ମୁମ୍ବାଇ ଯାତ୍ରା କରିଛନ୍ତି । ମନସ୍ୱିନୀ ପୂର୍ବରୁ ଜିଲା ତଥା ରାଜ୍ୟ ମହିଳା କବାଡି ଦଳର ପ୍ରତିନିଧିତ୍ୱ କରି ଜିଲା ତଥା ରାଜ୍ୟର ଗୌରବ ଆଣିଥିଲେ । ମନସ୍ୱିନୀ ଙ୍କ ଏହି ସପଂଳତା ନେଇ ଯାଜପୁର କବାଡି ଆସୋସିଏସନ ପକ୍ଷରୁ ଉପସଭାପତି ନିଗମାନନ୍ଦ ମହାନ୍ତି,ସଂପାଦକ ରବିନ୍ଦ୍ର ପୃଷ୍ଟି,ସହ ସଂପାଦକ ସମରେନ୍ଦ୍ର ଦାସ,ଅଭୟ ମହାନ୍ତି,କୋଚ କୃଷ୍ଣକାନ୍ତ ପଣ୍ଡା,କୋଚ ଅନାଦୀ ସାହୁ,କୁଆଖିଆ ସ୍ପୋଟିଂ କ୍ଲବ କବାଡି କୋଚ ପୂର୍ଣ୍ଣଚନ୍ଦ୍ର ସେଠୀ,ଜିଲା ଆଥଲେଟିକ ଆସୋସିଏସନ ସଂପାଦକ ରମେଶ ଚନ୍ଦ୍ର ପଣ୍ଡା, ଓ ଜିଲାର ବହୁ କ୍ରିଡାନୁଷ୍ଠାନ ପକ୍ଷରୁ ମନସ୍ୱିନୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି । ଏହି ଅବସରରେ ମନସ୍ୱିନୀ ରାଜ୍ୟ କବାଡି ଆସୋସିଏସନର ସଂପାଦକ ଅଜୟ ବେହେରା,ରେପଂରୀ ବୋର୍ଡ ଚେୟାରମ୍ୟାନ ପିସି ପ୍ରଧାନ ଓ ରାଜ୍ୟ ଆସୋସିଏସନର କର୍ମକର୍ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

 

Leave a Reply

Your email address will not be published. Required fields are marked *

You cannot copy content of this page