ଫିରିଙ୍ଗିଆ ବ୍ଲକ ବିଜେଡି ସଂଯୋଜକଙ୍କ ପରିବାରକୁ କନ୍ଧମାଳ ସାଂସଦଙ୍କ ଆର୍ଥିକ ସହାୟତା

0

କନ୍ଧମାଳ(ସଙ୍କେତ ଖବର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ କେଲାପଡ଼ା ଗ୍ରାମର ସୁଶାନ୍ତ ନାୟକ ଗତ ମେ ୨୨ ତାରିଖରେ କରୋନାରେ ପରଲୋକ ହୋଇଯାଇଛନ୍ତି । ପ୍ରକାଶ ଯେ, ସୁଶାନ୍ତ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ତରଫରୁ ଫିରିଙ୍ଗିଆ ବ୍ଲକ୍ ବିଜେଡି ସଂଯୋଜକ ଭାବେ ବେଶ ନିଷ୍ଠା ଓ ଆନ୍ତରିକତର ସହ କାର‌୍ୟ୍ୟ କରି ନିଜର ଦକ୍ଷତା ପ୍ରତିପାଦନ କରିଥିଲେ। ଏହି ପରିପ୍ରେକ୍ଷୀରେ ତାଙ୍କର ପରଲୋକରେ ସାଂସଦ ଅଚ୍ୟୁତ ସାମନ୍ତ ଶୋକ ସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ତେବେ ସାଂସଦ ପ୍ରତିନିଧିଙ୍କ ଜରିଆରେ ସୁଶାନ୍ତଙ୍କ ପରିବାରକୁ ଶ୍ରୀ ସାମନ୍ତ ଏକ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସୋମବାର ସାଂସଦ ପ୍ରତିନିଧି ସ୍ଵର୍ଗତ ସୁଶାନ୍ତଙ୍କ ପତ୍ନୀଙ୍କୁ ଭେଟି ଏକ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ଏଥିପାଇଁ ତାଙ୍କ ପତ୍ନୀ ସାଂସଦ ଶ୍ରୀ ସାମନ୍ତଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page