ତୁଳସୀ ପାଣି ପିଇବାର ୫ଟି ଫାଇଦା କ’ଣ? ଜାଣନ୍ତୁ, କେଉଁ ସବୁ ରୋଗ ହେବାରୁ ବଞ୍ଚାଇ ଥାଏ ତୁଳସୀ

0

ତୁଳସୀ ପାଣି ପିଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ। ଆୟୁର୍ବେଦ ଅନୁସାରେ, ଜାଣନ୍ତୁ ତୁଳସୀ ପାଣି ପିଇଲେ କ’ଣ ସବୁ ଉପକାରିତା ମିଳିଥାଏ ଆମ ଶରୀରକୁ…

 

ଏକ ଗ୍ଲାସ୍‌ ପାଣିରେ ୩-୪ଟି ତୁଳସୀ ପତ୍ରକୁ ଛିଣ୍ଡାଇ ପକାଇ ରାତିରେ ରଖି ଦିଅନ୍ତୁ। ଏହି ପାଣିକୁ ସକାଳେ ଛାଣି ପିଅନ୍ତୁ। ଯେଉଁମାନଙ୍କୁ ଥଣ୍ଡା-ସର୍ଦ୍ଦି ବାରମ୍ବାର ହେଉଥାଏ ସେମାନେ ଏହାକୁ ଗରମ କରି ପିଇଲେ ଅଧିକ ଫଳପ୍ରଦ ହେବ।

ଆୟୁର୍ବେଦରେ ତୁଳସୀକୁ ସ୍ୱାସ୍ଥ୍ୟ ପାଇଁ ଏକ ବଡ଼ ବରଦାନ ଭାବେ ବିଚାର କରାଯାଏ। ଏହାର ଚେରରୁ ଆରମ୍ଭ କରି ମଞ୍ଜି ଓ ପତ୍ର ପର୍ଯ୍ୟନ୍ତ ସବୁ ଜିନିଷର ଫାଇଦା ରହିଛି। ଏହାର ବ୍ୟବହାର ଅଲଗା ଅଲଗା ରୋଗ ପାଇଁ କରାଯାଇଥାଏ। ତୁଳସୀରେ ଥିବା ଆଣ୍ଟିଅକ୍‌ସିଡାଣ୍ଟ୍‌ସ ଭଳି ନ୍ୟୁଟ୍ରିଣ୍ଟ୍‌ସ୍‌ ବହୁ ସ୍ୱାସ୍ଥ୍ୟ ସମସ୍ୟାରୁ ଆମ ଶରୀରକୁ ବଞ୍ଚାଇଥାଏ। ନେସନାଲ୍‌ ଇନ୍‌ଷ୍ଟିଟ୍ୟୁଟ୍‌ସ୍‌ ଅଫ୍‌ ଆୟୁର୍ବେଦର ଡାକ୍ତରଙ୍କ କହିବା ଅନୁସାରେ, ଜାଣନ୍ତୁ ତୁଳସୀ ପାଣି ପିଇବାର ଏହି ୫ଟି ଫାଇଦା ବିଷୟରେ।

 

ତୁଳସୀର ଚା’ – ଏହାଦ୍ୱାରା ଜ୍ୱର, ମଲେରିଆ ଓ ଡେଙ୍ଗୁର ପ୍ରଭାବ କମ୍‌ ହୋଇଥାଏ।

 

ତୁଳସୀ ସହ କ୍ଷୀର – ସର୍ଦ୍ଦି-କାଶ ଓ ପେଟ ସମସ୍ୟା ପାଇଁ ତୁଳସୀ ଓ କ୍ଷୀର ପିଅନ୍ତୁ। ଯେଉଁମାନଙ୍କୁ ରାତି ନିଦ ଆସୁନାହିଁ ତାଙ୍କୁ ମଧ୍ୟ ଫାଇଦା ଦେବ।

 

ତୁଳସୀ ଜୁସ୍‌ – ତୁଳସୀ ପତ୍ରକୁ ଛେଚି ଜୁସ୍‌ ବାହାର କରନ୍ତୁ, ଏହାକୁ ପିଇଲେ କଫ ସମସ୍ୟା ଦୂର ହେବ।

 

ଏଥିରେ ରହିଛି ଆଣ୍ଟି ଇନ୍‌ଫ୍ଲେମେଟରି ପ୍ରପର୍ଟି। ଏହା ଆଣ୍ଠୁ ଓ ଗଣ୍ଠି ଦରଜରୁ ବଞ୍ଚାଇଥାଏ।

 

ଏହା ପିଇବା ଦ୍ୱାରା ଶରୀରରୁ ଟକ୍ସିନ୍ସ୍‌ ଦୂର ହୋଇଥାଏ। ଏହା କିଡ୍‌ନି ଓ ଲିଭର୍‌ ସମସ୍ୟାରୁ ବଞ୍ଚାଇଥାଏ।

 

ଏହା ପିଇବା ଦ୍ୱାରା ଶରୀରରେ ଏସିଡ୍‌ର ସ୍ତରରେ ଭାରସାମ୍ୟ ରହିଥାଏ। ଏହା ଅମ୍ଳ ଭଳି ପେଟ ସମସ୍ୟାରୁ ସୁରକ୍ଷା ଦେଇଥାଏ।

 

ଏହା ପିଇଲେ ବ୍ଲଡ୍‌ ଓ ସୁଗାର ସ୍ତର ନିୟନ୍ତ୍ରଣ ଭିତରେ ରହିଥାଏ। ଯାହା ମଧୁମେହରୁ ସୁରକ୍ଷା ଦେଇଥାଏ।

 

ଏଥିରେ ଥିବା ଫାଇଟୋକେମିକାଲ୍ସ୍‌ କ୍ୟାନ୍‌ସର୍‌ରୁ ବଞ୍ଚାଇଥାଏ।

Leave a Reply

Your email address will not be published. Required fields are marked *

You cannot copy content of this page