ଯାଜପୁର ରେ ତାଲିବାନ ଶାସନ!ଉଧାର ଟଙ୍କା ସୁଝି ନପାରି 14 ଘଣ୍ଟା ବନ୍ଧକ ରହିବା ପରେ ଯୁବକଙ୍କୁ ଉଦ୍ଧାର କଲା ପୋଲିସ

0

ଯାଜପୁର(ସଂକେତ ଖବର)ଘରୋଇ ଫାଇନାନ୍ସ କମ୍ପାନୀ ରୁ ଲୋନ ଆଣି ସୁଝି ନ ପାରିବାରୁ ଯୁବକ ଙ୍କୁ ଅପହରଣ କରି ନେଇ ବନ୍ଧକ ରଖିଲେ ଘରୋଇ କମ୍ପାନୀ କର୍ତ୍ତୃପକ୍ଷ। ପୋଲିସ ଅପହର୍ତା କୁ ଉଦ୍ଧାର କରିବା ସହିତ ଅପହରଣ କରିବା ଅଭିଯୋଗରେ ଜଣକୁ ଅଟକ ରଖି ପଚରା ଉଚୁରା କରୁଛି ପୋଲିସ। ଯାଜପୁର ଥାନା କୁସୁମା ପାର୍କ ଅଞ୍ଚଳ ର ଏକ ଘର ଭିତରୁ ଖଣ୍ଡରା ଅଂଚଳର ଯୁବକ ମାନସ ଗେଡି ଙ୍କୁ ଉଦ୍ଧାର କରିଛି ପୋଲିସ। ସୂଚନା ମୁତାବକ ମାନସ କୁସୁମା ଅଂଚଳର କୋରେସା ବିବି ଙ୍କ ଠାରୁ କିଛି ଟଙ୍କା ନେଇଥିଲେ। ଧୀରେ ଧୀରେ ସୁଧ ଦେଉଥିଲେ ହେଁ ଗତ କିଛି ଦିନ ହେଲା ଅସୁବିଧା ପାଇଁ ଦେଇ ପାରି ନଥିଲେ। ଗତକାଲି ରାତିରେ କୋରେସା ବିବି ଓ ଅନ୍ୟ ଦୁଇ ଜଣ ଯୁବକ ମାନସ ଙ୍କୁ ଅପହରଣ କରି ନେଇ କୁସୁମା ପାର୍କ ନିକଟରେ ଏକ ଘରେ ଅଟକ ରଖିଥିଲେ। ମାନସ ଙ୍କ ପତ୍ନୀ ଯାଜପୁର ଥାନା ରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ସଦଳ ବେଳେ ଯାଇ ଯୁବକଙ୍କୁ ଉଦ୍ଧାର କରିଥିଲା।

ଏହି ଟଙ୍କା କାରବାର ପଛରେ ଇଣ୍ଡସ ଇଣ୍ଡ ଫାଇନାନ୍ସ କମ୍ପାନୀ ର ହାତ ରହିଥିବା ଜଣାପଡ଼ିଛି। ପୋଲିସ କମ୍ପାନୀ ର ଜଣେ କର୍ମଚାରୀ ଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ବୋଲି ଯାଜପୁର ଏସ ଡି ପି ଓ ସୂଚନା ଦେଇଛନ୍ତି। ତେବେ ମାନସ ଙ୍କ ପତ୍ନୀ ଦେଇଥିବା ଅଭିଯୋଗ ଅନୁଯାୟୀ କୋରେସା ବିବି ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ।

କିନ୍ତୁ ଏ ପର୍ଯ୍ୟନ୍ତ ପୋଲିସ ତାଙ୍କୁ ପଚରା ଉଚୁରା କରି ନାହିଁ କାହିଁକି? ମାନସ ଙ୍କୁ ଯେଉଁ ଘରୁ ଉଦ୍ଧାର କରାଯାଇଥିଲା ସେହି ଘର ମାଲିକ କିଏ? କୋରେସା ବିବି ଙ୍କ ସହିତ ଘରୋଇ ଫାଇନାନ୍ସ କମ୍ପାନୀ ର କଣ ରହିଛି ସମ୍ପର୍କ? ଏ ବିଷୟରେ ପୋଲିସ ତଦନ୍ତ ଆଗକୁ ଯିବ ନା ଘରୋଇ କମ୍ପାନୀ କର୍ମଚାରୀ ଙ୍କ ନିକଟରେ ଅଟକିଯିବ?

Leave a Reply

Your email address will not be published. Required fields are marked *

You cannot copy content of this page