ସଦାନନ୍ଦପୁର ଗାଁ ର ନିଆରା କୁମାର ପୂର୍ଣ୍ଣିମା ଓ କୋଠି ପୂଜା

0

ଯାଜପୁର (ସଂକେତ ଖବର ବ୍ୟୁରୋ)

                               କୁମାର ପୂର୍ଣ୍ଣିମା ଆସିଲେ ସଦାନନ୍ଦପୁର ଗାଁ ହୋଇ ଉଠେ ଚଳଚଂଚଳ । ସାତ ଦିନ ପୂର୍ବରୁ ପ୍ରତ୍ୟେକ ନିଜ ନିଜ ଚଉଁରା ମୁଳେ ତିଆରି କରିଥାନ୍ତି କଇଁପୁଂଲର କୋଠି ।ଆଉ କୁମାର ପୂର୍ଣ୍ଣିମାର ଠିକ ପୂର୍ବରାତ୍ରିରେ କୁମାରୀ ମାନେ ଗାଁର ଅଗଣାରେ ତିଆରି କରିଥାନ୍ତି ବିରାଟ ବିରାଟ କୋଠି ।କୌଣସି ରଂଗ କିମ୍ବା କାଳିରେ ନୁହେଁ କେବଳ କଇଁ ପୁଂଲରେ ତିଆରି କରିଥାନ୍ତି ଏହି କୋଠି ।ଯାହାକୁ କେହି ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ ।ବର୍ଷ ବର୍ଷ ଧରି ଏହି କୋଠି ପୂଜା ପରମ୍ପରା ଚାଲିଆସୁଛି ଏହି ଗାଁରେ ।

ଏଭଳି କୋଠି ପୂଜା କଲେ କଇଁ ପୁଂଲ ଓ ଚନ୍ଦ୍ରଙ୍କ ମଧ୍ୟରେ ଥିବା ପ୍ରେମ ଓ ଭଲପାଇବା ଭଳି ବିବାହ ପରେ ପତି ପରମେଶ୍ୱରଙ୍କ ସଂପର୍କ ରହିବ ବୋଲି ବିଶ୍ୱାସ ରହିଛି । ପବିତ୍ର କୁମାର ପୂର୍ଣ୍ଣିମା । କୁମାରୀ ମାନଙ୍କର ଏକ ବିଶେଷ ପର୍ବ ।ଯାଜପୁର ସଦାନନ୍ଦପୁର ଗାଁରେ ଏହି ପର୍ବ କିଛି ନିଆରା ଢ଼ଙ୍ଗରେ ପାଳିତ ହୋଇଥାଏ । କୁମାର ପୂର୍ଣ୍ଣିମା ପୂର୍ବ ରାତ୍ରିରେ ଗାଁ ଅଗଣାରେ କୁମାରୀ ମାନେ  କଇଁ ପୁଂଲରେ ତିଆରି କରନ୍ତି ବିଭିନ୍ନ ପ୍ରକାରର କୋଠି ।ଆଜିକୁ ପ୍ରାୟ ୧୫୦ ବର୍ଷ ତଳେ ଏହି କୋଠି ପରମ୍ପରା ଚାଲିଆସୁଛି ଏହି ଗାଁରେ ।କେବଳ କଇଁ ପୁଂଲରୁ ପ୍ରସ୍ତୁତ ହୋଇଥିବା ଏହି କୋଠିକୁ ଦେଖିଲେ ଯେ କେହି ମନ୍ତ୍ରମୁଗ୍ଧ ହୋଇଯିବ ।ଆଉ ବିଳମ୍ବିତ ରାତ୍ରୀରେ ଗାଁର ଯୁବକ ମାନେ ପାଳଭୁତ ବେଶରେ ଆସି କୁମାରୀ ମାନଙ୍କୁ ଡରାଇବା ଏହି କୋଠି ପୂଜାର ଅନ୍ୟତମ ଆକର୍ଷଣ । 

                                       ସଦାନନ୍ଦପୁର ଗାଁରେ ଚାଲିଆସିଥିବା ଏହି କୋଠି ପୂଜା ପରମ୍ପରା କୁ ସ୍ୱର୍ଗତ ସପନେଶ୍ୱର ମହାନ୍ତି ଆରମ୍ଭ କରିଥିଲେ । କବି ସମ୍ରାଟ ଉପେନ୍ଦ୍ରଭଂଜଙ୍କ ଦ୍ୱାରା ଲିଖିତ ପୁସ୍ତକ ଚିତ୍ରକାବ୍ୟ ବନେ୍ଧାଦ୍ୱୟରେ ଅଂକାଯାଇଥିବା ଏହି କୋଠିକୁ ସେ ଗାଁର ଅଗଣାରେ ଆଙ୍କିଥିଲେ ।ଧିରେ ଧିରେ ଏହି କୋଠି ପରମ୍ପରା ଅନ୍ୟ ଗାଁକୁ ବ୍ୟାପୁଥିବା ଲକ୍ଷ୍ୟ କରାଯାଉଛି ।ଏହି କୋଠି ଆଙ୍କିବା ପାଇଁ ପରିବାର ର ସମସ୍ତ ସଦସ୍ୟ ସାମିଲ ହୋଇଥାନ୍ତି ।ପରେ ବୃନ୍ଦାବତୀଙ୍କ ନିକଟରେ କୁମାରୀ ମାନେ ମୁଡି ଓ ନଡିଆ ଭୋଗ କରିବା ସହିତ ରାତି ତମାମ ଗୀତ ଗାଇଥାନ୍ତି ।ଯାହାକୁ ଦେଖିବା ପାଇଁ ଆଖପାଖ ଗାଁରୁ ଛୁଟି ଆସନ୍ତି ଶହ ଶହ ଦର୍ଶକ ଆଉ ସଦାନନ୍ଦପୁର ଗାଁ ହୋଇଯାଏ ଉତ୍ସବ ମୁଖର ।   ଏ ସଂପର୍କରେ ଅଧିକ ଭିଡିଓ ଦେଖିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁhttps://www.facebook.com/ZeeKalinga/videos/538338956645098/

                                   ଏହି କୋଠିରେ ପ୍ରଥମେ କେବଳ କଇଁପୁଂଲରେ ନିର୍ମିତ ହେଉଥିଲା । କିନ୍ତୁ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏଥିରେ ଏବେ ବିଭିନ୍ନ ରଂଗ ଓ ଦ୍ୱୀପ ଦେଇ ସଜାଯାଉଛି । ଅନ୍ୟପଟେ ଗାଁର ଯୁବକ ମାନେ କୁମାରୀ ମାନଙ୍କୁ ଭୟଭୀତ କରିବା ପାଇଁ ପାଳଭୂତ ବେଶ ଧାରଣ କରି ଭୟଭୀତ କରିଥାନ୍ତି । ରାତି ତମାମ ଗାଁର ଯୁବକ ଯୁବତୀ ମାନେ ନାଚ ଗୀତରେ ମସଗୁଲ ହୋଇଯାନ୍ତି ।

 

 

Leave a Reply

Your email address will not be published. Required fields are marked *

You cannot copy content of this page