ଯାଜପୁରରୋଡ ରେଳଷ୍ଟେସନରେ ଅଘଟଣ । ଟ୍ରେନରୁ ଖସିପଡି କିନ୍ନର ଗୁରୁତର । ଗୁରୁତର କିନ୍ନର ହେଲେ ରାଣୀ କିନ୍ନର ।

0

ଯାଜପୁରରୋଡ ରେଳଷ୍ଟେସନରେ ଅଘଟଣ । ଟ୍ରେନରୁ ଖସିପଡି କିନ୍ନର ଗୁରୁତର । ଗୁରୁତର କିନ୍ନର ହେଲେ ରାଣୀ କିନ୍ନର ।  ତାଙ୍କ ଘର କଟକ ଜିଲା ବଡାମ୍ବା ନରସିଂହପୁର ଅଂଚଳରେ । ସେ ଭଦ୍ରକକୁ ଟ୍ରେନରେ ପେଂରୁଥିବା ବେଳେ ଯାଜପୁରୋଡ ରେଳଷ୍ଟେସନରେ ଓହ୍ଲାଇ ପୁଣି ଟ୍ରେନରେ ଚଢ଼ୁଥିବା ବେଳେ ଘଟିଛି ଏଭଳି ଅଘଟଣ । ତାଙ୍କର ଦୁଇଟି ଗୋଡ କଟିଯାଇଛି । ତାଙ୍କୁ ପ୍ରଥମେ ଯାଜପୁରରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇ ପ୍ରାଥିମିକ ଚିକିତ୍ସା କରାଯାଇଥିଲା । ଡାକ୍ତରଖାନାରେ କିନ୍ନର ଶାନ୍ତି ସେନା ପହଂଚି ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲା । ସେ ଜଣେ ଗରିବ କିନ୍ନର ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ହୋଇଛି ।

 

Leave a Reply

Your email address will not be published. Required fields are marked *

You cannot copy content of this page