ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

0

କନ୍ଧମାଳ (ସଙ୍କେତ ଖବର): ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତିକୁ କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ସ୍ୱାଗତ ଜଣାଇଛି । ଏକ ପ୍ରେସ ବାର୍ତ୍ତାରେ କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଂଶୁମାନ ପ୍ରିୟଦର୍ଶନ କହିଛନ୍ତି, ଯେ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲ କରିବା ସମୟର କଂଗ୍ରେସର ଆହ୍ୱାନ ଥିଲା । ସାମାନ୍ୟ ବିଳମ୍ବରେ ହେଲେ ମଧ୍ୟ ବୋର୍ଡ଼ ଠିକ ନିଷ୍ପତ୍ତି ନେଇଛି । ପୂର୍ବରୁ ଏହି ପରୀକ୍ଷା ବାତିଲ କରିବା ପାଇଁ ବିଭିନ୍ନ ସମୟରେ କଂଗ୍ରେସର ଜାତୀୟସ୍ତରର ନେତା ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀ ଟ୍ୱିଟ ଯୋଗେ ସରକାରଙ୍କୁ ଅନୁରୋଧ କରିଥିଲେ ।ଏହା ସହିତ ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ଅଧକ୍ଷ ନିରଜ କୁନ୍ଦନଙ୍କ ଅଧ୍ୟକ୍ଷତାରେ ବିଗତ ଦିନରେ ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟାଲ ନିଶଙ୍କ ବାସଭବନ ସମୁଖରେ ଧାରଣା ମଧ୍ୟ ଦିଆଯାଇଥିଲା । ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀଙ୍କ ସୁରକ୍ଷା ପାଇଁ ସ୍ଵରାଉତ୍ତଳୋନ କରିଥିବାରୁ ସଭାପତି ଅଂଶୁମାନ ପ୍ରିୟଦର୍ଶନ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ନିରଜ କୁନ୍ଦନ, ୟାଶିର ନବାବ ସମେତ ସମସ୍ତ ଛାତ୍ର କଂଗ୍ରେସ କାର‌୍ୟ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page