ଆମ୍ବ ତୋଟାରୁ କିନ୍ନରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

କେନ୍ଦୁଝର (ସଙ୍କେତ ଖବର): କେନ୍ଦୁଝର ସଦର ଥାନା ଅନ୍ତର୍ଗତ଼ ପଦ୍ମପୁର ଆମ୍ବ ତ଼ୋଟାରୁ ଆଜି ସକାଳେ ଜଣେ କିନ୍ନରଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି । ତ଼େବେ ତ଼ାଙ୍କୁ କେହି ହତ୍ୟା କରିବା ପରେ ଗଛ ଡ଼ାଳରେ ଝୁଲାଇ ଦେଇଥିବା ସନ୍ଦେହ କରାଯାଉଛି । କିନ୍ନର ଜଣକ ପଦ୍ମପୁର ଅଂଚଳର ବୋଲି ଜଣାପଡିଛି । ପାରିପାଶ୍ୱିର୍କ ସ୍ଥିତିରୁ କିନ୍ନର ଜଣକୁ ପ୍ରଥମେ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦିଆଯାଇଥିବା ସାଧାରଣ ରେ ଅଭିଯୋଗ ହୋଇଛି। ସେପଟେ ପୋଲିସ ଘଟଣା ସ୍ଥଳରେ ପହଁଚି ଶବକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।