୩ୟ ଜାତୀୟ ରୁରାଲ ଅଲିମ୍ପିକ୍ସ ଗେମ୍ସରେ ଓଡିଶା କବାଡି ଦଳ ଚାମ୍ପିଆନ

0

ଭୁବନେଶ୍ୱର (ସଂକେତ ଖବର ବ୍ୟୁରୋ)

ଜାତୀୟ ସ୍ତରୀୟ କବାଡି ପ୍ରତିଯୋଗୀତାରେ ଓଡିଆ ଖେଳାଳୀଙ୍କ ସପଂଳତା । ମଧ୍ୟପ୍ରଦେଶର ଭୋପାଳ ଠାରେ ଅନୁଷ୍ଠିତ ୩ୟ ଜାତୀୟ ରୁରାଲ ଅଲିମ୍ପିକ୍ସ  ଗେମ୍ସରେ ଓଡିଶା କବାଡି ଦଳ ଚାମ୍ପିଆନ ହୋଇଛି । ପାଂଇନାଲ ମ୍ୟାଚରେ ଓଡିଶା ଦଳ ଉତର ପ୍ରଦେଶ ଦଳକୁ ପରାସ୍ତ କରି ଚାମ୍ପିଆନ ଆଖ୍ୟା ଅର୍ଜନ କରିଛି । ଓଡିଶା ଦଳ ଯାଜପୁରରେ ପହଂଚିବା ପରେ ତାଙ୍କୁ ସମର୍ଥକଙ୍କ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । କବାଡି ଖେଳକୁ ସରକାରୀ ପ୍ରୋତ୍ସାହନ ମିଳିଲେ ଏହା ଅଧିକରୁ ଅଧିକ ଲୋକାଦୃତ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି ।   ଜାତୀୟ ସ୍ତରର କବାଡି ପ୍ରତିଯୋଗୀତାରେ ଓଡିଆ ଖେଳାଳୀଙ୍କ ବାଜିମାତ । ମଧ୍ୟପ୍ରଦେଶ ଭୋପାଳର ଭେଲ ଷ୍ଟାଡିଅମରେ ଅନୁଷ୍ଠିତ ତୃତୀୟ ଜାତୀୟ ରୁରାଲ ଅଲିମ୍ପିକ୍ସ ଗେମ୍ସରେ ସିନିଅର ପୁରୁଷ ବିଭାଗରେ ଓଡିଶା କବାଡି ଦଳ ଚାମ୍ପିଆନ ହୋଇଛି । ଓଡିଶା ଦଳ ପାଂଇନାଲ ମ୍ୟାଚରେ ଉତରପ୍ରଦେଶକୁ ପରାସ୍ତ କରି ଚାମ୍ପିଆନ ଆଖ୍ୟା ଅର୍ଜନ କରିଛି । ଏହି ଚାମ୍ପିଆନ ଦଳ ଯାଜପୁରରେ ପହଂଚିବା ପରେ ସେମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି ।ଓଡିଶା ପୁରୁଷ ଦଳ ଏଭଳି ଏକ ଜାତୀୟସ୍ତର ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିବା ଘଟଣା ଅନ୍ୟ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବ । ଏଭଳି ଏକ ସପଂଳତା ପାଇଁ ଖେଳାଳୀ ମାନେ ସେମାନଙ୍କ କୋଚ ଓ ମ୍ୟାନେଜରଙ୍କୁ ଶ୍ରେୟ ଦେଇଛନ୍ତି । ଅନ୍ୟ ଖେଳ ଭଳି କବାଡି ଖେଳ କୁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ଦିଆଗଲେ ଏହି ଖେଳ ଆଗକୁ ଯାଇପାରିବ ଓ ଅନେକ ନୂଆ ଖେଳାଳୀ ବାହାରି ପାରିବ ବୋଲି ମତ ପ୍ରକାଶ ପାଇଛି । ଗତ ଡିସେମ୍ବର ୩୦ ତାରିଖରୁ ଜାନୁଆରି ୧ ତାରିଖ ପର୍ଯ୍ୟନ୍ତ ଇଣ୍ଡିଆନ ରୁରାଲ ଅଲିମ୍ପିକ୍ସ ଆସୋସିଏସନ ପକ୍ଷରୁ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଓଡିଶା,ତେଲେଙ୍ଗନା,ଉତରପ୍ରଦେଶ,ମଧ୍ୟପ୍ରଦେଶ ସମେତ ୧୫ରୁ ଉର୍ଦ୍ଧ ରାଜ୍ୟର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।

 

Leave a Reply

Your email address will not be published. Required fields are marked *

You cannot copy content of this page