ସାଂସଦ ଙ୍କ ହସ୍ତକ୍ଷେପ ପରେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ଛାତ୍ରୀ ପରୀକ୍ଷା ଦେବାକୁ ସୁଯୋଗ ପାଇଲେ

0

ଯାଜପୁର (ସଙ୍କେତ ଖବର): ସାଂସଦ ଶର୍ମିଷ୍ଠା ସେଠି ଙ୍କ ହସ୍ତକ୍ଷେପ ଫଳରେ ବ୍ୟାସନଗର କେନ୍ଦ୍ରୀୟ ବିଦ୍ୟାଳୟ ର ୪୩ଜଣ ଛାତ୍ର ଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହେଲେ। ପଞ୍ଜିକରଣ ଜନିତ ତ୍ରୁଟି ଯୋଗୁଁ ସୃଷ୍ଟି ହୋଇଥିବା ସମସ୍ୟା ନେଇ ସାଂସଦ ସିବିଏସଇ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରିବା ପରେ ସମସ୍ୟା ସମାଧାନ ହୋଇଥିବା ନିଜେ ସାଂସଦ ଟୁଇଟ କରିଛନ୍ତି।

ସାଂସଦଙ୍କ ଏପରି ପଦକ୍ଷେପ ପାଇଁ ଅଭିଭାବକ ମାନଙ୍କ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଛି।

Leave a Reply

Your email address will not be published. Required fields are marked *

You cannot copy content of this page